Jerusalem: ରାଜଧାନୀ ପ୍ରସଙ୍ଗରେ ଇସ୍ରାଏଲକୁ ଝଟକା ଦେଲା ଅଷ୍ଟ୍ରେଲିଆ
Advertisement
Article Detail0/zeeodisha/odisha1402612

Jerusalem: ରାଜଧାନୀ ପ୍ରସଙ୍ଗରେ ଇସ୍ରାଏଲକୁ ଝଟକା ଦେଲା ଅଷ୍ଟ୍ରେଲିଆ

Capital of Israel: ୧୯୪୮ ମସିହାରେ ଗଠିତ ହୋଇଥିଲା ସ୍ୱତନ୍ତ୍ର ଇହୁଦୀ ରାଷ୍ଟ୍ର ଇସ୍ରାଏଲ। ସ୍ୱତନ୍ତ୍ର ଦେଶ ଗଠନ ହେବା ପର ଠାରୁ ତେଲ ଆଭିଭ ଇସ୍ରାଏଲ ରାଜଧାନୀ ଭାବେ କାର୍ଯ୍ୟ କରୁଛି। ହେଲେ ଇସ୍ରାଏଲ ଗଠନ ହେବା ବେଳେ ପବିତ୍ର ଜେରସେଲମ ସହରକୁ ଦେଶର ରାଜଧାନୀ କରିବାକୁ ଚାହୁଁଥିଲେ ଇହୁଦୀ।

Jerusalem: ରାଜଧାନୀ ପ୍ରସଙ୍ଗରେ ଇସ୍ରାଏଲକୁ ଝଟକା ଦେଲା ଅଷ୍ଟ୍ରେଲିଆ

Australia Israel Relation: ରାଜଧାନୀ ପ୍ରସଙ୍ଗରେ ଇସ୍ରାଏଲକୁ ଝଟକା ଦେଇଛି ଅଷ୍ଟ୍ରେଲିଆ। ବିଶ୍ୱର ପବିତ୍ର ସହର କୁହାଯାଉଥିବା ଜେରୁସେଲମକୁ ଇସ୍ରାଏଲ ରାଜଧାନୀ ଭାବେ ମାନ୍ୟତା ପ୍ରଦାନ କରିବାକୁ ମନା କରିଦେଇଛି। ମଙ୍ଗଳବାର ଅଷ୍ଟ୍ରେଲିଆ ସରକାର ଏକ ବଡ ନିଷ୍ପତ୍ତି ନେଇ ବିଶ୍ୱ ସମୁଦାୟକୁ ଚମକାଇ ଦେଇଛନ୍ତି। ଅଷ୍ଟ୍ରେଲିଆ ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବା ପାଇଁ ଦେଶର ପୂର୍ବ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରରିବର୍ତ୍ତନ କରିଛନ୍ତି। ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଶାନ୍ତି କଥାବାର୍ତ୍ତାର ଏକ ଅଂଶ ଭାବେ ଏହାକୁ ଦେଖିବା ଆବଶ୍ୟକ ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି। 

ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ (Australian Foreign Minister Penny Wong) କହିଛନ୍ତି ଯେ ଦୁଇ ପକ୍ଷୀୟ କଥାବାର୍ତ୍ତା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ପାଇଁ ଅଷ୍ଟ୍ରେଲିଆ (Australia) ସର୍ବଦା ପ୍ରତିବଦ୍ଧ। ଏଥିରେ ଇସ୍ରାଏଲର ଭବିଷ୍ୟତ (Future of Israel) ଏବଂ ପାଲେଷ୍ଟାଇନ ରାଜ୍ୟ (Palestine State) ଅନ୍ତର୍ଭୂକ୍ତ ରହିଛି। ଯେଉଁଠାରେ ଶାନ୍ତି ଏବଂ ନିରାପତ୍ତା ଜରୁରୀ। ଶାନ୍ତିର ସମ୍ଭାବନାକୁ କ୍ଷୁର୍ଣ୍ଣ କରୁଥିବା ଆଭିମୁଖ୍ୟକୁ ଅଷ୍ଟ୍ରେଲିଆ ସମର୍ଥନ କରିବ ନାହିଁ।

ଗତ ୨୦୧୮ ବର୍ଷରେ ପୂର୍ବତନ ଅଷ୍ଟ୍ରେଲୀୟ  ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ (Former Australian Prime Minister Scott Morrison) ନେତୃତ୍ୱାଧିନ ରକ୍ଷଣଶୀଳ ମେଣ୍ଟ ସରକାର ପଶ୍ଚିମ ଜେରୁଜେଲମକୁ (Jerusalem) ଇସ୍ରାଏଲ ରାଜଧାନୀ (Capital of Israel) ରୂପେ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଥିଲେ। ଏନେଇ ମୋରିସନ ସରକାର ଦଶକ ପୁରୁଣା ନୀତିକୁ ମଧ୍ୟ ବଦଳାଇ ଦେଇଥିଲା। ହେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦେଶର ପୂର୍ବତନ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି।

ଗତ ୧୯୪୫ ମସିହାରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଆଉ ୧୯୪୮ ମସିହାରେ ଗଠିତ ହୋଇଥିଲା ସ୍ୱତନ୍ତ୍ର ଇହୁଦୀ ରାଷ୍ଟ୍ର ଇସ୍ରାଏଲ (Jewish State Israel)। ସ୍ୱତନ୍ତ୍ର ଦେଶ ଗଠନ ହେବା ପର ଠାରୁ ତେଲ ଆଭିଭ (Tel Aviv) ସହର ଇସ୍ରାଏଲ ରାଜଧାନୀ ଭାବେ କାର୍ଯ୍ୟ କରୁଛି। ହେଲେ ଇସ୍ରାଏଲ ଗଠନ ହେବା ବେଳେ ପବିତ୍ର ଜେରସେଲମ ସହରକୁ (Holy City Jerusalem) ଦେଶର ରାଜଧାନୀ କରିବାକୁ ଚାହୁଁଥିଲେ ଇହୁଦୀ। ମାତ୍ର ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ। ସର୍ବ ପ୍ରଥମେ ୧୯୮୦ ମସିହାରେ ଜେରସେଲମ ସହରକୁ ରାଜଧାନୀ କରିବାକୁ ପ୍ରୟାସ ଆରମ୍ଭ କରିଥିଲା ଇସ୍ରାଏଲ।

ସେବେ ଠାରୁ ଜେରୁସେଲମ କଥିତ ରୂପରେ ଇସ୍ରାଏଲ ରାଜଧାନୀ ଭାବେ ପରିଗଣିତ ହେଉଥିଲା। ମାତ୍ର ତେଲ ଆଭିଭ ଥିଲା ପ୍ରକୃତ ରାଜଧାନୀ। କାରଣ ଇସ୍ରାଏଲ ଦ୍ୱିପାକ୍ଷିକ ସମ୍ପର୍କ ରଖିଥିବା ବିଶ୍ୱର ବିଭିନ୍ନ ଦେଶର ଦୂତାବାସ ଜେରୁସେଲମ ପରିବର୍ତ୍ତେ ତେଲ ଆଭିଭ ଠାରେ ରହିଥିଲା। ହେଲେ ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟ (Israel Supreme Court) ଏବଂ ଜାତୀୟ ବ୍ୟବସ୍ଥାପିକା (Israel National Assembly Knesset) ଜେରୁସେଲମ ଠାରେ ରହିଥିଲା। ଗତ ୨୦୧୭ ବର୍ଷରେ ଯୁକ୍ତରାଷ୍ଟ୍ର ଆମେରିକା (United States of America) ବିଶ୍ୱର ପ୍ରଥମ ରାଷ୍ଟ୍ର। ଯିଏ ଜେରୁସେଲମକୁ ଇସ୍ରାଏଲ ରାଜଧାନୀ ଭାବେ ସର୍ବପ୍ରଥମେ ମାନ୍ୟତା ପ୍ରଦାନ କରିଥିଲା। ଏପରିକି ଆମେରିକା ଏହାର ଦୂତାବାସକୁ (American Embassy) ତେଲ ଆଭିଭ ଠାରୁ ଜେରସେଲମ ଅଭିମୁଖେ ସ୍ଥାନାନ୍ତର କରିଥିଲା।