ଉଦ୍ଧବଙ୍କ 'ସେନା'କୁ ବଡ ଝଟକା; ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1279669

ଉଦ୍ଧବଙ୍କ 'ସେନା'କୁ ବଡ ଝଟକା; ଜାଣନ୍ତୁ ପୂରା ମାମଲା

Maharashtra politics: ଏକନାଥ ସିନ୍ଦେ (Eknath Shinde) ଶିବସେନା ମୁଖ୍ୟଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି । ଗଣମାଧ୍ୟମରେ ଖବର ଅନୁସାରେ ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ ସିନ୍ଦେଙ୍କୁ ଭେଟି ତାଙ୍କୁ ସମର୍ଥନ ଜଣାଇଛନ୍ତି ।

 

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ (Shiv Sena chief Uddhav Thackeray) ଏକନାଥ ସିନ୍ଦେ (Eknath Shinde) ଆଉ ଏକ ବଡ଼ ଝଟକା ଦେଇଛନ୍ତି । ଗଣମାଧ୍ୟମରେ ଖବର ରହିଛି ଯେ ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ ସିନ୍ଦେଙ୍କୁ ଭେଟି ତାଙ୍କୁ ନିଜ ସମର୍ଥନ ଜଣାଇଛନ୍ତି । କହିରଖୁଛୁ ଯେ ନିହାର ଠାକରେ ପରିବାରରୁ ଆସିଛନ୍ତି ଓ ଶିବସେନାର ଉତ୍ତରାଧିକାରୀ ମଧ୍ୟ ଅଟନ୍ତି ।

ଏକନାଥ ସିନ୍ଦେଙ୍କ ଏହି ବିଦ୍ରୋହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି କରୁଛି । ପ୍ରଥମେ ଏକନାଥ ସିନ୍ଦେ ନିଜ ପାର୍ଶ୍ୱରେ 40 ଟି ଶିବସେନା ବିଧାୟକ ପାଇଥିଲେ ଓ ଉଦ୍ଧବ ଠାକରେଙ୍କ ଠାରୁ ସିଏମ୍ ପୋଷ୍ଟ ଛଡ଼ାଇ ନେଇଥିଲେ । ବର୍ତ୍ତମାନ ଠାକରେ ପରିବାରରେ ମଧ୍ୟ ବିଦ୍ରୋହ ସାମ୍ନାକୁ ଆସିଛି । ଖବରନୁସାରେ, ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ ଶୁକ୍ରବାର ଦିନ ଏକନାଥ ସିନ୍ଦେଙ୍କୁ ଭେଟି ତାଙ୍କୁ ସମର୍ଥନ ଜଣାଇଥିଲେ ।

ଗଣମାଧ୍ୟମରେ ଖବର ରହିଛି ଯେ ଏକନାଥ ସିନ୍ଦେ ନିହାରଙ୍କ ସହ ସାକ୍ଷାତ ସମୟରେ କହିଥିଲେ ଯେ ସେ ମଧ୍ୟ ରାଜନୀତିରେ ପ୍ରବେଶ କରନ୍ତୁ । ଏହା ଉପରେ ନିହାର ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ରାଜନୀତିରେ ପ୍ରବେଶ କରିବା ବିଷୟରେ କହିଥିଲେ । ନିହାର ଠାକରେଙ୍କ ପିତା ବିନ୍ଦୁମାଧବ ଠାକରେ ଥିଲେ, ଯିଏ 1996 ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ବିନ୍ଦୁମାଧବ ବାଲାସାହେବ ଠାକରେଙ୍କ ତିନିପୁଅଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ । ଅନ୍ୟ ଦୁଇଜଣ ହେଉଛନ୍ତି ଉଦ୍ଧବ ଠାକରେ ଓ ଜୟଦେବ ଠାକରେ ।ରାଜନୈତିକ ଦୃଷ୍ଟିରୁ ଦେଖିଲେ, ନିହାର ଠାକରେଙ୍କ ପିତା ବିନ୍ଦୁମାଧବ ଠାକରେ ରାଜନୀତିରେ ସକ୍ରିୟ ନଥିଲେ । ସେ ଜଣେ ଫିଲ୍ମ ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ବାଲସାହେବ ଠାକରେଙ୍କ ନାତିଙ୍କ ସହ ଏକନାଥ ସିନ୍ଦେଙ୍କ ସାକ୍ଷାତ ଓ ତାଙ୍କୁ ତାଙ୍କ ପକ୍ଷରେ ରଖିବା ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଅଶାନ୍ତି ଦେଖାଉଛି ।

କହିରଖୁଛୁ ଯେ ଗୋଟିଏ ପଟେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ଶିବସେନାକୁ କ୍ରମାଗତ ଝଟକା ଦେଉଛନ୍ତି । ଅନ୍ୟପକ୍ଷରେ, ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ କ୍ରମାଗତ ଭାବରେ ଏକନାଥ ସିନ୍ଦେଙ୍କ ଉପରେ ଟାର୍ଗେଟ କରି ଆସୁଛନ୍ତି । ନିଜର ନିଷ୍ଠା ଯାତ୍ରା ସମୟରେ ଆଦିତ୍ୟ ଠାକରେ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ସରକାର ଅଧିକ ଦିନ ରହିବେ ନାହିଁ । ଖୁବ୍ ଶୀଘ୍ର ମହାରାଷ୍ଟ୍ରର ଲୋକଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଦେଖିବାକୁ ପଡ଼ିବ । 

ଏହା ବି ପଢ଼ନ୍ତୁ: Rashtrapatni Remark: ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର ରଂଜନ ଚୌଧୁରୀ; ଜାଣନ୍ତୁ କ'ଣ ଲେଖିଛନ୍ତି

ଏହା ବି ପଢ଼ନ୍ତୁ: BJP ରୁ ୨୫, ସିନ୍ଦେ ଗୋଷ୍ଠୀରୁ ୧୫, ସ୍ୱାଧୀନଙ୍କୁ ମଧ୍ୟ ସୁଯୋଗ; ଏପରି ହେବ ସିନ୍ଦେଙ୍କ କ୍ୟାବିନେଟ୍