Bharatratna Pranab Mukharjee ସୁଧୁରୁନି ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା
Advertisement

Bharatratna Pranab Mukharjee ସୁଧୁରୁନି ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

Bharatratna Pranab Mukharjee: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି. 

Bharatratna Pranab Mukharjee ସୁଧୁରୁନି ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: 

Bharatratna Pranab Mukharjee: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇ ନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛି। ସୂଚନା ଯୋଗ୍ୟ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯିବା ପରେ ତାଙ୍କର ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିବା ସୂଚନା ରହିଛି।

ତେବେ ଏହାରି ମଧ୍ୟରେ ତାଙ୍କ ପତ୍ନୀ ଶର୍ମିଷ୍ଠା ମୁଖାର୍ଜୀ ଏକ ଭାବ ବିହ୍ୱଳ ଟ୍ୱିଟ କରିଛନ୍ତି। ଟ୍ୱିଟ କରି ସେ ଲେଖିଛନ୍ତି କି, ଗତବର୍ଷର ଅଗଷ୍ଟ ୮ ତାରିଖ ମୋ ପାଇଁ ବେଶ ଖୁସିର ଦିନ ରହିଥିଲା। କାରଣ ଏହି ଦିନ ମୋ ସ୍ୱାମୀଙ୍କୁ ଭାରତରତ୍ନ ଭଳି ସମ୍ମାନଜନକ ଉପାଧିରେ ସମ୍ମାନୀତ କରାଯାଇଥିଲା। କିନ୍ତୁ ଠିକ ବର୍ଷେ ପରେ ଅର୍ଥାତ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖର ସେ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି। ଭଗବାନ ତାଙ୍କୁ ଭଲରେ ରଖନ୍ତୁ। ତାଙ୍କ ପାଇଁ ସବୁକିଛି ଭଲ କରନ୍ତୁ। ସମାନ ଭାବରେ ସୁଖ ଓ ଦୁଃଖକୁ ଧୈର୍ଯ୍ୟର ସହ ସହିବାକୁ ଶକ୍ତି ମଧ୍ୟ ଦିଅନ୍ତୁ ବୋଲି ସେ ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଥିଲେ। 

ସୂଚନାଯୋଗ୍ୟ ଡାକ୍ତରମାନେ ପ୍ରଣବ ମୁଖାର୍ଜିଙ୍କ ବର୍ତ୍ତମାନ ଭେଣ୍ଟିଲେଟରରେ ରଖି ଚିକିତ୍ସା ଜାରି ରଖିଛନ୍ତି। ଗତ ସୋମବାର ତାଙ୍କର ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ଆର୍ମି ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। 

ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ବୁଲେଟିନ ଜାରି କରି କହିଛନ୍ତି କି, ପୂର୍ବତନ ରାଷ୍ଟ୍ରପତିଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ସୋମବାର ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ରହିଛି। ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କର ଚିକିତ୍ସା ଜାରି ରଖିଛନ୍ତି। 

ସେପଟେ ଶ୍ରୀ ମୁଖାର୍ଜିଙ୍କ ଆଶୁ ଆରୋଗ୍ୟ କାମନା କରି ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ହୋମ ଯଜ୍ଞ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗର ବୀରଭୁମୀ ଜିଲ୍ଲାର କିରନାହାର ଅଞ୍ଚଳର କିଛି ଲୋକ। କିରନାହାର ହେଉଛି ପ୍ରଣବଙ୍କ ପୈତୃକ ଗ୍ରାମ। ଏହି ଗ୍ରାମରେ ଗ୍ରାମବାସୀ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମଙ୍ଗଳବାର ଠାରୁ ଏହି ଯଜ୍ଞ ଆରମ୍ଭ ହୋଇଛି। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।