PM Modi Security Breach: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ବର୍ତ୍ତମାନ ପଞ୍ଜାବ ପୋଲିସ ଏବଂ ଏହାର ମୁଖ୍ୟ ଡିଜିପି କାଠଗଡ଼ାରେ ଅଛନ୍ତି । ଡିଜିପି ବିରୋଧରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ଚର୍ଚ୍ଚା ହେଉଛି ।
Trending Photos
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ସୁରକ୍ଷା ତ୍ରୁଟିକୁ ନେଇ ବର୍ତ୍ତମାନ ପଞ୍ଜାବ ପୋଲିସ (Punjab Police) ଏବଂ ଏହାର ମୁଖ୍ୟ DGP କାଠଗଡ଼ାରେ ଅଛନ୍ତି । ଡିଜିପି ବିରୋଧରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ଚର୍ଚ୍ଚା ହେଉଛି । ପଞ୍ଜାବ ରାଜ୍ୟ ସରକାର ଏକ ଯାଞ୍ଚ କମିଟି ଗଠନ କରିଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ତିନିଜଣିଆ ଯାଞ୍ଚ କମିଟି ଗଠନ କରିଛି ।
ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) କନଭୟ ହୁସେନାୱାଲାରେ ଅବସ୍ଥିତ ଜାତୀୟ ଶହୀଦ ମେମୋରିଆଲ ଠାରୁ ୩୦ କିଲୋମିଟର ଦୂରରେ ଏକ ଫ୍ଲାଏ ଓଭରରେ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫେରୋଜପୁର କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା, ଯାହା ଅଧୀନରେ ସେ ୪୨ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବାକୁ ଯାଉଥିଲେ । ଫ୍ଲାଏ ଓଭରର ଗୋଟିଏ ପାର୍ଶ୍ୱରେ ଚାଷୀ ପ୍ରଦର୍ଶନକାରୀମାନେ ରାସ୍ତା ଅବରୋଧ କରି ଠିଆ ହୋଇଥିଲେ । ପିଏମ ମୋଦି ଫ୍ଲାଏ ଓଭରରେ ୨୦ ମିନିଟ୍ ଅଟକି ରହିଲେ । ଏହା ପରେ ରାଲିକୁ ବାତିଲ କରି ବାଥୀଣ୍ଡା ବିମାନ ବନ୍ଦରକୁ ଫେରିଥିଲେ ।
ଏହି ପାଞ୍ଚଟି ପ୍ରଶ୍ନ, ଯେଉଁଥିରେ ଘେରି ରହିଛି ପଞ୍ଜାବ ପୋଲିସ
ଏହା ବି ପଢ଼ନ୍ତୁ: ରାହୁଲ ଦ୍ରାବିଡ଼ ଦେଲେ ସଙ୍କେତ; ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ପାଇଁ ଦଳରେ ସ୍ଥାନ ନାହିଁ
ଏହା ବି ପଢ଼ନ୍ତୁ: କପଡ଼ା ମାସ୍କ ପିନ୍ଧୁଥିଲେ ମଧ୍ୟ ୧୫ ମିନିଟରେ ହୋଇଯିବେ ଓମିକ୍ରନ୍ ସଂକ୍ରମିତ!