ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି
Advertisement

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି

ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି । 

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ୨୫୦ ଅତିଥି

ଲକ୍ଷ୍ନୌ: ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ । ଏହି ସମାରୋହରେ ପ୍ରାୟ ୨୫୦ ଅତିଥି ଯୋଗ ଦେଇପାରନ୍ତି । ଏହା ବ୍ୟତୀତ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ଅନେକ ବ୍ୟକ୍ତି ବିଶେଷ ଏବଂ ସାଧୁସନ୍ଥ ଏଥିରେ ଯୋଗଲ ଦେଇପାରନ୍ତି ।  

ଶୁଣିବାକୁ ମିଳୁଛି ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ-ଆରଏସଏସ(RSS-Rashtriya Swayamsevak Sangh) ଏବଂ ବିଶ୍ୱ ହିନ୍ଦୁ ପରିଷଦ-ଭିଏଚପି(VHP-Vishva Hindu Parishad) ସଙ୍ଗଠନ ସହ ଜଡିତ କେତେକ ଲୋକଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ଦିଆଯିବ ।

ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କମ ଜନଗହଳି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ଅନେକ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ  ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ।

ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ଭୁମି ପୂଜନ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ସେ ଦିନ ଦିନ ୧୧ଟାରୁ ମଧ୍ୟାନ୍ନ ୧ଟା ୧୦ ମିନିଟ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବାର ସମ୍ଭାବନା ରହିଛି। ରାମ ମନ୍ଦିରର ଭୁମି ପୂଜନ ସମାରୋହ ସହିତ ପ୍ରାର୍ଥନା ଏବଂ ଅନ୍ୟାନ୍ୟ ରୀତିନୀତି ସକାଳ ୮ଟାରୁ ଆରମ୍ଭ ହେବ । 

'ଭୁମି ପୂଜନ' କାଶୀ ଏବଂ ବାରାଣାସୀର କିଛି ପୁରୋହିତଙ୍କ ଦ୍ୱାରା କରାଯିବ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ଭାବେ ଜଣାଶୁଣା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଶନିବାର (ଜୁଲାଇ ୧୮, ୨୦୨୦) ଅନୁଷ୍ଠିତ ହୋଇଥିବା ବୈଠକରେ ଯୋଗଦାନ କରିବା ଅବସରରେ ମନ୍ଦିରର ଭୂମି ପୂଜନ ଲାଗି ଅଗଷ୍ଟ ୩ ଏବଂ ୫ ତାରିଖକୁ ଧାର୍ଯ୍ୟ କରିଥିଲେ ।