Autorickshaw Fare Hiked: ରାଜଧାନୀରେ ମହଙ୍ଗା ହେଲା ଅଟୋ ଓ ଟ୍ୟାକ୍ସି ଯାତ୍ରା, ଜାଣନ୍ତୁ କେତେ ବଢ଼ିଲା ଭଡା
Advertisement
Article Detail0/zeeodisha/odisha1414826

Autorickshaw Fare Hiked: ରାଜଧାନୀରେ ମହଙ୍ଗା ହେଲା ଅଟୋ ଓ ଟ୍ୟାକ୍ସି ଯାତ୍ରା, ଜାଣନ୍ତୁ କେତେ ବଢ଼ିଲା ଭଡା

Auto rickshaws, taxis fare hiked: ଏକ ସରକାରୀ ବୟାନ ଅନୁଯାୟୀ ଦିଲ୍ଲୀ ସରକାର ଅଟୋ-ରିକ୍ସାର ସର୍ବନିମ୍ନ ଭଡା ୫ଟଙ୍କାକୁ ବୃଦ୍ଧି କରିଛନ୍ତି । ଏସି ଓ ନନ ଏସି ଟ୍ୟାକ୍ସି ପାଇଁ କିଲୋମିଟର ପିଛା ୨ ଓ ୩ ଟଙ୍କା ବୃଦ୍ଧି କରାଯାଇଛି ।

ସୌ: ସୋସିଆଲ ମିଡିଆ

Auto rickshaws, taxis fare hiked: ରାଜଧାନୀ ଦିଲ୍ଲୀରେ ଅଟୋରିକ୍ସା (Autorickshaw) ଓ ଟ୍ୟାକ୍ସି ଯାତ୍ରା (Taxi travel) ଅଧିକ ମହଙ୍ଗା ହୋଇଛି । ସିଏନଜି ମୂଲ୍ୟ (CNG Price) ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀର ଆମ୍ ଆଦମୀ ପାର୍ଟି (Aam Aadmi Party) ସରକାର ଅଟୋରିକ୍ସା ଓ ଟ୍ୟାକ୍ସି ଭଡା ବୃଦ୍ଧିକୁ ଅନୁମୋଦନ କରିଛନ୍ତି । ଏକ ସରକାରୀ ବୟାନ ଅନୁଯାୟୀ ଦିଲ୍ଲୀ ସରକାର ଅଟୋ-ରିକ୍ସାର ସର୍ବନିମ୍ନ ଭଡା ୫ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏସି ଓ ନନ ଏସି ଟ୍ୟାକ୍ସି ପାଇଁ କିଲୋମିଟର ପିଛା ୨ ଓ ୩ ଟଙ୍କା ବୃଦ୍ଧି କରାଯାଇଛି ।

ସଂଶୋଧିତ ହାର ସହିତ ଅଟୋରିକ୍ସା ପାଇଁ ମିଟର ଡାଉନ୍ ଚାର୍ଜ (ବେସ୍ ଭଡା ୧.୫ କିଲୋମିଟର) ପୂର୍ବରୁ ଥିବା ୨୫ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି ଓ ବର୍ତ୍ତମାନ ଏହା ପରେ କିଲୋମିଟର ପିଛା ସାଢ଼େ ୯ ଟଙ୍କା ବଦଳରେ ୧୧ ଟଙ୍କା ଆଦାୟ କରାଯିବ । ଯଦିଓ ରାତ୍ରି ଭଡ଼ାରେ କୌଣସି ବୃଦ୍ଧି ହୋଇନାହିଁ (ରାତି ୧୧ ଟାରୁ ୫ ଟା) ଓ ଏହାକୁ ପୂର୍ବ ପରି ୨୫ ପ୍ରତିଶତରେ ରଖାଯାଇଛି ।

ସେହିଭଳି ଟ୍ୟାକ୍ସି ପାଇଁ ମିଟର ଡାଉନ୍ ଚାର୍ଜ ବର୍ତ୍ତମାନ ୨୫ ଟଙ୍କା ବଦଳରେ ୪୦ ଟଙ୍କା ଓ ନନ ଏସି ଟ୍ୟାକ୍ସି ପାଇଁ ୧୪ ଟଙ୍କା ବଦଳରେ ୧୭ ଟଙ୍କା ଓ ଏସି ଟ୍ୟାକ୍ସି ପାଇଁ ୧୬ ବଦଳରେ ୨୦ ଟଙ୍କା ଦେବାକୁ ପଡିବ । ସେହିଭଳି ଟ୍ୟାକ୍ସିମାନଙ୍କ ପାଇଁ ନାଇଟ ଚାର୍ଜରେ କୌଣସି ବୃଦ୍ଧି ହୋଇନାହିଁ (ରାତି ୧୧ ଟାରୁ ସକାଳ ୫ ଟା) ଓ ଏହାକୁ ପୂର୍ବ ପରି ୨୫ ପ୍ରତିଶତରେ ରଖାଯାଇଛି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ସିଏନଜି ମୂଲ୍ୟରେ ବାରମ୍ବାର ବୃଦ୍ଧି ଯୋଗୁଁ ଦିଲ୍ଲୀ ସରକାର ନିଜେ ଜୁଲାଇ ମାସରେ ଭଡା ବୃଦ୍ଧି ପ୍ରସ୍ତାବକୁ ମୌଳିକ ଅନୁମୋଦନ ଦେଇଥିଲେ । ଏପ୍ରିଲରେ ସରକାର ୧୩ ଜଣିଆ ଭଡା ସଂଶୋଧନ କମିଟି ଗଠନ କରିଥିଲେ । ତିନି ଚକିଆ ଯାନ ପାଇଁ ଭଡା କିଲୋମିଟର ପ୍ରତି ରେ ଏକ ଟଙ୍କା ବୃଦ୍ଧି ଓ ଟ୍ୟାକ୍ସି ଭଡା ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କମିଟି ସୁପାରିଶ କରିଛି ।

ଏହା ବି ପଢ଼ନ୍ତୁ: Pakistani Mr Bean: କିଏ ଏହି ପାକିସ୍ତାନୀ ମିଷ୍ଟର ବିନ୍? ଯାହାଙ୍କପାଇଁ ସୋସିଆଲ ମିଡିଆରେ ହେଉଛି ବୋବାଲ, ଏଠାରେ ଜାଣନ୍ତୁ

ଏହା ବି ପଢ଼ନ୍ତୁ: Pakistan: ଭାରତକୁ ପ୍ରଶଂସା କରି ISI ମୁଖ୍ୟଙ୍କୁ ଧମକ ଦେଲେ ଇମ୍ରାନ, କହିଲେ- ଯଦି ମୋ ମୁହଁ ଖୋଲ...

ଏହା ବି ପଢ଼ନ୍ତୁ: UGC Notice: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସହଯୋଗରେ ଅନଲାଇନ୍ PHD କରୁଛନ୍ତି କି? ପଢନ୍ତୁ ୟୁଜିସିର ନୂଆ ନିୟମ