ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ
Advertisement

ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ

ସିହିଆଇ ପକ୍ଷରୁ ବାକି ରହି ଯାଇଥିବା ପରୀକ୍ଷା, ଯାହା ଜୁଲାଇ ପହିଲାରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ  ହେବାର ରହିଥିଲା ତାହାକୁ ବାତିଲ କରାଯାଇଛି |

ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-ସିବିଏସଇ(Central Board of Secondary Education-CBSE) ପକ୍ଷରୁ ଆସନ୍ତା ଜୁଲାଇ ପହିଲାରୁ ୧୫ ତାରିଖ ମଧ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି| ଏନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି | ଲକ ଡାଉନ ଲାଗୁ ହେବା କାରଣରୁ ସିବିଏସଇ ଦ୍ୱାରା ପରିଚାଳିତ କେତେକ ପରୀକ୍ଷା ଅନୁଷ୍ଠିତ ହୋଇ ପାରିନଥିଲା |

ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦେଶରେ ଲକ ଡାଉନ ଜାରି ହୋଇଥିଲା | ଏହି କାରଣରୁ ବେଶ କିଛି ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି | ଏପରିକି ଚଳିତ ଥରର ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ସମସ୍ୟା ଉପୁଜିଛି | ଏହା ସହିତ ପାଠପଢା ଅନେକାଂଶରେ ପ୍ରଭାବିତ ହୋଇଛି | 
 
ଦେଶରେ ବଢୁଥିବା କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳ ବାକି ରହିଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଭାବକ | ଏନେଇ ଜବାବ ଦାଖଲ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ | ଆସନ୍ତା ଜୁଲାଇରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି ବୋଲି କୋର୍ଟଙ୍କୁ ଜଣାଇଥିଲା ସିବିଏସଇ |