୩୪୮ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲା କେନ୍ଦ୍ର; ଏହା ରହିଛି କାରଣ
Advertisement

୩୪୮ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲା କେନ୍ଦ୍ର; ଏହା ରହିଛି କାରଣ

Mobile apps: ବୁଧବାର ଦିନ କେନ୍ଦ୍ର ସରକାର କହିଛନ୍ତି ଯେ ଚୀନ୍ ଓ ଅନ୍ୟ ଦେଶ ଦ୍ୱାରା ବିକଶିତ ୩୪୮ ଟି ମୋବାଇଲ୍ ଆପ୍ ଚିହ୍ନଟ କରାଯାଇଛି ଓ ବ୍ୟାନ କରାଯଇଛି କାରଣ ଏଗୁଡିକ ୟୁଜର୍ସଙ୍କ ତଥ୍ୟ ସଂଗ୍ରହ କରୁଥିଲା ଓ ବାହାରକୁ ପଠାଉଥିଲା ।

ସାଙ୍କେତିକ ଫଟୋ

India blocks 348 mobile apps: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ ଚୀନ୍ ଓ ଅନ୍ୟାନ୍ୟ ଦେଶ ଦ୍ୱାରା ବିକଶିତ ହୋଇଥିବା ୩୪୮ ଟି ମୋବାଇଲ୍ ଆପ୍ ଚିହ୍ନଟ କରାଯାଇଛି ଓ ପ୍ରତିବନ୍ଧକ ଲଗାଯାଇଛି । କାରଣ ଏଗୁଡିକ ବ୍ୟବହାରକାରୀଙ୍କ ସୂଚନା ସଂଗ୍ରହ କରୁଥିଲା ଓ ଏହାକୁ ଅନଧିକୃତ ଢଙ୍ଗରେ ଦେଶ ବାହାରେ ଥିବା ସର୍ଭରକୁ ପଠାଉଥିଲା ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ (Minister of State for Electronics and Information Technology) ରାଜୀବ ଚନ୍ଦ୍ରଶେଖର (Rajeev Chandrasekhar) ଲୋକସଭାରେ ରୋଡମଲ ନାଗରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

ସଦସ୍ୟ ପ୍ରଶ୍ନ କରିଥିଲେ ଯେ ଦେଶ ବାହାରେ ସୂଚନା ପଠାଉଥିବା କୌଣସି ଆପ୍ ଚିହ୍ନଟ ହୋଇଛି କି ନାହିଁ ଓ ଯଦି ଏପରି କୌଣସି ଆପ୍ ଚିହ୍ନଟ ହୋଇଛି ତେବେ, ତାହା ଉପରେ ପ୍ରତିବନ୍ଧକ ଲଗାଯାଇଛି କି ନାହିଁ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହିପରି ୩୪୮ ଟି ଆପ୍ ଚିହ୍ନଟ କରିଛି ଓ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ୍ଲିକେସନକୁ ବ୍ଲକ କରି ଦେଇଛି ।

ମନ୍ତ୍ରୀ କହିଛନ୍ତି ଯେ ଏଭଳି ତଥ୍ୟ ପ୍ରସାରଣ ଭାରତର ସାର୍ବଭୌମତ୍ଵ ତଥା ଅଖଣ୍ଡତା, ଭାରତର ପ୍ରତିରକ୍ଷା ତଥା ରାଜ୍ୟର ସୁରକ୍ଷାକୁ ଉଲ୍ଲଂଘନ କରୁଛି । ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ଆପଗୁଡିକ ଚୀନ୍ ସମେତ ବିଭିନ୍ନ ଦେଶ ଦ୍ୱାରା ବିକଶିତ ହୋଇଛି । କହିରଖୁଛୁ ଯେ ଅତୀତରେ ମଧ୍ୟ ଅନେକ ଚୀନ ବିକଶିତ ଆପ୍ଲିକେସନ ଗୁଡିକୁ ଭାରତରେ ପ୍ରତିବନ୍ଧକ ଲଗାଯାଇଛି । ସରକାରଙ୍କ ତରଫରୁ ଏହି ପ୍ରକ୍ରିୟା ନିରନ୍ତର ଭାବରେ ଚାଲିଛି । କାରଣ ଏସବୁ ଆପ୍ଲିକେସନ ଗୁଡିକ ଜଣେ ବ୍ୟକ୍ତିର ନିଜସ୍ୱ ତଥ୍ୟ ଗୁଡିକୁ ଏକଜୁଟ କରିଥାଏ ଓ ସେଗୁଡିକୁ ମୁଖ୍ୟତ ଚୀନ ତଥା ବିଦେଶରେ ଥିବା ଅନ୍ୟାନ୍ୟ ସର୍ଭରକୁ ପଠାଇ ଥାଏ ।

ସରକାର ମଧ୍ୟ ପୂର୍ବରୁ ସୂଚିତ କରିଛନ୍ତି ଯେ ନାଗରିକ ମାନେ କୌଣସି ଆପ୍ଲିକେସନକୁ ନିଜ ମୋବାଇଲେ ଇନଷ୍ଟଲ କରିବା ପୂର୍ବରୁ ତାହା ବିଷୟରେ ପୂରା ତଥ୍ୟ ହାସଲ କରନ୍ତୁ ଓ କୌଣସି ସନ୍ଦେହ ଜନକ ଆପ୍ଲିକେସନକୁ ମୋବାଇଲେ ଡାଉନଲୋଡ କରନ୍ତୁ ନାହିଁ  ।

ଏହା ବି ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଙ୍କୁ ଅଶ୍ଵସ୍ତି; ସମର୍ଥନ ଘୋଷଣା କଲା ଏହି ବଡ ଦଳ

ଏହା ବି ପଢ଼ନ୍ତୁ: ରାହୁଲ ଗାନ୍ଧୀ ରାଜି ନ ହେଲେ ଏହି ନେତାଙ୍କୁ ଦଳର ସଭାପତି କରିବ କଂଗ୍ରେସ!