ଆନ୍ଦୋଳନର ସମାପ୍ତି ପାଇଁ ସୁପ୍ରିମକୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। କିନ୍ତୁ ପ୍ରଥମ ବୈଠକ ପୂର୍ବରୁ ହିଁ ଏହାର ସଦସ୍ୟ ଥିବା ଭୁପିନ୍ଦର ସିଂହ ମାନ କମିଟିରୁ ଓହରିଛନ୍ତି। ସେପଟେ କମିଟିକୁ ନେଇ ମଙ୍ଗଳବାର ମୁଖ୍ୟ ବିଚାରପତି ଏସ୍ଏ ବୋବଡେ ଏକ ବଡ ବୟାନ ଦେଇଛନ୍ତି।
Trending Photos
ନୂଆଦିଲ୍ଲୀ: ୫୫ ଦିନରେ ପହଞ୍ଚିଛି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ। ବୁଧବାର ସରକାର ଓ ଆନ୍ଦୋଳୋନକାରୀ କୃଷକ ନେତାଙ୍କ ମଧ୍ୟରେ ୧୦ମ ବୈଠକ ହେବ। ଆନ୍ଦୋଳନର ସମାପ୍ତି ପାଇଁ ସୁପ୍ରିମକୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। କିନ୍ତୁ ପ୍ରଥମ ବୈଠକ ପୂର୍ବରୁ ହିଁ ଏହାର ସଦସ୍ୟ ଥିବା ଭୁପିନ୍ଦର ସିଂହ ମାନ କମିଟିରୁ ଓହରିଛନ୍ତି। ସେପଟେ କମିଟିକୁ ନେଇ ମଙ୍ଗଳବାର ମୁଖ୍ୟ ବିଚାରପତି ଏସ୍ଏ ବୋବଡେ ଏକ ବଡ ବୟାନ ଦେଇଛନ୍ତି।
କୃଷକ ଆନ୍ଦୋଳନ (Farmer Protest) ମାମଲାରେ ଗଠିତ କମିଟିରୁ ଭୁପିନ୍ଦର ସିଂହ ମାନ (Bhupinder Singh Maan) ଅଲଗା ହେବାକୁ ନେଇ CJI କହିଛନ୍ତି ଯେ, ଆଇନକୁ ବୁଝିବାରେ କିଛି ଦ୍ୱନ୍ଦ୍ୱ ରହିଛି। କମିଟିର ଅଂଶ ହେବା ପୂର୍ବରୁ ବ୍ୟକ୍ତିଙ୍କ ଗୋଟିଏ ମତ ଥାଇପାରେ, କିନ୍ତୁ ପରେ ତାହା ବଦଳିବାର ବି ସମ୍ଭାବନା ଅଛି। ନୂଆ କୃଷି ଆଇନ ଉପରେ ଭୁଲ ବୁଝାମଣା ରହିଛି ଯାହାକୁ ସୁପ୍ରିମକୋର୍ଟ (Supreme Court) ଧ୍ୟାନ ଦେଉଛି।
Also Read: Farmer Protest: ଆସନ୍ତାକାଲି ପୁଣି ଥରେ ଆଲୋଚନା
ସେ ପୁଣି କହିଛନ୍ତି ଯେ, ଯଦି ଆପଣ କମିଟି ନିଯୁକ୍ତ କରନ୍ତି ଏବଂ ସେଥିରେ କୌଣସି ମତଭେଦ ଥାଏ ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ କମିଟିରେ ରହିବା ଉଚିତ୍ ନୁହେଁ। କମିଟି ଜଣେ ବିଚାରପତି ନୁହଁନ୍ତି। କମିଟିର ସଦସ୍ୟମାନେ କେବଳ ସେମାନଙ୍କର ମତାମତ ଦେଇପାରିବେ। ଆଉ ବିଚାରପତିମାନେ ତାର ବିଶ୍ଳେଷଣ କରି ଚୂଡାନ୍ତ ନିଷ୍ପତ୍ତି ନେବେ।
ସୂଚନାଯୋଗ୍ୟ, କୃଷି ଆଇନ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। କୃଷକ ନେତା ଭୁପିନ୍ଦର ସିଂହ ମାନ୍ କମିଟିରୁ ନିଜକୁ ଦୂରେଇ ରଖିଥିଲେ। କମିଟି ଛାଡିବା ନିଷ୍ପତ୍ତିର କାରଣ ଦର୍ଶାଇ ଭୁପିନ୍ଦରକହିଛନ୍ତି ଯେ, ଆନ୍ଦୋଳନକାରୀ କୃଷକମାନେ କମିଟିରେ ହାଜର ନହେବାକୁ ଘୋଷଣା କରିଛନ୍ତି, ତେଣୁ କମିଟିରେ ରହିବାର କୌଣସି ଅର୍ଥ ନାହିଁ।