ଏହି ସହରରେ ଦେଖିବାକୁ ମିଳେ ନୀଳ ଓ ସବୁଜ ରଙ୍ଗର କୁକୁର
Advertisement
Article Detail0/zeeodisha/odisha995991

ଏହି ସହରରେ ଦେଖିବାକୁ ମିଳେ ନୀଳ ଓ ସବୁଜ ରଙ୍ଗର କୁକୁର

ରାଜଧାନୀ ମସ୍କୋ ଠାରୁ ୩୭୦ କିଲୋମିଟର ପୂର୍ବରେ ଡିଜେରଜିଙ୍କସ ନାମକ ଏକ ସହର ରହିଛି। ସେଠାରେ ହିଁ ନୀଳ ଓ ସବୁଜ ରଙ୍ଗର କୁକୁର ଦେଖାଯାଆନ୍ତି। 

ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: କୁକୁର ହେଉଛି ଦୁନିଆର ଏକମାତ୍ର ଜୀବ ଯାହାକି ଲୋକଙ୍କ ଅଧିକ ପ୍ରିୟ ଗୃହପାଳିତ ପଶୁ। ତେବେ ଆପଣ କେବେ ନୀଳ କିମ୍ବା ସବୁଜ ରଙ୍ଗର କୁକୁର ଦେଖିଛନ୍ତି କି? କେବଳ ହୋଲି ପର୍ବ ଛାଡ଼ିଦେଲେ ଅନ୍ୟ ସମୟରେ ଦେଖିନଥିବେ! ଋଷରେ ଏପରି ଏକ ସହର ଅଛି ଯେଉଁଠାରେ ନୀଳ ଓ ସବୁଜ ରଙ୍ଗ କୁକୁର ଦେଖିବାକୁ ମିଳୁଛନ୍ତି। ପୂର୍ବରୁ ସେମାନଙ୍କର ଏପରି ରଙ୍ଗ ନଥିଲା। ସେ ପୂର୍ବରୁ କଳା କିମ୍ୱା ଧୂସର ରଙ୍ଗର ଥିଲେ। କିନ୍ତୁ ଧିରେ ଧିରେ ସେମାନଙ୍କ ଦେହର ରଙ୍ଗ ନୀଳ ହୋଇଗଲା। ଏପରି ଘଟଣା ୪ ବର୍ଷ ପୂର୍ବେ ଭାରତରେ ମଧ୍ୟ ଘଟିଥିଲା।

ରାଜଧାନୀ ମସ୍କୋ ଠାରୁ ୩୭୦ କିଲୋମିଟର ପୂର୍ବରେ ଡିଜେରଜିଙ୍କସ ନାମକ ଏକ ସହର ରହିଛି। ସେଠାରେ ହିଁ ନୀଳ ଓ ସବୁଜ ରଙ୍ଗର କୁକୁର ଦେଖାଯାଆନ୍ତି। ଗଣମାଧ୍ୟମ ସଂଗଠନ 'ରିୟା ନୋବୋଷ୍ଟି' ରିପୋର୍ଟ ଅନୁଯାୟୀ କୁକୁରଙ୍କ ଦେହରେ ରାସାୟନିକ ପ୍ରକ୍ରିୟା ଯୋଗୁଁ ସେମାନଙ୍କ ଦେହ ନୀଳ ଓ ସବୁଜ ହୋଇଯାଉଛି। କୁକୁରଙ୍କ ଦେହର ରଙ୍ଗ ବଦଳିବା ନେଇ ରୁଷର ସ୍ୱେଚ୍ଛାସେବୀ ସଂସ୍ଥା ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ରାସାୟନିକ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। 

Also Read: ପୁଣି ତେଲରେ ଲାଗିଲା ନିଆଁ! ଜାଣନ୍ତୁ, ପେଟ୍ରୋଲ-ଡିଜେଲର ନୂଆ ଦର

ମସ୍କୋ ଟାଇମ୍ସ ଅନୁଯାୟୀ, ଡିଜେରଜିଙ୍କସର ରାସାୟନିକ କାରଖାନା ପୂର୍ବରୁ ପ୍ଲେସିଗ୍ଲାସ୍ ଓ ହାଇଡ୍ରୋକିଆନିକ୍ ଏସିଡ୍ ଉତ୍ପାଦନ କରିଥିଲା। ଯେଉଁଥିପାଇଁ କୁକୁର (Dogs) ଙ୍କ ଦେହରେ ରାସାୟନିକ ପ୍ରକ୍ରିୟା କାରଣରୁ ରଙ୍ଗ ବଦଳି ଯାଇଛି। ସେମାନଙ୍କର ଶାଗୁଆ କେଶ ହେଉଛି ତମ୍ବା ସଲଫେଟ୍। 'ହ୍ୟୁମ୍ୟାନ ସୋସାଇଟି ଇଣ୍ଟରନ୍ୟାସନାଲ ସାଥୀ ଅଫ୍ ଆନିମଲ' ର ଉପାଧ୍ୟକ୍ଷ କେଲି ଓମାରା କହିଛନ୍ତି ଯେ, ଏହା ଏକ ବିଶେଷ ପ୍ରକାରର ରସାୟନିକ ପଦାର୍ଥ। ଯଦି ଆପଣ ସିଧାସଳଖ ସମ୍ପର୍କରେ ଆସନ୍ତି ତେବେ ଏହା ଆପଣଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ।

fallback

ରିୟା ନୋଭୋଷ୍ଟିଙ୍କ ଅନୁଯାୟୀ, ଦେବାଳିଆ ଘୋଷଣା ପରେ ଏହି ରାସାୟନିକ କାରଖାନା ୨୦୧୫ ମସିହାରେ ବନ୍ଦ ହୋଇଯାଇଥିଲା। କିନ୍ତୁ କମ୍ପାନୀର ପରିଚାଳନା କାରଖାନାର ଚାରି ପାର୍ଶ୍ୱକୁ ବନ୍ଦ କରିଦେଇଥିଲେ। କେଲି ଓମାରା କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି କୁକୁରମାନଙ୍କ ବିଷୟରେ ଋଷ ସରକାର (Russia Govt) କୌଣସି ପଦକ୍ଷେପ ନେଇନାହାଁନ୍ତି। କେଲି କହିଛନ୍ତି ଯେ, ଋଷରେ କୁକୁରମାନଙ୍କୁ ସୁରକ୍ଷା ଦେବାକୁ ପଡିବ। ଏହି ଅଞ୍ଚଳ ବରଫାଚ୍ଛାଦିତ ଅଟେ। ବରଫରେ ରସାୟନିକ ପଦାର୍ଥ ଶୀଘ୍ର ନଷ୍ଟ ହୁଏ ନାହିଁ। କୁକୁରମାନେ ବରଫରେ ଖେଳନ୍ତି। ବରଫରେ ଖେଳିବା ସମୟରେ କୁକୁରମାନେ ରାସାୟନିକ ପଦାର୍ଥରେ ଆବୃତ ବରଫ ସମ୍ପର୍କରେ ଆସିଯାଇଥିଲେ।

Also Read: ଲୁକ୍କାୟିତ ଅବସ୍ଥାରେ ତ୍ରିଲୋଚନେଶ୍ୱର ମହାଦେବ, ଲିଙ୍ଗରାଜଠୁ ପୁରୁଣା ଏହି ମନ୍ଦିର

ଏହାପୂର୍ବରୁ ୨୦୧୭ ମସିହାରେ ନୀଳ ରଙ୍ଗର କୁକୁରମାନେ ଭାରତର ମାୟାନଗରୀ ମୁମ୍ୱାଇ (Mumbai) ରେ ଦେଖାଯାଇଥିଲେ। କୁକୁରମାନେ ନଦୀରେ ଗାଧୋଇ ବାହାରକୁ ଆସିବା ପରେ ସୋନଙ୍କ ଦେହର ରଙ୍ଗ (Color) ବଦଳି ଯାଇଥିଲା। ସ୍ଥାନୀୟ କାରଖାନାରୁ ନିର୍ଗତ କ୍ଲୋରାଇଡ୍ ନଦୀ ଜଳରେ ମିଶିବାରୁ କୁକୁରଙ୍କ ଦେହରେ ରସାୟାନିକ ପ୍ରତିକ୍ରିୟା ଦେଖାଯାଇ ରଙ୍ଗରେ ପରିବର୍ତ୍ତନ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉକ୍ତ କାରଖାନା ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।