BSF Recruitment 2022: ଦଶମ, ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାହାରିଲା ୧୨୮ ପଦବୀ ପାଇଁ ନିଯୁକ୍ତି
Advertisement

BSF Recruitment 2022: ଦଶମ, ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାହାରିଲା ୧୨୮ ପଦବୀ ପାଇଁ ନିଯୁକ୍ତି

BSF Recruitment 2022:  ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ର ଅନେକ ପଦବୀରେ ନିଯୁକ୍ତି ଦେବାପାଇଁ ସୀମା ସୁରକ୍ଷା ବଳ ବିଜ୍ଞପ୍ତି ଜାରି କରିଛି । ଦଶମ, ଦ୍ୱାଦଶ ପାସ୍ କରଥିବା ପ୍ରାର୍ଥୀମାନେ ଏଠାରେ ଆବେଦନ କରିପାରିବେ...

ସାଙ୍କେତିକ ଫଟୋ

BSF Recruitment 2022: ଯେଉଁ ପ୍ରାର୍ଥୀ ମାନେ ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ର ଅନେକ ପୋଷ୍ଟରେ ନିଜୁକ୍ତି ଦେବାପାଇଁ ସୀମା ସୁରକ୍ଷା ବଳ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ rectt.bsf.gov.in ଭିଜିଟ କରି ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୨୮ ଜୁନ୍ ୨୦୨୨ ମଧ୍ୟରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ୩୦ ମଇରୁ ଆରମ୍ଭ ହୋଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୧ ଟି ପଦବୀ ପୂରଣ ହେବ ।

ଖାଲିଥିବା ପଦବୀ ସଂଖ୍ୟା
ସବ୍ ଇନ୍ସପେକ୍ଟର (ମାଷ୍ଟର) - ୮ ଟି ପୋଷ୍ଟ 
ସବ୍ ଇନ୍ସପେକ୍ଟର (ଇଞ୍ଜିନ୍ ଡ୍ରାଇଭର) - ୬ ଟି ପୋଷ୍ଟ 
ସବ୍ ଇନ୍ସପେକ୍ଟର (ୱାର୍କସଫ) - ୨ ଟି ପୋଷ୍ଟ 
ହେଡ କନଷ୍ଟେବଲ (ମାଷ୍ଟର) - ୫୨ ଟି ପୋଷ୍ଟ 
ହେଡ୍ କନଷ୍ଟେବଲ୍ (ଇଞ୍ଜିନ୍ ଡ୍ରାଇଭର) - ୬୪ ଟି ପୋଷ୍ଟ 
ହେଡ୍ କନଷ୍ଟେବଲ୍ (ୱାର୍କସଫ) - ୧୯ ଟି ପୋଷ୍ଟ 
କନଷ୍ଟେବଲ୍ (କ୍ରୁ) - ୧୩୦ ପୋଷ୍ଟ 

ଶିକ୍ଷାଗତ ଯୋଗ୍ୟତା 
ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ କିମ୍ବା ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ । ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ଏହି ପୋଷ୍ଟଗୁଡିକରେ ଚୟନ କରାଯିବ ।

ବୟସ ସୀମା
ସବ୍ ଇନ୍ସପେକ୍ଟର (ମାଷ୍ଟର ଏବଂ ଇଞ୍ଜିନ ଡ୍ରାଇଭର) ପାଇଁ ପ୍ରାର୍ଥୀଙ୍କ ବୟସ ୨୨ ରୁ ୨୮ ବର୍ଷ ଏବଂ ଅନ୍ୟ ସମସ୍ତ ପଦବୀ ପାଇଁ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ । ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯିବ ।

ଚୟନ ପ୍ରକ୍ରିୟା 
ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟେସନ୍, ଶାରୀରିକ ମାପ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା, ଟ୍ରେଡ଼ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନକାରୀଙ୍କୁ ଚୟନ କରାଯିବ ।

ପରୀକ୍ଷା ପାଟର୍ନ 
ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ୧୦୦ ମାର୍କର ପ୍ରଶ୍ନ ପଚରାଯିବ । ଏହି ପ୍ରଶ୍ନଗୁଡିକର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କୁ ୨ ଘଣ୍ଟା ସମୟ ଦିଆଯିବ । ଏହି ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀଙ୍କୁ ସର୍ବନିମ୍ନ ୩୫% ମାର୍କ ରଖିବାକୁ ପଡିବ ।

ଏହା ବି ପଢ଼ନ୍ତୁ: NSA ଅଜିତ ଡୋଭାଲଙ୍କ ସହିତ ବୈଠକରେ କ’ଣ ହେଲା? ଇରାନ ପ୍ରତ୍ୟାହାର କରିନେଲା ନିଜ ବୟାନ

ଏହା ବି ପଢ଼ନ୍ତୁ: ଟି-୨୦ କ୍ରିକେଟରେ ଭାରତର ଅଷ୍ଟମ ଅଧିନାୟକ ହେଲେ ଋଷଭ ପନ୍ତ, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ