ଫ୍ୟାନ୍ସ ଏକଥା କହିଛନ୍ତି, ଯେ ଆପଣ ବୋଧେ ମ୍ୟାଚ ଦେଖିନାହାଁନ୍ତି ଏବଂ କିଏ ଭୁଲ ସୂଚନା ଆପଣଙ୍କୁ ଦେଇ ଦେଇଛି। ଜଣେ ୟୁଜର୍ସ ଏକ ମିମ୍ ସେୟାର କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ଆଇସିସି ଟି-20 ବିଶ୍ୱକପ୍ର ଫାଇନାଲରେ ଅଷ୍ଟ୍ରେଲିଆ ଏକପାଖିଆ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଦଳ ପ୍ରଥମ ଥର ପାଇଁ ୮ ଟି ୱିକେଟ୍ ବିଜୟ ସହ ଟି -20 ବିଶ୍ୱକପ୍ ଟ୍ରଫି କବଜା କରିଥିଲା । ଏହି ବିଜୟ ପରେ ସମଗ୍ର ବିଶ୍ୱ କଙ୍ଗାରୁ ଦଳକୁ ଅଭିନନ୍ଦନ ଜଣାଇଥିବାବେଳେ ଭାରତୀୟ ସ୍ପିନର ଅମିତ ମିଶ୍ର ବିଶ୍ୱକପ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି।
ଯେତେବେଳେ ଅମିତ ମିଶ୍ରା (Amit Mishra) ଅଭିନନ୍ଦନ ଜଣାଇଥିବା ଜାଣିଲେ, ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଲଜ କରିବା ପାଇଁ ବିଭିନ୍ନ ମିମ୍ ତାଙ୍କ ମଜାକ ଉଡ଼ାଇବା ଆରମ୍ଭ କରିଦେଇଥିଲେ । କିଛି ୟୁଜର୍ସ ଅନଲାଇନ ସୋସିଆଲ ମିଡିଆ (Social Media) ରେ ପଚାରିଥିଲେ ଯେ ଅମିତ ଭାଇ ଆପଣ ଠିକ ଅଛନ୍ତି ତ, କାରଣ ଅଷ୍ଟ୍ରେଲିଆ ବିଶ୍ୱକପ ଟ୍ରଫି ଜିତିଛି । ଫ୍ୟାନ୍ସ ଏକଥା କହିଛନ୍ତି, ଯେ ଆପଣ ବୋଧେ ମ୍ୟାଚ ଦେଖିନାହାଁନ୍ତି ଏବଂ କିଏ ଭୁଲ ସୂଚନା ଆପଣଙ୍କୁ ଦେଇ ଦେଇଛି। ଜଣେ ୟୁଜର୍ସ ଏକ ମିମ୍ ସେୟାର କରିଛନ୍ତି । କିଛି ମାସ ପୂର୍ବରୁ ଏକ ଲୋକପ୍ରିୟ ଗୀତରେ ପ୍ରସ୍ତୁତ ଏକ ମିମ୍ ସେୟାର କରିଛନ୍ତି । ପତ୍ତା ନହିଁ ଜୀ କୋନସା ନଶା କରତା ହୈ । ଏହି ମିମ୍ ସେୟାର ପରେ ଫ୍ୟାନ୍ସ ମାନେ ଅମିତଙ୍କୁ ଟ୍ରୋଲ କରିଛନ୍ତି।
Also Read: Amazon ରେ ଭୃଶଙ୍ଗ ପତ୍ର ନାଁରେ ଏମିତି ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ, ଜାଣିଲେ ହୋଇଯିବେ କାବା
ଜଣେ ୟୁଜର୍ସ ଲେଖିଛନ୍ତି ଭାଇ, କେଉଁ ମ୍ୟାଚର ଆପଣ ହାଇଲାଇଟ୍ ଦେଖିଛନ୍ତି କି ? ସେପଟେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ବୋଧହୁଏ ଅମିତ ଭାଇ ଅନ୍ୟ ସମୟରେ ମ୍ୟାଚ୍ ଦେଖୁଥିଲେ। ଏଥି ସହିତ, ଜଣେ ଉପଭୋକ୍ତା ତାଙ୍କୁ ଫୁଟବଲର ସବୁଠାରୁ ସମ୍ମାନଜନକ ପୁରସ୍କାର ବଲନ୍ ଡି’ଅର୍ ଦେବାକୁ ମଧ୍ୟ କହିଥିଲେ । ଅମିତ ତୁରନ୍ତ ଏହାକୁ ଡିଲିଟ କରିଦେଲେ ଯେତେବେଳେ ସେ ଦେଖିଲେ ଯେ ଅଷ୍ଟ୍ରେଲିଆ (Australia) ବଦଳରେ ଟି -20 ବିଶ୍ୱକପ ଟାଇଟଲ ଜିତିବା ପାଇଁ ସେ ଭୁଲ ଭାବେ ନ୍ୟୁଜିଲାଣ୍ଡ (NewZealand) କୁ ଅଭିନନ୍ଦନ ଜଣାଇଛନ୍ତି । ପରେ ପୁଣିଥରେ ସେ କଙ୍ଗାରୁ ଟିମକୁ ବଧାଇ ଜଣାଇଥିଲେ ।
Also Read: ଡବଲ ହେଲା ଖାଦ୍ୟ ଓ ପାନୀୟ ଦର, କେବେ ହେବ ହ୍ରାସ ଜାଣନ୍ତୁ ଅପଡେଟ୍...
କିନ୍ତୁ ପୁରୁଣା ଟ୍ୱିଟର କୁ ନିଜ ଟ୍ୱିଟର (Twitter) ପୃଷ୍ଠାରୁ ହଟାଇବା ବେଳକୁ ଲୋକମାନେ ଏହା ଦେଖିଥିଲେ। ଏହାକୁ ନେଇ ବିଭିନ୍ନ ପ୍ରକାରର ମିମ୍ ସେୟାର ହୋଇଥିଲା। ଠିକ୍ ଏହା ପରେ ସେ ନ୍ୟୁଜିଲାଣ୍ଡ ପାଇଁ ଭୁଲ୍ କରିଥିବାରୁ ଅଷ୍ଟ୍ରେଲିଆ ଦଳକୁ ଅଭିନନ୍ଦନ ଜଣାଇ ଏକ ସମାନ ଟ୍ୱିଟ୍ କରିଥିଲେ।