ହ୍ୱାଟ୍ସଆପ୍ ଜରିଆର ଭାଇରାଲ ହେଉଥିବା ଏହି ବାର୍ତ୍ତାରେ ଏହା ଲେଖାଯାଇଛି ଯେ ଗୁପ୍ତଚର ବିଭାଗ ଅନୁଯାୟୀ ପାକିସ୍ତାନ କଦାପି ସିଧାସଳଖ ଭାରତ ଉପରେ ଆକ୍ରମଣ କରିପାରିବ ନାହିଁ। ସେଥିପାଇଁ ଭାରତ ଠାରୁ ପ୍ରତିଶୋଧ ନେବା ପାଇଁ ଚୀନ୍କୁ କହିଛି।
Trending Photos
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୪ ତାରିଖରେ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ଦୀପାବଳି। ଏନେଇ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଜରିଆରେ ଏକ ବାର୍ତ୍ତା ବେଶ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲେଖାଯାଇଛି ଯେ ଚୀନ-ପାକିସ୍ଥାନ ବାଣ ଏବଂ ଏହି ପର୍ବ ପାଳନ ଲାଗି ବ୍ୟବହାର ହେଉଥିବା ଲାଇଟ ଜରିଆରେ ଭାରତ ଠାରୁ ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରିଛନ୍ତି।
ଭାଇରାଲ ହୋଇଥିବା ଏହି ବାର୍ତ୍ତାରେ କୁହାଯାଇଛି ଯେ ଏହି ଖବର କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Home Ministry) ଦ୍ୱାରା ଜାରି କରାଯାଇଛି। ବିଶ୍ୱଜିତ ମୁଖାର୍ଜୀଙ୍କ ନାମରେ ଲେଖି ଏହି ବାର୍ତ୍ତା ପଠାଯାଉଛି। ଯେଉଁଥିରେ ତାଙ୍କୁ ଜଣେ ବରିଷ୍ଠ ତଦନ୍ତ ଅଧିକାରୀ ଭାବେ ଦର୍ଶାଯାଇଛି।
ଏ ମାମଲାରେ ପ୍ରେସ୍ ଇନଫର୍ମମେସ ବ୍ୟୁରୋ (Press Information Bureau) ପକ୍ଷରୁ ଏହି ଭାଇରାଲ୍ ବାର୍ତ୍ତା ଅନୁସନ୍ଧାନ କରାଯିବା ପରେ ଏହା ମିଥ୍ୟା ବୋଲି ଜଣାପଡିଛି। ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୌଣସି ସତର୍କ ସୂଚନା ଜାରି ହୋଇନାହିଁ।
Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ
A message in circulation, allegedly issued by the Ministry of Home Affairs claims that China is sending special firecrackers & lights to India to cause asthma & eye diseases. #PIBFactcheck
▪️ This message is #Fake
▪️ No such information is issued by MHA pic.twitter.com/1wpasaFRjz— PIB Fact Check (@PIBFactCheck) October 18, 2021
ହ୍ୱାଟ୍ସଆପ୍ ଜରିଆର ଭାଇରାଲ ହେଉଥିବା ଏହି ବାର୍ତ୍ତାରେ (Whatsapp Viral Message) ଏହା ଲେଖାଯାଇଛି ଯେ ଗୁପ୍ତଚର ବିଭାଗ ଅନୁଯାୟୀ ପାକିସ୍ତାନ (Pakistan) କଦାପି ସିଧାସଳଖ ଭାରତ (India) ଉପରେ ଆକ୍ରମଣ କରିପାରିବ ନାହିଁ। ସେଥିପାଇଁ ଭାରତ ଠାରୁ ପ୍ରତିଶୋଧ ନେବା ପାଇଁ ଚୀନ୍କୁ (China) କହିଛି। ଚୀନ୍ ଭାରତକୁ ଏଭଳି ସ୍ୱତନ୍ତ୍ର ବାଣ (Firecrackers) ପଠାଇଛି ଯେଉଁଥିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ (Carbon Monoxide Gas) ରହିଛି। ଏଭଳି ବାଣ ବିସ୍ଫୋରଣ ହେବା ଫଳରେ ବାୟୁମଣ୍ଡଳରେ କାର୍ବନ ମନୋକ୍ସାଇଡ୍ ବ୍ୟାପିଯିବ। ଏହି କାରଣରୁ ଲୋକେ ଆଜ୍ମା ଭଳି ରୋଗରେ ଆକ୍ରାନ୍ତ ହୋଇପାରନ୍ତି।
Also Read: Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB
ଭାଇରାଲ୍ ହୋଇଥିବା ବାର୍ତ୍ତାରେ ଏହା ମଧ୍ୟ ଲେଖାଯାଇଛି ଚୀନ ନିର୍ମିତ ଆଲୋକ (Chinese Made Light) ମଧ୍ୟ ବିପଜ୍ଜନକ। ଏହି ଆଲୋକ ନିର୍ଗତ ହେବା ଫଳରେ ଆଖି ପ୍ରଭାବିତ ହୋଇପାରେ। ଆମକୁ ଦାପାବଳି (Diwali) ପାଇଁ ସତର୍କ ରହିବାକୁ ହେବ। ଚୀନ ନିର୍ମିତ ଉତ୍ପାଦକୁ (Chinese Product) ବ୍ୟବହାର କରନ୍ତୁ ନାହିଁ। ଦୟାକରି ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାନ୍ତୁ।