Uttar Pradesh: ବୁଲଡୋଜର ପରେ ଆସିଲା ବୁଲଡୋଜର ରୋବୋଗନ୍
Advertisement

Uttar Pradesh: ବୁଲଡୋଜର ପରେ ଆସିଲା ବୁଲଡୋଜର ରୋବୋଗନ୍

ଦଙ୍ଗା ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ବୁଲଡୋଜର ରୋବୋଗନ ବିକାଶିତ କରାଯାଇଛି। 

Uttar Pradesh: ବୁଲଡୋଜର ପରେ ଆସିଲା ବୁଲଡୋଜର ରୋବୋଗନ୍

Bulldozer Robogun of Uttar Pradesh:୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହେବା ପର ଠାରୁ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛି ବୁଲଡୋଜର। ପ୍ରଥମେ ରାଜ୍ୟର ମୁଖ୍ୟମନ୍ତ୍ରୀ ବୁଲଡୋଜର ବାବା ନାମରେ ଜଣାଶୁଣା ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ବୁଲଡୋଜର ରୋବୋଗନ୍। 

ସଦ୍ୟ ଉତ୍ତର ପ୍ରଦେଶ ଏମଆଇଇଟି ଇଞ୍ଜିନିୟରିଂ କଲେଜ ବୈଜ୍ଞାନିକ ଶ୍ୟାମ ଚୌରାସିଆ ଏକ ବୁଲଡୋଜର ରୋବୋଗନ ବିକଶିତ କରିଛନ୍ତି। ଯାହାକୁ ସୁରକ୍ଷା ବାହିନୀ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବାରେ ବ୍ୟବହାର କରିପାରିବ। ଏହି ବନ୍ଧୁକ ଦଙ୍ଗାକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ସକ୍ଷମ। 

Also Read: ପାରମ୍ପରିକ ନୁହେଁ ଏଣିକି ପୌରାଣିକ ଅସ୍ତ୍ରରେ ଶତ୍ରୁ ପକ୍ଷ ସହ ଲଢିବ Indian Army

ପ୍ରଧାନମନ୍ତ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଅଧିବାସୀ ଯୁବ ବୈଜ୍ଞାନିକ ଶ୍ୟାମ ଚୌରାସିଆ ଏକ ବୁଲଡୋଜର ରୋବୋଗନ ନିର୍ମାଣ କରିଛନ୍ତି। ବର୍ତ୍ତମାନ ଏହାର ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଏହି ବନ୍ଧୁକର କ୍ଷମତା ବୃଦ୍ଧି ଲାଗି ଏହାକୁ ଅଧିକ ବିକଶିତ କରାଯିବ। ରୋବୋଗନ ପ୍ରସ୍ତୁତ ଉପରେ କରିଥିବା ବୈଜ୍ଞାନିକ ଶ୍ୟାମ ଚୌରାସିଆ କହିଛନ୍ତି ଯେ ଦଙ୍ଗା ହେତୁ ସରକାରୀ ସମ୍ପତ୍ତି ତଥା ସାଧାରଣ ଲୋକଙ୍କ ପାଇଁ ଅନେକ କ୍ଷତି ହୋଇଥାଏ। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ବୁଲଡୋଜର ରୋବୋଗନ ବିକାଶିତ କରାଯାଇଛି। 

Also Read: ନିଆଁ ନୁହେଁ Whatsapp Message ଜରିଆରେ ଫୁଟିବ Ecofriendly Rocket

ଏହି ବୁଲଡୋଜର ରୋବୋଗନ ପ୍ରସ୍ତୁତ କରିବା ପାଇଁ ପ୍ଲାଷ୍ଟିକ ଏବଂ ଷ୍ଟିଲ ବ୍ୟବହାର କରାଯାଇଛି। ଏଥିରେ ୯ ଏମଏମ୍ ବନ୍ଧୁକ ଲଗାଯାଇଛି। ଯେଉଁଥିରେ ତରଳ ଲଙ୍କା ପଦାର୍ଥ ଥିବା ଗୁଳି ଭର୍ତ୍ତି କରାଯିବ। ଏହା ବ୍ୟତୀତ ଏଥିରେ ୱାଇ-ଫାଇ କ୍ୟାମେରା, ଟ୍ରାନ୍ସମିଟର ରିସିଭର୍, ଏଲଇଡି ବଲ୍, ୧୨ ଭୋଲ୍ଟ ବ୍ୟାଟେରୀ ଏବଂ ରିମୋଟ ବ୍ୟବହାର କରାଯାଇଛି। ଏହି ବନ୍ଧୁକ ଉଭୟ ରିମୋଟ୍ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ପରିଚାଳିତ ହୋଇପାରିବ। ଏହାକୁ ଲାଇଭ କ୍ୟାମ ମାଧ୍ୟମରେ ପୋଲିସ ନିୟନ୍ତ୍ରଣ କକ୍ଷ ସହିତ ସଂଯୋଗ କରାଯାଇପାରିବ। ଏହାର ତଥ୍ୟ ପୋଲିସ ପାଖରେ ଏକତ୍ରୀତ କରାଯାଇ ସଂଗ୍ରହ କରାଯିବ। ଥରେ ଚାର୍ଜ କଲେ ଏହି ବନ୍ଧୁକ ପ୍ରାୟ ଅଧ ଘଣ୍ଟା ପାଇଁ କାମ କରିବାକୁ ସକ୍ଷମ। ତଥାପି ଅଧିକ କାର୍ଯ୍ୟ ପାଇଁ ଏହାର ବ୍ୟାଟେରୀ ବ୍ୟାକଅପ୍ ଆହୁରି ବଢା ଯାଇପାରିବ। 

Also Read: ସାବଧାନ: ବାଣ ଫୁଟାଇଲେ ହରାଇ ପାରନ୍ତି ଦୃଷ୍ଟିଶକ୍ତି!

ରିମୋର୍ଟ କଣ୍ଟ୍ରୋଲ ସହୟତାରେ ପୋଲିସ ଏହାକୁ ଭିଡ଼ ମଧ୍ୟକୁ ପଠାଇ ପାରିବ। ରୋବୋଗନ୍ ଯୋଗେ ଘଟଣାସ୍ଥଳରେ କୌଣସି ଘୋଷଣା କରାଯାଇ ପାରିବ ଏବଂ ଏହାର କ୍ୟାମେରା ମାଧ୍ୟମେର ରେକର୍ଡିଂ ମଧ୍ୟ କରିହେବ। ଯାହା ଦଙ୍ଗାକାରୀଙ୍କୁ ଚିହ୍ନଟ କରିବାରେ ବହୁତ ସହାୟକ ହେବ। ଏହା ସହିତ ଏହାକୁ ଏକାଧିକ ପୋଲିସ ଥାନା ସହିତ ସଂଯୋଗ କରାଯାଇ ପାରିବ। ଏହି ବନ୍ଧୁକର ଓଜନ ହେଉଛି ୪ କିଲୋଗ୍ରାମ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମୂଲ୍ୟ ୧୫ ହଜାର ଟଙ୍କା ଏବଂ ଏହାକୁ ତିଆରି କରିବାକୁ ପ୍ରାୟ ୨ ମାସ ସମୟ ଲାଗିଛି। ଏହାକୁ  ଅତି ସହଜରେ ୧୦୦ ମିଟର ପରିସର ମଧ୍ୟରେ ବ୍ୟବହାର କରାଯାଇ ପାରିବ। ଏହାର ପରିସର କ୍ଷମତାକୁ ଆହୁରି ବିସ୍ତାର ମଧ୍ୟ କରିହେବ।