ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ମଧ୍ୟରେ ଦେଖାଦେଲା କୋରୋନାର ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି
Advertisement

ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ମଧ୍ୟରେ ଦେଖାଦେଲା କୋରୋନାର ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି ଯେ, ସମ୍ବିତ ପାତ୍ରଙ୍କ ଶୀଘ୍ର ସୁସ୍ଥ ହେବାର କାନନା କରୁଛି । ଏଥି ସହ ତେଜିନ୍ଦର ପାଲ ସିଂ ବାଗ୍ଗା ମଧ୍ୟ ବିଜେପି ମୁଖପାତ୍ରଙ୍କ ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି ।

ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ମଧ୍ୟରେ ଦେଖାଦେଲା କୋରୋନାର ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ପାତ୍ରଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାତ୍ରଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତେଜିନ୍ଦର ପାଲ ସିଂ ବାଗ୍ଗା ଟ୍ୱିଟ୍ କରି ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସମ୍ବିତ ପାତ୍ରଙ୍କୁ ବିଜେପିର ଜଣେ ଭଲ ମୁଖପାତ୍ରଙ୍କ ମଧ୍ୟରେ ଗଣନା କରାଯାଏ । ସେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ତାଙ୍କ ମଧ୍ୟରେ କୋରୋନାର ଲକ୍ଷଣ ଦେଖିବାକୁ ମିଳିଛି ।

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି ଯେ, ସମ୍ବିତ ପାତ୍ରଙ୍କ ଶୀଘ୍ର ସୁସ୍ଥ ହେବାର କାନନା କରୁଛି । ଏଥି ସହ ତେଜିନ୍ଦର ପାଲ ସିଂ ବାଗ୍ଗା ମଧ୍ୟ ବିଜେପି ମୁଖପାତ୍ରଙ୍କ ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧ ଲକ୍ଷ ୫୮ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏଥିରୁ ୪,୫୦୦ରୁ ଅଧିକ କୋରୋନା ସଂକ୍ରମିତ ମଧ୍ୟ ପ୍ରାଣ ହରାଇଛନ୍ତି । ଏଥି ସହିତ ବର୍ତ୍ତମାନ ସୁଦ୍ଧା ୬୭ ହଜାରରୁ ଅଧିକ ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୬୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୯୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।