ବଦଳିବ Faizabaad Junction ନାମ; ରଖାଯିବ Ayodhya Cantt Railway Station
Advertisement

ବଦଳିବ Faizabaad Junction ନାମ; ରଖାଯିବ Ayodhya Cantt Railway Station

ଏଠାରେ ନିର୍ମାଣ ହେଉଥିବା ଆନ୍ତର୍ଜାତୀୟ ସ୍ତରର ରେଳ ଷ୍ଟେସନର ଆକାର ଏପରି ହେବ ଯେ ଏଠାକୁ ଆସୁଥିବା ଭକ୍ତ ଏହା ଅନୁଭବ କରିବେ ଯେ ସେ ଏକ ଆଧ୍ୟାତ୍ମିକ ପୈରାଣିକ ସହରରେ ପହଞ୍ଚିଛନ୍ତି।
 
 

 ବଦଳିବ Faizabaad Junction ନାମ;  ରଖାଯିବ Ayodhya Cantt Railway Station

ଲକ୍ଷ୍ନୌ: ଧର୍ମ ନଗରୀ ଅଯୋଧ୍ୟା ଠାରେ ରାମ ମନ୍ଦିର ନିର୍ମାଣ ସହିତ ସେଠାରେ ଜାରି ରହିଛି ନବୀକରଣ କାର୍ଯ୍ୟ। ଏହି ପର୍ଯ୍ୟାୟରେ ବର୍ତ୍ତମାନ ସ୍ଥାନୀୟ ରେଳ ଷ୍ଟେସନ ଫୈଜାବାଦ ଜଙ୍କସନ ନାମକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଏନେଇ ମିଳିଥିବା ଖବର ଅନୁସାରେ ଫୈଜାବାଦ୍ ଜଙ୍କସନ ରେଳ ଷ୍ଟେସନର ନାମକୁ ଅଯୋଧ୍ୟା କ୍ୟାଣ୍ଟ ରେଳ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଏହା ନିଶ୍ଚିତ ହୋଇଛି ଯେ ଖୁବ୍ ଶୀଘ୍ର ଏହି ଷ୍ଟେସନ୍ ଅଯୋଧ୍ୟା କ୍ୟାଣ୍ଟ୍ ନାମରେ ପରିଚିତ ହେବ।

କିଛି ମାସ ପୂର୍ବେ ଏହି ପ୍ରସଙ୍ଗରେ ଏକ ପ୍ରସ୍ତାବ ପଠାଯାଇଥିଲା ଯାହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM  Yogi) ଅନୁମୋଦନ କରିଛନ୍ତି। ରାମ ମନ୍ଦିର (Ayodhya Ram Mandir ) ମଡେଲ ଅନୁଯାୟୀ ଅଯୋଧ୍ୟା ରେଳ ଷ୍ଟେସନକୁ (Ayodhya Railway Station) ରୂପ ଦିଆଯାଉଛି। ସମାନ ପ୍ରସ୍ତାବ ସହିତ ଅଯୋଧ୍ୟା ନିକଟରେ ଥିବା ଜିଲ୍ଲା ଦାରିୟାବାଦ ବାରବାଙ୍କୀ (Barabanki Dist) ଠାରେ ସୁବିଧା ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି।

Also Read: Amazing Railway Station: ଇଞ୍ଜିନ ରହେ ଗୋଟିଏ ରାଜ୍ୟରେ, ଡବା ରୁହେ ଅନ୍ୟ ଏକ ରାଜ୍ୟରେ

ଫୈଜାବାଦ ରେଳ ଷ୍ଟେସନ ନାମ ବଦଳାଇବା ପ୍ରସଙ୍ଗରେକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖି ରେଳବାଇ ମହାପ୍ରବନ୍ଧକ (Northern Railway  General  Manager) ଅଶୁତୋଷ ଗଙ୍ଗଲ (Ashutosh Gangal) କହିଛନ୍ତି ଏହି ପ୍ରସ୍ତାବ ରେଲୱେ ବୋର୍ଡ (Railway Board) ନିକଟକୁ ପଠାଯାଇଛି। ଅଯୋଧ୍ୟା ଠାରେ ନିର୍ମାଣ ହେଉଥିବା ଆନ୍ତର୍ଜାତୀୟ ସ୍ତରର ରେଳ ଷ୍ଟେସନର ଆକାର ଏପରି ହେବ ଯେ ଏଠାକୁ ଆସୁଥିବା ଭକ୍ତ ଏହା ଅନୁଭବ କରିବେ ଯେ ସେ ଏକ ଆଧ୍ୟାତ୍ମିକ ପୈରାଣିକ ସହରରେ ପହଞ୍ଚିଛନ୍ତି। ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ଆକାର ଅନୁସାରେ ଏହାର ନିର୍ମାଣ କରାଯାଉଛି।