Rashtrapatni Remark: ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର ରଂଜନ ଚୌଧୁରୀ; ଜାଣନ୍ତୁ କ'ଣ ଲେଖିଛନ୍ତି
Advertisement
Article Detail0/zeeodisha/odisha1279546

Rashtrapatni Remark: ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର ରଂଜନ ଚୌଧୁରୀ; ଜାଣନ୍ତୁ କ'ଣ ଲେଖିଛନ୍ତି

Rashtrapatni Remark: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ନିଜର ରାଷ୍ଟ୍ରପତ୍ନୀଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି କ୍ଷମା ମାଗିଛନ୍ତି ।

 

ସାଙ୍କେତିକ ଫଟୋ

Rashtrapatni Remark: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ନିଜର ରାଷ୍ଟ୍ରପତ୍ନୀଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି କ୍ଷମା ମାଗିଛନ୍ତି । ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ବୟାନକୁ ନେଇ ଅନେକ ବିବାଦ ଲାଗି ରହିଛି । ଏହି ସମୟରେ ସେ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଏହା ସ୍ଲିପ୍ ଅଫ ଟଙ୍ଗ ଥିଲା । ମୁଁ କ୍ଷମା ମାଗୁଛି, ଆପଣ ଏହାକୁ ଗ୍ରହଣ କରନ୍ତୁ ।

ରାଷ୍ଟ୍ରପତିଙ୍କ ଉପରେ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ବିବାଦ ଲାଗି ରହିଛି । ଆଜି ନିଜ ବୟାନ ଉପରେ ସଂସଦରେ ଏକ ଅଡୁଆ ସୃଷ୍ଟି ହୋଇଥିଲା ଓ ଏହା ପରେ ଉଭୟ ଗୃହର ପ୍ରକ୍ରିୟା ଦିନେ ପାଇଁ ସ୍ଥଗିତ ରଖାଯାଇଥିଲା ।

fallback

ବୁଧବାର ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ପାଇଁ ଚୌଧୁରୀ ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' ବୋଲି ସମ୍ବୋଧନ କରିଥିଲେ । ଚୌଧୁରୀଙ୍କ ଏହି ବୟାନରେ ସ୍ପଷ୍ଟୋକ୍ତି ଦେଇ କହିଛନ୍ତି ଯେ ଏହି ଶବ୍ଦଟି ତାଙ୍କ ପାଟିରୁ ଭୁଲ୍ ଭାବରେ ବାହାରିଛି । ଏଥି ସହ ବିଜେପି ଏହାକୁ କଂଗ୍ରେସ ନେତାଙ୍କ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟମୂଳକ ଅପମାନ ବୋଲି କହିଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏଥିପାଇଁ ଦେଶ ତଥା ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବାକୁ ବିଜେପି ଦାବି କରିଥିଲା ।

ଗତକାଲି ସଂସଦରେ ଏହାକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ବିଜେପି ଅଭିଯୋଗ କରିଛି ଯେ ସୋନିଆ ଗାନ୍ଧୀ ସେମାନଙ୍କ ନେତାଙ୍କୁ ଧମକ ଦେଇଛନ୍ତି । ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବାବେଳେ କଂଗ୍ରେସ ସୋନିଆ ଗାନ୍ଧୀଙ୍କୁ ଅବରୋଧ ଓ ଅପମାନିତ କରିଥିବା ଅଭିଯୋଗ କରିଛି । ସୋନିଆ ଗାନ୍ଧୀ ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି ଯେ ଅଧୀର ରଂଜନ ଚୌଧୁରୀ ତାଙ୍କ ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ବିବାଦ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଛନ୍ତି। ଇରାନୀ ଟ୍ୱିଟ୍ କରିଛନ୍ତି, ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା ।" ଗୁରୁବାର ଦିନ ଇରାନୀ ଲୋକସଭାରେ କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ଅଧୀର ରଂଜନ ଚୌଧୁରୀଙ୍କ ବିବୃତ୍ତି ଉପରେ ଦୃଢ଼ ଆପତ୍ତି ଜଣାଇଥିଲେ ।

ଏହା ବି ପଢ଼ନ୍ତୁ: BJP ରୁ ୨୫, ସିନ୍ଦେ ଗୋଷ୍ଠୀରୁ ୧୫, ସ୍ୱାଧୀନଙ୍କୁ ମଧ୍ୟ ସୁଯୋଗ; ଏପରି ହେବ ସିନ୍ଦେଙ୍କ କ୍ୟାବିନେଟ୍

ଏହା ବି ପଢ଼ନ୍ତୁ: Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ