Rahul Gandhi: ରାହୁଲ ନିଜେ ରଖିଲେ ଜବାବ, ଯେବେ ଲୋକ ମୋତେ କୁହନ୍ତି "ପପୁ"...
Advertisement

Rahul Gandhi: ରାହୁଲ ନିଜେ ରଖିଲେ ଜବାବ, ଯେବେ ଲୋକ ମୋତେ କୁହନ୍ତି "ପପୁ"...

Bharat Jodo Yatra: ସାରା ଭାରତରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ନିଜେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ରାଜ୍ୟକୁ ରାଜ୍ୟ ବୁଲି କଂଗ୍ରେସକୁ ଆହୁରି ଦୃଢ କରିବାର ସଂକଳ୍ପ ନେଇଛନ୍ତି ରାହୁଲ । ଏହି କ୍ରମରେ ଭାରତ ଯୋଡୋ ଯାତ୍ରା ମୁମ୍ବାଇରେ ପହଞ୍ଚିଛି। 

Rahul Gandhi: ରାହୁଲ ନିଜେ ରଖିଲେ ଜବାବ, ଯେବେ ଲୋକ ମୋତେ କୁହନ୍ତି "ପପୁ"...

Rahul Gandhi: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧୀ ଅଟ୍ଟହାସ୍ୟ କରି ପପୁ ବୋଲି କହି ତାତ୍ସଲ୍ୟ କରନ୍ତି । ମାତ୍ର ରାହୁଲ ଗାନ୍ଧୀ କେବେ ବି ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ତେବେ ଏହାରି ଉପରେ ତାଙ୍କୁ ପଚରା ଯାଇଥବା ପ୍ରଶ୍ନରେ ସେ ନିଜର ମନର କଥା ଖୋଲି କହିଥିଲେ । ଇଣ୍ଟରଭ୍ୟୁରେ ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ, ଯେବେ ଲୋକ ପପୁ ବୋଲି କହି ଆପଣଙ୍କୁ ତାତ୍ସଲ୍ୟ କରନ୍ତି ତ ଆପଣଙ୍କୁ କଣ ଖରାପ ଲାଗେ?ଏହି କଥାରେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିଲକୁଲ ନୁହେଁ । ସେହିପରି ଉତ୍ତର ଭାରତରେ ଏବେ ଅନୁଭୂତ ହୋଇଥିବା ଥଣ୍ଡାକୁ ନେଇ ମଧ୍ୟ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆପଣମାନେ ଜାଣିଥିବେ ଯେ, ରାହୁଲ ଗାନ୍ଧୀ ଉତ୍ତର ଭାରତରେ ଭୀଷଣ ଥଣ୍ଡା ସତ୍ତ୍ୱେ କେବଳ ଏକ ଟି-ସାର୍ଟ ପିନ୍ଧି ଭାରତ ଯୋଡୋ ଯାତ୍ରାକୁ ଜାରି ରଖିଛନ୍ତି। 

କଂଗ୍ରେସର ଭାରତ ଯୋଡୋ ଯାତ୍ରା (Congress Bharat Jodo Yatra) ମୁମ୍ବାଇରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାର ନିଆଯାଇଥିଲା । ଏହି ଇଣ୍ଟରଭ୍ୟୁ ସମୟରେ ପପୁ ଡକାଯାଉଥିବା ନେଇ ପ୍ରଶ୍ନ କରାଯାଉଥିଲା । ଏହାଉପରେ ସେ କହିଛନ୍ତି ଯେ, ଏହା ଆପଣଙ୍କ ହୃଦୟକୁ ଦେଖାଇଥାଏ । ସେମାନେ ନାଖୁସ ଅଛନ୍ତି।  ମୋତେ ଯିଏ ଯାହା ଡାକୁ ମୁଁ ତାହାକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି । ମୋତେ ବହୁତ ଭଲ ଲାଗେ। ତେବେ ଦୟାକରି ଆପଣ ବହୁତ ଥର ମୋ ନାମ ନିଅନ୍ତୁ ପ୍ଲିଜ୍।

Also Read: PM Narendra Modi: ମୋଦିଙ୍କ ଉପରେ ଝୁଲୁଛି ସଙ୍କଟ ! କାଲି ବଡ଼ଭାଇ ଆଜି ମା'ହସ୍ପିଟାଲରେ ଭର୍ତ୍ତି

କେବଳ ଏହା ନୁହେଁ ରାହୁଲ ଗାନ୍ଧୀ ଏକଥା ବି କହିଛନ୍ତି ଯେ, କେବଳ ମୋତେ ନୁହେଁ ଭାରତ ଆଇରନ ଲେଡି ଅର୍ଥାତ ମୋ ଜେଜେମା ଇନ୍ଦିରା ଗାନ୍ଧୀଙ୍କୁ (Indira Gandhi) ସମସ୍ତେ ସମ୍ମାନ ଦିଅନ୍ତି । ତାଙ୍କ କାମ ପାଇଁ ତାଙ୍କୁ ଆଇରନ ଲେଡି ବୋଲି ସମ୍ବୋଧନ କରାଯାଏ । ହେଲେ କିଛି ଲୋକ ଓ ବିରୋଧୀ ତାଙ୍କୁ ଗୁଙ୍ଗି ଗୁଡ଼ିଆ (Gungi Gudia) ବୋଲି କୁହନ୍ତି । ମୋତେ ଦିନରାତି ୨୪ ଘଣ୍ଟା ଧରି ଆକ୍ରମଣ ଓ ଟ୍ରୋଲ କରୁଥିବା ଲୋକ ହିଁ ତାଙ୍କୁ ଗୁଙ୍ଗି ଗୁଡିଆ କହୁଥିଲେ। ହେଲେ କଣ ହେଲା ସେ ଆଇରନ ଲେଡି ପାଲଟିଗଲେ ଓ ସବୁଦିନ ପାଇଁ ଆଇରନ ଲେଡି ହୋଇ ରହିବେ। 

Also Read: Covid Alert: କୋରୋନାକୁ ମାତ୍ ଦେବ ଭାରତର ଏହି ମେଡିସିନ୍, WHO ଦେଲା ମଞ୍ଜୁରୀ

ଏହି ସମୟରେ ରାହୁଲ ଗାନ୍ଧୀ ପ୍ରବଳ ଥଣ୍ଡାରେ ଖାଲି ଏକ ଟି-ସାର୍ଟ (T-shirt) ପିନ୍ଧି ଯାତ୍ରା କରୁଥିବାରୁ ସେ ଏନେଇ ମଧ୍ୟ ଏକ ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଦଳର ସ୍ଥାପନା ଦିବସରେ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ଯେ, ଏତେ ଥଣ୍ଡାରେ କେମିତି ଖାଲି ଏକ ଟି-ସାର୍ଟ ପିନ୍ଧିଛନ୍ତି ତେବେ ଉତ୍ତର ଦେବାକୁ ଯାଇ ରାହୁଲ କହିଥିଲେ ଯେ, ଏବେ ଏତିକିରେ ଚାଲିଛି ଏଇଟାଯଦି ନହୁଏ ତେବେ ଆଉ କିଛି ଦେଖିବା। ଏକଥା ଶୁଣି ଗଣମାଧ୍ୟମ ପ୍ରତିନିଧିଙ୍କ ମୁହଁରେ ହସଭରି ଯାଇଥିଲା । କାରଣ ଏହି କଥାକୁ କଂଗ୍ରେସର ଯୁବରାଜ ଅତି ମଜାଳିଆ ଢଙ୍ଗରେ କହିଥିଲେ।