ଯଦି ଆଜି ଆର୍ୟନଙ୍କୁ ଜାମିନ ନମିଳେ ତେବେ ଆସନ୍ତା ୧୫ ନଭେମ୍ବର ଯାଏ ତାଙ୍କୁ ଜେଲରେ ରହିବାକୁ ପଡ଼ିବ । ଗତ ୧୮ ଦିନ ଧରେ ସେ ମୁମ୍ବାଇର ଆର୍ଥର ଜେଲରେ ଅଛନ୍ତି ।
Trending Photos
ନୂଆଦିଲ୍ଲୀ: ମୁମ୍ବାଇର ରେଭ୍ ପାର୍ଟି ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ବିଟାଉନର ବାଦଶାହାଙ୍କ ପୁଅ ଆର୍ୟନ ଖାନଙ୍କ ଆଜି ପୁଣି ଥରେ ନିର୍ଦ୍ଧାରଣ ହେବ ଭାଗ୍ୟ ପରୀକ୍ଷା । କେବଳ ଏତିକି ନୁହେଁ ଆର୍ୟନ ଖାନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଆଜି ରହିଛି। NDPS କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଆଜି ବମ୍ବେ ହାଇକୋର୍ଟରେ ଅଭିଯୁକ୍ତଙ୍କ ଆବେଦନ ଉପରେ ଶୁଣାଣି ହେବାକୁ ଯାଉଛି । ଯଦି ଆଜି ଆର୍ୟନଙ୍କୁ ଜାମିନ ନମିଳେ ତେବେ ଆସନ୍ତା ୧୫ ନଭେମ୍ବର ଯାଏ ତାଙ୍କୁ ଜେଲରେ ରହିବାକୁ ପଡ଼ିବ । ଗତ ୧୮ ଦିନ ଧରେ ସେ ମୁମ୍ବାଇର ଆର୍ଥର ଜେଲରେ ଅଛନ୍ତି ।
ସେପଟେ ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟା ପାଣ୍ଡେଙ୍କୁ ଆଉଥରେ NCB ସମନ ଜାରି କରିବ ବୋଲି ଜଣାପଡ଼ିଛି । ନୂଆ ତାରିଖ ଦେବାକୁ ଅନନ୍ୟା ଅପିଲ କରିବା ପରେ NCB ଏହାକୁ ମଞ୍ଜୁରୀ କରିଥିଲା । ସେପଟେ ମୁମ୍ବାଇ ଡ୍ରଗ୍ସ କାରବାର ମାମଲାରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ପୂର୍ବରୁ ଅନନ୍ୟାଙ୍କ ସହ କରିଥିବା ହ୍ୱାଟ୍ସଆପ ଚାଟରୁ ବଡ଼ ଖୁଲାସା ହୋଇଛି । ଚଳିତବର୍ଷ ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟରେ କୋକିନ ପ୍ରସଙ୍ଗରେ ହୋଇଥିଲା କଥାବାର୍ତ୍ତା । ହ୍ୱାଟ୍ସଆପ ଚାଟରେ ବି NCB ପ୍ରସଙ୍ଗ ଉଠାଇଥିଲେ ଆର୍ୟନ । ୨୦୧୯, ୨୦୨୦, ୨୦୨୧ରେ ଚାଟିଂ ନେଇ ଖୁଲାସା ହୋଇଛି । ୨୦୧୯ରେ 'ଗଞ୍ଜେଇ' ସମ୍ପର୍କରେ ଆଲୋଚନା ହୋଇଥିଲା ସେପଟେ ୨୦୨୧ରେ 'କୋକିନ' ବ୍ୟବହାର ନେଇ ଆଲୋଚନା କରାଯାଇଥିବା Whatsapp ଚାଟରୁ ଜଣାପଡ଼ିଛି ।
ଅନନ୍ୟାଙ୍କ ସହ ଆର୍ୟନ ଖାନଙ୍କ Whtsapp ଚାଟ୍-:
ଡ୍ରଗ୍ ଚାଟ୍ ରେ ଆର୍ୟନ୍ ଖାନ୍: ଚାଲ ଆସନ୍ତାକାଲି କୋକେନ୍ ବ୍ୟବହାର କରିବା
ଡ୍ରଗ୍ ଚାଟ୍ ରେ ଆର୍ୟନ୍ ଖାନ୍: NCB ର ଭୟ ରହୁଛି
ଅନନ୍ୟା TO ଆର୍ୟନ୍: ଗଞ୍ଜେଇ, ଏହାର ଚାହିଦା ବହୁତ
ଆର୍ୟନ୍ TO ଅନନ୍ୟା :ମୁଁ ଏହାକୁ ଗୁପ୍ତରେ ତୁମଠାରୁ ନେଇଯିବି
ଅନନ୍ୟା-Fine
Also Read: ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି, କହିଦେଲେ ଏହି ବଡ଼ କଥା
ଅକ୍ଟୋବର ୩ ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହେବାପରେ ମୁମ୍ବାଇ ହାଇକୋର୍ଟରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ହେଲେ ହ୍ୱାଟସ ଆପ ଚାଟରୁ ତଥ୍ୟ ଜଣାପଡ଼ିବା ପରେ ମନେ ହେଉଛି ଆଜି ବି ଶାହାରୁଖଙ୍କ ଲାଡଲା ବେଲ୍ ନପାଇ ନିରାଶ ହେବେ, ଓ ପୁନଃ ଜେଲକୁ ଯିବେ ।
ଆଜି ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିବେ
ବମ୍ବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି କରିବେ ଜଷ୍ଟିସ୍ ନିତିନ ସାମ୍ବ୍ରେ
ଅର୍ମର ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଗତ ରାତିରେ ଲଣ୍ଡନରୁ ଭାରତକୁ ଫେରିଛନ୍ତି କାରଣ ଏକ ନୂତନ ଆଇନଗତ ରଣନୀତି ଅନୁସାରେ ଆର୍ୟନ ଖାନଙ୍କ କେସକୁ ସେ ପ୍ରତିନିଧିତ୍ୱ କରିବେ ।
ଆଇନଗତ ରଣନୀତି ପ୍ରସ୍ତୁତ କରିବାକୁ ଶାହାରୁଖ ଖାନ କରଞ୍ଜୱାଲା ଆଣ୍ଡ କୋ ଙ୍କୁ ନିୟୋଜିତ କରିଛନ୍ତି |
ଅମିତ ଦେଶାଇ ଏବଂ ସତୀଶ ମନେଶିନ୍ଦେ ମଧ୍ୟ ବମ୍ବେ ହାଇକୋର୍ଟରେ ଉପସ୍ଥିତ ରହିବେ।
ଏହି ମାମଲାର ସାକ୍ଷୀ ପ୍ରଭାକର ସେଲ ଏନସିବି ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଏକ ବିସ୍ତୃତ ଆଫିଡେଭିଟ ଦାଖଲ କରିଥିଲେ।
ଇ-ମେଲ ମାଧ୍ୟମରେ ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ଏନସିପି ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା।
ଆର୍ଯ୍ୟନ୍ ଖାନ (Aryan Khan) ଙ୍କ ଜାମିନ ଆବେଦନ ହେଉଛି 'ଆଇଟମ୍ ନଂ ୫୭ ' କୋର୍ଟ ବର୍ତ୍ତମାନ 'ଆଇଟମ୍ ନଂ ୩୦ ର ଶୁଣାଣି କରୁଥିବା ସୂଚନା ରହିଛି।