ଆଖି ବୁଜିଲେ ବିଜେପି ବିଧାୟକ
Advertisement
Article Detail0/zeeodisha/odisha732438

ଆଖି ବୁଜିଲେ ବିଜେପି ବିଧାୟକ

୪ ମାସ ପୂର୍ବରୁ ଦିବଙ୍ଗତ ବିଧାୟକ ଜନ୍ମେଜୟ ସିଂହଙ୍କୁ ସାମାନ୍ୟ ହୃଦଘାତ ହୋଇଥିଲା ।

ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶ (Uttar Pradesh)ର ଦେବରିଆ ଜିଲ୍ଲାର ସଦର ବିଜେପି(BJP) ବିଧାୟକ ଜନ୍ମେଜୟ ସିଂହ(Janmejay Singh)ଙ୍କ ଦେହାନ୍ତ । ଗୁରୁବାର ରାତି ପାଖାପାଖି ୧୨.୩୦ରେ ଲକ୍ଷ୍ନୌର ରାମ ମନୋହର ଲୋହିୟା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଧାୟକ ଜନ୍ମେଜୟ ସିଂହ ବିଧାନସଭା ଅଧିବେଶନରେ ସାମିଲ ହେବା ପାଇଁ ଦେବରିଆରୁ ଲକ୍ଷ୍ନୌ ଆସିଥିଲେ । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । 

କହିରଖୁଛୁ, ୪ ମାସ ପୂର୍ବରୁ ଦିବଙ୍ଗତ ବିଧାୟକ ଜନ୍ମେଜୟ ସିଂହଙ୍କୁ ସାମାନ୍ୟ ହୃଦଘାତ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ତାଙ୍କର ବୟସ ୭୫ ବର୍ଷ ହୋଇଥିଲା । 

କୁହାଯାଉଛି, ଗତକାଲି ବିଳମ୍ବିତ ରାତିରେ ବିଧାୟକ ଜନ୍ମେଜୟଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯାଇଥିଲା । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । 

ଅନ୍ୟପଟେ ବିଧାୟକଙ୍କ ମୃତ୍ୟୁ ପରେ ଦେବରିଆ ଜିଲ୍ଲା ସମେତ ସମଗ୍ର ଉତ୍ତର ପ୍ରଦେଶରେ ଶୋକର ଛାୟା ଖେଳିଯାଇଛି । ଦେବାରିଆ ଜିଲ୍ଲାରେ ବିଧାୟକଙ୍କ ବେଶ ଲୋକପ୍ରିୟତା ରହିଥିଲା ।