• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ପୁଣି କମବ୍ୟାକ କରିବ TikTok, ଆମେରିକାର ଗୁଜୁରାଟୀ ଟିପ୍ସ !

ପୁଣି କମବ୍ୟାକ କରିବ TikTok, ଆମେରିକାର 'ଗୁଜୁରାଟୀ ଟିପ୍ସ' !

ବିକ୍ରି ହେବ TikTok !

Edited ByZee Odisha Desk
Published: Jul 18, 2020, 12:32 PM IST|Updated: Jul 18, 2020, 12:33 PM IST
joinshare
ପୁଣି କମବ୍ୟାକ କରିବ TikTok, ଆମେରିକାର 'ଗୁଜୁରାଟୀ ଟିପ୍ସ' !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ACF ସୌମ୍ୟରଂଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

    ACF ସୌମ୍ୟରଂଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

    2

    ଓଡ଼ିଶା ସହ ୫ ରାଜ୍ୟରେ ରେଳ ବିକାଶର ନୂଆ ଅଧ୍ୟାୟ, ୨୦୨୯-୩୦ ସୁଦ୍ଧା ଲକ୍ଷ୍ୟ ପୂରଣ

    3

    ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜ ପାଇଁ ଭାରତ-ଏ ଦଳ ଘୋଷିତ, ପଡିକ୍କଲ ଅଧିନାୟକ

    4

    Desi Liquor Seized: ପାନ ଦୋକାନରେ ଚାଲିଥିଲା ଦେଶୀ ମଦ ବେପାର, ଧରାପଡ଼ିଲେ ମହିଳା

    5

    ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ"ର ଟାଇଟିଲ ଘୋଷଣା

    ନୂଆଦିଲ୍ଲୀ: ଭାରତ ସହ ପଙ୍ଗା ନେଲେ କ'ଣ ହୁଏ, ଏବେ ଚୀନ ଭଲ ଭାବରେ ବୁଝିପାରୁଥିବ । ଅବଶ୍ୟ ଏକଥା କିଏ ବୁଝୁ ବା ନବୁଝୁ ଚାଇନିଜ କମ୍ପାନୀ TikTok ଅଙ୍ଗେ ନିଭାଉଛି । TikTok ସମେତ ୫୯ ଚାଇନିଜ ଆପକୁ ଭାରତ ବ୍ୟାନ କରିବା ପରେ ଏବେ ଅନ୍ୟ ଦେଶରେ ମଧ୍ୟ ସମାନ ସ୍ୱର ଉଠିଲାଣି । TikTokକୁ ବ୍ୟାନ କରିବାକୁ ଆମେରିକା ମଧ୍ୟ ବିଚାର କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନର ଶାସକ ଦଳର ଜଣେ ସାଂସଦ ମଧ୍ୟ TikTok ବ୍ୟାନ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । 

    TikTok ହେଉଛି ଚାଇନିଜ କମ୍ପାନୀ Bytedanceର । ହେଲେ ବିଭିନ୍ନ ଦେଶରୁ ଏବେ TikTok ବିରୋଧରେ ସ୍ୱର ଶାଣିତ ହେଉଛି । ଫଳରେ ବହୁ କ୍ଷତି ମଧ୍ୟ ସହିଲାଣି Bytedance । ସ୍ଥିତି ଏପରି ହୋଇଛି ଯେ, TikTokକୁ ବିକ୍ରି କରିବାକୁ ମଧ୍ୟ ଏହି କମ୍ପାନୀ ଚିନ୍ତା କରୁଥିବା କୁହାଯାଉଛି । ବର୍ତ୍ତମାନର ସ୍ଥିତି ଦେଖି ହ୍ୱାଇଟ ହାଉସ ମଧ୍ୟ ଏପରି କିଛି ଅଶଙ୍କା କଲାଣି । ନିଜକୁ ବଞ୍ଚାଇବାକୁ ହେଲେ ଟିକଟକକୁ ଅନ୍ୟ ହାତକୁ ଟେକିଦେବା ହିଁ Bytedance ପାଇଁ ସଠିକ ନିଷ୍ପତ୍ତି ହୋଇପାରେ । କାହିଁକିନା ଏବେ ଆଉ ଅନ୍ୟ ଚାରା ନାହିଁ । 

    ତେବେ ଏହି ପ୍ରସଙ୍ଗରେ ଆମେରିକାର ଅର୍ଥନୈତିକ ପରାମର୍ଶଦାତା ଲୋରୀ କୁଣ୍ଡଲୋ (Larry Kudlow)ଙ୍କ ମତାମତ ବେଶ ଗୁରୁତ୍ୱବହନ କରୁଛି । ସେ କହିଛନ୍ତି, Bytedance ନିଜକୁ ବଞ୍ଚାଇବାକୁ ଯାଇ ବିବାଦୀୟ TikTok ଆପକୁ ବିକ୍ରି କରିପାରେ । 

    Kudlowଙ୍କ କହିବା କଥା ଏହା ଯେ, ଆମେ ଚାଇନିଜ ଆପକୁ ପ୍ରତିବନ୍ଧକ ଲଗାଇବା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନେଇନାହୁଁ । କିନ୍ତୁ ଯେଉଁ ପ୍ରକାର ଭାବରେ TikTok ବିରୋଧରେ ମାହୋଲ ତିଆରି ହେଉଛି, ଏହାକୁ ବିକ୍ରି କଲେ Bytedance ରକ୍ଷା ପାଇପାରେ । କାହିଁକିନା TikTok ଉପରେ କଟକଣା ଯୋଗୁ କେବଳ Bytedance କାହିଁକି, ଚୀନ ମଧ୍ୟ ବହୁତ ଅର୍ଥିକ କ୍ଷତି ସହିଲାଣି । 

    କହିରଖୁଛୁ, ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ବିଶ୍ୱାସଘାତକ ଚୀନକୁ କୌଣସି ପରିସ୍ଥିତିରେ ମଧ୍ୟ ଭାରତ ବିଶ୍ୱାସ କରୁନାହିଁ । ତଥ୍ୟ ଚୋରା ଆଶଙ୍କା ଥିବାରୁ ଟିକଟକ ସମେତ ୫୯ ଚାଇନିଜ ଅପକୁ ବ୍ୟାନ କରାଯାଇଛି । ଭାରତର ଏହି ପଦକ୍ଷେପ ପରେ ଏବେ ସମଗ୍ର ବିଶ୍ୱରେ ଚାଇନିଜ ଆପ୍ ବିରୋଧରେ ସ୍ୱର ଶାଣିତ ହେଉଛି । ଆଉ ଏସବୁ ଭିତରେ ଦିନକୁ ଦିନ TikTokକୁ ନେଇ ଏକପ୍ରକାର ନକରାତ୍ମକ ମାହୋଲ ମଧ୍ୟ ହୋଇଗଲାଣି । ଯେଉଁଥିପାଇଁ Bytedance ଏବେ ଚିନ୍ତାରେ ପଡ଼ିଛି । 

    Add Zee News as a Preferred Source
    TAGS:
    china
    ByteDance
    TikTok
    america