Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda
Advertisement
Article Detail0/zeeodisha/odisha960306

Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda

ଏଭଳି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇଉଠିଛି।

Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ ଦେଇଛି ଆତଙ୍କୀ ସଙ୍ଗଠନ ଆଲ୍ କାଏଦା। ଏନେଇ ଏହି ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଇମେଲ୍ ଆସିଛି ଯେଉଁଥିରେ କୁହାଯାଇଛି ଆଗାମୀ କିଛି ଦିନ ମଧ୍ୟରେ ଏୟାରପୋର୍ଟକୁ ବିସ୍ଫୋରଣ କରି ଉଡାଇ ଦିଆଯିବ। ଏଭଳି ଧମକ ମିଳିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।   

ଶନିବାର ସନ୍ଧ୍ୟାରେ ଏପରି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଯେଉଁଥିରେ ଜଣେ ଦମ୍ପତ୍ତିଙ୍କ ବାବଦରେ ଉଲ୍ଲେଖ ରହିଛି। ଏନେଇ କୁହାଯାଇଛି କରଣବୀର ସୂରୀ ଓରଫ ମୋହମଦ ଜଲାଲ ଏବଂ ତାଙ୍କ ପତ୍ନୀ ଶୌଲି ସାରା ଓରଫ ହସିନା ରବିବାର ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ସେମାନେ ଆଗାମୀ ୩ ଦିନ ମଧ୍ୟରେ ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (Indira Gandhi International Airport) ପରିସରରେ ବୋମା ରଖିବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି। 

Also Read: Taliban Rocket ଆକ୍ରମଣରେ ଥରହର Kandahar Airport; ବାତିଲ ହୋଇଗଲା ଉଡା଼ଣ

ଏଭଳି ଧମକପୂର୍ଣ୍ଣ ଇମେଲ (Threatening Email) ଆସିବା ପରେ ସୁରକ୍ଷା ଏଜେନ୍ସି (Security Agency) ସତର୍କ ହୋଇଉଠିବା ସହ ଆଇଜିଆଇ ଏୟାରପୋର୍ଟ (IGI Airport) ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏଠାକୁ ଯିବା ଆସିବା କରୁଥିବା ସମସ୍ତ ଗାଡି଼ ସମେତ ବିମାନବନ୍ଦର ଟର୍ମିନାଲ (IGI Airport Terminal) ଠାରେ ଯାଞ୍ଚ ବ୍ୟବସ୍ଥାକୁ ଜୋରଦାର କରାଯାଇଛି।

Also Read: ଲଦାଖ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ରହିବ ସିଆଇଏସଏଫ

ଏହି ଇମେଲ ଯାଞ୍ଚ ହେବା ପରେ ଜଣାପଡି଼ଛି ସମାନ ନାଁରେ ଧମକ ପୂର୍ବରୁ ମିଳିସାରିଛି। ଏ ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି କରଣବୀର-ଶୌଲି ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଥିବା  କୁହାଯାଉଛି। ସେମାନେ ଆଗାମୀ ୩ ଦିନ ମଧ୍ୟରେ ଭାରତ ଗସ୍ତ କରିବା ସମୟରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର କରିବେ। ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟ ସମୟରେ india.212@protonmail.com ନାମକ ଆଇଡି (Email ID) ଜରିଆରେ ଏଭଳି ଧମକପୂର୍ଣ୍ଣ ଇମେଲ ଆସିଥିଲା।