BSF makes record: ପାକିସ୍ତାନ ସୀମାରୁ ସର୍ବାଧିକ ୬୯ଟି ଡ୍ରୋନ ଜବତ କରି ରେକର୍ଡ କରିଛି BSF
Advertisement

BSF makes record: ପାକିସ୍ତାନ ସୀମାରୁ ସର୍ବାଧିକ ୬୯ଟି ଡ୍ରୋନ ଜବତ କରି ରେକର୍ଡ କରିଛି BSF

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ୧୦ ମାସ ମଧ୍ୟରେ ସର୍ବାଧିକ ୬୯ଟି ପାକିସ୍ତାନୀ ଡ୍ରୋନ ଜବତ କରିଛି ସୀମା ସୁରକ୍ଷା ବଳ। ଭାରତୀୟ ସୀମାରୁ ଏହି ଡ୍ରୋନକୁ ଜବତ କରିଛି ରେକର୍ଡ କରିଛି ସୀମା ସୁରକ୍ଷା ବଳ। ତେବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରାଯାଉଥିବା ନେଇ ବିଏସଏଫ କହିଛି। ବିଏସଏଫ ଦେଇଥିବା ତଥ୍ୟ ଅନୁଯାୟୀ ପାକିସ୍ତାନ

BSF makes record: ପାକିସ୍ତାନ ସୀମାରୁ ସର୍ବାଧିକ ୬୯ଟି ଡ୍ରୋନ ଜବତ କରି ରେକର୍ଡ କରିଛି BSF

BSF makes Record: ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ୧୦ ମାସ ମଧ୍ୟରେ ସର୍ବାଧିକ ୬୯ଟି ପାକିସ୍ତାନୀ ଡ୍ରୋନ ଜବତ କରିଛି ସୀମା ସୁରକ୍ଷା ବଳ। ଭାରତୀୟ ସୀମାରୁ ଏହି ଡ୍ରୋନକୁ ଜବତ କରିଛି ରେକର୍ଡ କରିଛି ସୀମା ସୁରକ୍ଷା ବଳ। ତେବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରାଯାଉଥିବା ନେଇ ବିଏସଏଫ କହିଛି। ବିଏସଏଫ ଦେଇଥିବା ତଥ୍ୟ ଅନୁଯାୟୀ ପାକିସ୍ତାନ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ନିଶା କାରବାର ପାଇଁ ଚୋରା ଚାଲାଣକାରୀମାନେ ଏହି ଡ୍ରୋନ ବ୍ୟବହାର କରୁଥିଲେ। ତେବେ ଜବତ ହୋଇଥିବା ଡ୍ରୋନ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଡ୍ରୋନରେ ମେଡ ଇନ ଚାଇନା ବୋଲି ଲେଖାଥିବା ଦେଖିବାକୁ ମିଳିଛି। 

ମିଳିଥିବା ସୂଚନା ଅନୁଯାୟୀ ଜବତ ହୋଇଥିବା ୬୯ଟି ଯାକ ଡ୍ରେନ ଚଳିତ ବର୍ଷ ଜାନୁଆରୀ ୧ ରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ଜବତ କରାଯାଇଛି। ବିଶେଷ କରି ଏହି ଡ୍ରୋନ ଗୁଡ଼ିକ ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ କାଶ୍ମୀର ସୀମାବର୍ତ୍ତି ଅଞ୍ଚଳରୁ ଜବତ କରାଯାଇଛି। ଜବତ ଡ୍ରୋନ ମଧ୍ୟରୁ ୬୦ଟି ପଞ୍ଜାବର ସୀମାବର୍ତ୍ତି ଅଞ୍ଚଳରୁ ଜବତ ହୋଇଥିବା ବେଳେ ୯ଟି ରାଜସ୍ଥାନର ସୀମାରୁ ଜବତ ହୋଇଛି। 

ଚଳିତ ବର୍ଷ ଅକ୍ଟୋବର ମାସରେ ହିଁ ସର୍ବାଧିକ ୨୧ଟି ଡ୍ରୋନ ଜବତ କରାଯାଇଥିଲା। ଏଥିରୁ ୧୯ଟି ପଞ୍ଜାବ ସୀମାରୁ ଜବତ ହୋଇଥିବା ବେଳେ ଦୁଇଟି ରାଜସ୍ଥାନ ଫ୍ରଣ୍ଟିଅରରୁ ଜବତ କରାଯାଇଥିଲା। ସେପଟେ ୧୧ଟି ଡ୍ରୋନ ଜୁନ ମାସରେ ଜବତ ହୋଇଥିବା ବେଳେ ମେରେ ୭ଟି, ଫେବୃଆରୀ, ଜୁଲାଇ ଓ ସେପ୍ଟେମ୍ବରରେ ୬ଟି ଲେଖାଏଁ ଜବତ ହୋଇଥିବା ବେଳେ ଅଗଷ୍ଟ ମାସରେ ୫ଟି ଜବତ ହୋଇଥିଲା। ମାର୍ଚ୍ଚ ଓ ଏପ୍ରିଲରେ ୩ଟି ଲେଖାଏଁ ଏବଂ ଜାନୁଆରୀରେ ଗୋଟିଏ ଡ୍ରୋନ ଜବତ କରାଯାଇଥିଲା। ତେବେ ଗତବର୍ଷ ମାତ୍ର ୨୨ଟି ଡ୍ରୋନ ଜବତ କରାଯାଇଥିଲା। ଏହି ଜବତ ୨୨ଟି ଡ୍ରୋନ ମଧ୍ୟରୁ ଡିସେମ୍ବରରେ ୭ଟି, ନଭେମ୍ବରରେ ୫ଟି, ଅକ୍ଟୋବରରେ ୩ଟି, ମାର୍ଚ୍ଚରେ ୨ଟି ଓ ଜାନୁଆରୀ, ଫେବୃଆରୀ, ଏପ୍ରିଲ, ମେ ଓ ଜୁନରେ ଗୋଟିଏ ଲେଖାଏଁ ଡ୍ରୋନ ଜବତ କରାଯାଇଥିଲା। 

ତେବେ ଏହି ଜବତ ଡ୍ରୋନ ଗୁଡ଼ିକ ମଧ୍ୟରୁ କିଛିକୁ ସୀମା ସୁରକ୍ଷା ବଳର ଯବାନମାନେ ଗୁଳି ମାରି ଖସାଇ ଦେଇଥିଲେ। ଭାରତ-ପାକିସ୍ଥାନର ୩୩୨୩ କିମି ସୀମାରେ ନିୟୋଜିତ ଥିବା ଯବାନମାନେ ଏଗୁଡିକୁ ଗୁଳି କରି ଖସାଇ ଦେଇଥିଲେ। ଜବତ ହୋଇଥିବା ଏହି ଡ୍ରୋନ ଗୁଡ଼ିକ ବିଶେଷ କରି ନିଶା କାରବାରରେ ବ୍ୟବହାର ହେଉଥିବା ଜଣା ପଡିଛି। ଡ୍ରଗ୍ସ, ହେରୋଇନ ଆଦି କାରବାର ପାଇଁ ଚାଲାଣକାରୀମାନେ ଡ୍ରୋନ ବ୍ୟବହାର କରୁଥିବା ନେଇ ଜଣେ ସୀମା ସୁରକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଥିଲେ।