କୋରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ନୂଆ SOP ଜାରି
Advertisement
Article Detail0/zeeodisha/odisha896613

କୋରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ନୂଆ SOP ଜାରି

କୋରୋନା ଆକ୍ରାନ୍ତଙ୍କୁ ଔଷଧ (Medicine) ଦେବା ନେଇ DCGI ଅନୁମତି ଦେଇଛନ୍ତି। ଗୁରୁତର ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦିଆଯାଇପାରିବ। ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ମଧ୍ୟ ଔଷଧ ଦିଆଯାଇପାରିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ଜାରି ହେଲା ନୂଆ SOP। ଔଷଧ ବ୍ୟବହାର ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନୂଆ ପ୍ରୋଟୋକଲ। କୋରୋନା ପାଇଁ ନୂଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଦିଆଯାଇଛି ଅନୁମତି।

କୋରୋନା ଆକ୍ରାନ୍ତଙ୍କୁ ଔଷଧ (Medicine) ଦେବା ନେଇ DCGI ଅନୁମତି ଦେଇଛନ୍ତି। ଗୁରୁତର ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦିଆଯାଇପାରିବ। ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ମଧ୍ୟ ଔଷଧ ଦିଆଯାଇପାରିବ। କିନ୍ତୁ ଔଷଧର ବ୍ୟବହାର ନେଇ DCGI କୌଣସି ସ୍ପଷ୍ଟ ଗାଇଡଲାଇନ (Guidelines) ଜାରି କରିନାହାନ୍ତି। 

Also Read: କୋରୋନାକୁ ନେଇ କଳା ଧନ୍ଦା; Lab ସିଲ୍, ମାଲିକ ଗିରଫ

ଗୃହମନ୍ତ୍ରାଳୟ (Home Ministry) ପକ୍ଷରୁ କରୋନା ରୋଗୀ (Covid patient) ଙ୍କୁ TOCILIZUMAB ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି କରାଯାଇଛି। ଗୁରୁତର ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦିଆଯାଇପାରିବ। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ। କିନ୍ତୁ ଔଷଧ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ନିହାତି ଆବଶ୍ୟକ।

କେନ୍ଦ୍ରର SOP ପରେ ନୂଆ ଔଷଧର ବ୍ୟବହାର ନେଇ ACS ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, CDM, AIIMS, କ୍ୟାପିଟାଲ ହସ୍ପିଟାଲ, AHPGIC, IGH ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଏହା ବ୍ୟତିତ ସମସ୍ତ ମେଡିକାଲ କଲେଜ, ସରକାରୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। ତେବେ ଅନୁମତିପ୍ରାପ୍ତ ନୂଆ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବା ରାଜ୍ୟ ସରକାର କହିଛନ୍ତି।