ପୁଣି କମବ୍ୟାକ କରିବ TikTok, ଆମେରିକାର 'ଗୁଜୁରାଟୀ ଟିପ୍ସ' !
Advertisement

ପୁଣି କମବ୍ୟାକ କରିବ TikTok, ଆମେରିକାର 'ଗୁଜୁରାଟୀ ଟିପ୍ସ' !

ବିକ୍ରି ହେବ TikTok ! 

ପୁଣି କମବ୍ୟାକ କରିବ TikTok, ଆମେରିକାର 'ଗୁଜୁରାଟୀ ଟିପ୍ସ' !

ନୂଆଦିଲ୍ଲୀ: ଭାରତ ସହ ପଙ୍ଗା ନେଲେ କ'ଣ ହୁଏ, ଏବେ ଚୀନ ଭଲ ଭାବରେ ବୁଝିପାରୁଥିବ । ଅବଶ୍ୟ ଏକଥା କିଏ ବୁଝୁ ବା ନବୁଝୁ ଚାଇନିଜ କମ୍ପାନୀ TikTok ଅଙ୍ଗେ ନିଭାଉଛି । TikTok ସମେତ ୫୯ ଚାଇନିଜ ଆପକୁ ଭାରତ ବ୍ୟାନ କରିବା ପରେ ଏବେ ଅନ୍ୟ ଦେଶରେ ମଧ୍ୟ ସମାନ ସ୍ୱର ଉଠିଲାଣି । TikTokକୁ ବ୍ୟାନ କରିବାକୁ ଆମେରିକା ମଧ୍ୟ ବିଚାର କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନର ଶାସକ ଦଳର ଜଣେ ସାଂସଦ ମଧ୍ୟ TikTok ବ୍ୟାନ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । 

TikTok ହେଉଛି ଚାଇନିଜ କମ୍ପାନୀ Bytedanceର । ହେଲେ ବିଭିନ୍ନ ଦେଶରୁ ଏବେ TikTok ବିରୋଧରେ ସ୍ୱର ଶାଣିତ ହେଉଛି । ଫଳରେ ବହୁ କ୍ଷତି ମଧ୍ୟ ସହିଲାଣି Bytedance । ସ୍ଥିତି ଏପରି ହୋଇଛି ଯେ, TikTokକୁ ବିକ୍ରି କରିବାକୁ ମଧ୍ୟ ଏହି କମ୍ପାନୀ ଚିନ୍ତା କରୁଥିବା କୁହାଯାଉଛି । ବର୍ତ୍ତମାନର ସ୍ଥିତି ଦେଖି ହ୍ୱାଇଟ ହାଉସ ମଧ୍ୟ ଏପରି କିଛି ଅଶଙ୍କା କଲାଣି । ନିଜକୁ ବଞ୍ଚାଇବାକୁ ହେଲେ ଟିକଟକକୁ ଅନ୍ୟ ହାତକୁ ଟେକିଦେବା ହିଁ Bytedance ପାଇଁ ସଠିକ ନିଷ୍ପତ୍ତି ହୋଇପାରେ । କାହିଁକିନା ଏବେ ଆଉ ଅନ୍ୟ ଚାରା ନାହିଁ । 

ତେବେ ଏହି ପ୍ରସଙ୍ଗରେ ଆମେରିକାର ଅର୍ଥନୈତିକ ପରାମର୍ଶଦାତା ଲୋରୀ କୁଣ୍ଡଲୋ (Larry Kudlow)ଙ୍କ ମତାମତ ବେଶ ଗୁରୁତ୍ୱବହନ କରୁଛି । ସେ କହିଛନ୍ତି, Bytedance ନିଜକୁ ବଞ୍ଚାଇବାକୁ ଯାଇ ବିବାଦୀୟ TikTok ଆପକୁ ବିକ୍ରି କରିପାରେ । 

Kudlowଙ୍କ କହିବା କଥା ଏହା ଯେ, ଆମେ ଚାଇନିଜ ଆପକୁ ପ୍ରତିବନ୍ଧକ ଲଗାଇବା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନେଇନାହୁଁ । କିନ୍ତୁ ଯେଉଁ ପ୍ରକାର ଭାବରେ TikTok ବିରୋଧରେ ମାହୋଲ ତିଆରି ହେଉଛି, ଏହାକୁ ବିକ୍ରି କଲେ Bytedance ରକ୍ଷା ପାଇପାରେ । କାହିଁକିନା TikTok ଉପରେ କଟକଣା ଯୋଗୁ କେବଳ Bytedance କାହିଁକି, ଚୀନ ମଧ୍ୟ ବହୁତ ଅର୍ଥିକ କ୍ଷତି ସହିଲାଣି । 

କହିରଖୁଛୁ, ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ବିଶ୍ୱାସଘାତକ ଚୀନକୁ କୌଣସି ପରିସ୍ଥିତିରେ ମଧ୍ୟ ଭାରତ ବିଶ୍ୱାସ କରୁନାହିଁ । ତଥ୍ୟ ଚୋରା ଆଶଙ୍କା ଥିବାରୁ ଟିକଟକ ସମେତ ୫୯ ଚାଇନିଜ ଅପକୁ ବ୍ୟାନ କରାଯାଇଛି । ଭାରତର ଏହି ପଦକ୍ଷେପ ପରେ ଏବେ ସମଗ୍ର ବିଶ୍ୱରେ ଚାଇନିଜ ଆପ୍ ବିରୋଧରେ ସ୍ୱର ଶାଣିତ ହେଉଛି । ଆଉ ଏସବୁ ଭିତରେ ଦିନକୁ ଦିନ TikTokକୁ ନେଇ ଏକପ୍ରକାର ନକରାତ୍ମକ ମାହୋଲ ମଧ୍ୟ ହୋଇଗଲାଣି । ଯେଉଁଥିପାଇଁ Bytedance ଏବେ ଚିନ୍ତାରେ ପଡ଼ିଛି ।