Bombay High Court on Pregnancy: ଆସିଲା ଐତିହାସିକ ରାୟ, ଗର୍ଭପାତ କରିବାର ଅଧିକାର କେବଳ ମା' ର !
Advertisement

Bombay High Court on Pregnancy: ଆସିଲା ଐତିହାସିକ ରାୟ, ଗର୍ଭପାତ କରିବାର ଅଧିକାର କେବଳ ମା' ର !

Bombay High Court on Abortion: ମା' ହେବାର ସୌଭାଗ୍ୟ ସମସ୍ତଙ୍କ ପାଖରେ ନଥାଏ । ଜଣେ ନାରୀ ସେତେବେଳେ ନିଜକୁ ସମ୍ପୂର୍ଣ୍ଣ ବୋଲି ଭାବେ ଯେତେବେଳେ ସେ ମାତୃତ୍ୱ ଲାଭ କରେ । ଆଉ ଏହାକୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଯଦି ଗର୍ଭରେ ଥିବା ଶିଶୁ ଗୁରୁତର ହୋଇଥାଏ ତେବେ ମା ହିଁ ନିଷ୍ପତ୍ତି ନେବ ସେ ଶିଶୁକୁ ଜନ୍ମ ଦେବ ନା ନାହିଁ।

Bombay High Court on Pregnancy: ଆସିଲା ଐତିହାସିକ ରାୟ, ଗର୍ଭପାତ କରିବାର ଅଧିକାର କେବଳ ମା' ର !

Bombay High Court on Pregnancy: ବମ୍ବେ ହାଇକୋର୍ଟ ଆବୋର୍ସନ ବା ଗର୍ଭନଷ୍ଟ କୁ ନେଇ ଏକ ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ଗର୍ଭବତୀ ହେବା ନହେବା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା କେବଳ ମହିଳାଙ୍କ ଅଧିକାର। ମହିଳା ଗର୍ଭପାତ କରିବା ଉଚିତ କି ନୁହେଁ ତାହା ମେଡିକାଲ ବୋର୍ଡ ସ୍ଥିର କରିପାରିବ ନାହିଁ। ଆବେଦନକାରୀ ଗର୍ଭଧାରଣର ୩୩ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ । କୋର୍ଟ ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଗର୍ଭରେ ଥିବା ଶିଶୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ମହିଳା ଜଣକ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇ ପାରିବେ।

କ'ଣ ପୂରା ମାମଲା
ଯେତେବେଳେ ଆବେଦନକାରୀ ମହିଳା ୨୯ ସପ୍ତାହରେ ନିଜର ଗର୍ଭାବସ୍ଥାର ସୋନୋଗ୍ରାଫି କରିଥିଲେ, ସେତେବେଳେ ଜଣାପଡିଥିଲା ​​ଯେ ଜନ୍ମିତ ଶିଶୁର ମାଇକ୍ରୋସେଫାଲୀ (ଅସ୍ୱାଭାବିକ ଛୋଟ ମୁଣ୍ଡ ଏବଂ ମସ୍ତିଷ୍କ) ଏବଂ ଲିସେନ୍ସଫାଲୀ (ଚିକ୍କଣ ମସ୍ତିଷ୍କ) ଭଳି ଅନେକ ସମସ୍ୟା ରହିଛି। ଏପରି ପରିସ୍ଥିତିରେ ପିଲାମାନଙ୍କୁ ବଞ୍ଚାଇବା କିମ୍ବା ସମ୍ପୂର୍ଣ୍ଣ ସୁସ୍ଥ ରହିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ମହିଳା ଜଣକ ଡାକ୍ତରଖାନାକୁ ଗର୍ଭପାତ ପାଇଁ କହିଥିଲେ। ହେଲେ ମେଡିକାଲ ବୋର୍ଡ ଏହି ଅନୁରୋଧ ରକ୍ଷା ନକରି ଗର୍ଭପାତ(Abortion) କରାଇବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲା । ହେଲେ ଶିଶୁର ଏହି ରୋଗ ଦେଖି ମହିଳାଙ୍କୁ କୁହାଯାଇଥିଲା ଯେ, ଏହି ରୋଗକୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଦ୍ୱାରା ଭଲ କରାଯାଇପାରିବ । ହେଲେ ମହିଳା ଜଣଙ୍କ ଏ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଥିଲେ।

ମେଡିକାଲ ଟର୍ମିନେସନ ଅଫ ପ୍ରେଗେନନ୍ସିଆକ୍ଟ ଆଧାରରେ ମହିଳାଙ୍କୁ ୩୦ ଡିସେମ୍ବରେ ପୁଣେ ଅଞ୍ଚଳର ସସୁନ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ମେଡିକାଲ ବୋର୍ଡ ଶିଶୁର ଅସ୍ୱାଭାବିକତାକୁ ନିଶ୍ଚିତ କରିଥିଲା ​​କିନ୍ତୁ ଉଚ୍ଚ ଗର୍ଭଧାରଣ ବୟସ ହେତୁ ତାଙ୍କ MTP ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ​​। ଏହା ପରେ ମହିଳା କୋର୍ଟରେ ଆବେଦନ କରିଥିଲେ।

କୋର୍ଟ ଦେଲ ଐତିହାସିକ ରାୟ
ଏହି ଆବେଦନ ଉପରେ ଜଷ୍ଟିସ ଗୌତମ ପଟେଲ ଏବଂ ଏସ.ଜି ଡିଜିଙ୍କ ବେଞ୍ଚ କହିଛନ୍ତି ଯେ ଆଇନର ଅଧୀନରେ ଆସିବା ପରେ ଆବେଦନକାରୀଙ୍କ ଅଧିକାର ବାତିଲ କରିବା କୋର୍ଟର ଅଧିକାର ନୁହେଁ। ମେଡିକାଲ ବୋର୍ଡର (Medical Board) ନିଷ୍ପତ୍ତିରେ କୋର୍ଟ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।

Also Read: Indian Railway: ଏଣିକି ଯାତ୍ରୀଙ୍କୁ ଅଧିକ ସଂଖ୍ୟାରେ କନଫର୍ମ ଟିକେଟ୍ ଦେବ ଭାରତୀୟ ରେଳବାଇ, ଜାଣନ୍ତୁ କିପରି

Also Read: Republic Day 2023: ୭୩ ନାଁ ୭୪, ଚଳିତ ବର୍ଷ କେତେ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ?