• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ସୋମବାର ଚମ୍ପତ ରାୟ ଗୋଟିଏ ପରେ ଗୋଟିଏ ଟ୍ୱିଟ କରିଛନ୍ତି, ଯେଉଁଥିରେ ସେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟ କ୍ରୟ କରିଥିବା ଜମିକୁ ନେଇ ବିବାଦ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ରାମ ମନ୍ଦିରର ପୂର୍ବ ଓ ପଶ୍ଚିମ ଭାଗରେ ନିର୍ମାଣଧୀନ ପ୍ରାଚୀର ସୀମା ମଧ୍ୟରେ ପଡିଥିବା ଗୁରୁତ୍ୱପୂର୍ଣ୍ଣ ମନ୍ଦିର / ସ୍ଥାନଗୁଡିକୁ ପାରସ୍ପରିକ ସହମତି କ୍ରମେ କ୍ରୟ କରାଯାଉଛି ।

ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra Trust) ର ଜମି କିଣିବାରେ ଦୁର୍ନୀତିର ଅଭିଯୋଗକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ସମାଜବାଦୀ ପାର୍ଟି (SP), ଆମ୍ ଆଦମୀ ପାର୍ଟି (AAP) ଏବଂ କଂଗ୍ରେସ (Congress) ଏହାର ତଦନ୍ତ ଦାବି କରୁଛନ୍ତି । ଅନ୍ୟପକ୍ଷରେ ଟ୍ରଷ୍ଟ ଏହି ଦାବିକୁ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି । ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ (Champat Rai) ରାମ ଭକ୍ତମାନଙ୍କୁ କୌଣସି କଥା ଉପରେ ବିଶ୍ୱାସ ନକରିବାକୁ ସ୍ପଷ୍ଟ ଭାବରେ କହିଛନ୍ତି । ସେ କହିଛନ୍ତି ଯେ, "ଏହି ଅଭିଯୋଗ ଆଣିବା ପୂର୍ବରୁ ତୀର୍ଥ କ୍ଷେତ୍ରର କୌଣସି ଅଧିକାରୀଙ୍କ ସହ ତଥ୍ୟ ସମ୍ପର୍କରେ ସୂଚନା ନିଆଯାଇନାହିଁ, ଯେଉଁଥିପାଇଁ ସମାଜରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସମସ୍ତ ଶ୍ରୀ ରାମ ଭକ୍ତଙ୍କୁ ଏପରି ପ୍ରଚାରରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି ।"

ଅଧିକ ପଢ଼ନ୍ତୁ:-ଦେଶରେ ୭୫ ଦିନ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

ସୋମବାର ଚମ୍ପତ ରାୟ ଗୋଟିଏ ପରେ ଗୋଟିଏ ଟ୍ୱିଟ କରିଛନ୍ତି, ଯେଉଁଥିରେ ସେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟ କ୍ରୟ କରିଥିବା ଜମିକୁ ନେଇ ବିବାଦ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ରାମ ମନ୍ଦିରର ପୂର୍ବ ଓ ପଶ୍ଚିମ ଭାଗରେ ନିର୍ମାଣଧୀନ ପ୍ରାଚୀର ସୀମା ମଧ୍ୟରେ ପଡିଥିବା ଗୁରୁତ୍ୱପୂର୍ଣ୍ଣ ମନ୍ଦିର / ସ୍ଥାନଗୁଡିକୁ ପାରସ୍ପରିକ ସହମତି କ୍ରମେ କ୍ରୟ କରାଯାଉଛି ।

'ବର୍ଗଫୁଟ ପ୍ରତି ଜମି ମୂଲ୍ୟ ୧,୪୨୩ ଟଙ୍କା ସ୍ଥିର ହୋଇଛି'

ଚମ୍ପତ ରାୟ ଟ୍ୱିଟ କରି କହିଛନ୍ତି ଯେ, ପ୍ଲଟ ଖୋଜିବା ପରେ ଆମ ବ୍ୟବହାର ପାଇଁ ଉପଯୁକ୍ତ ବୋଲି ଜଣାପଡିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି । ଜମି ପାଇଁ ଯେଉଁ ମୂଲ୍ୟ ମାଗିଥିଲେ, ତାହାର ତୁଳନା ବର୍ତ୍ତମାନର ବଜାର ମୂଲ୍ୟ ସହିତ କରାଯାଇଛି । ଅନ୍ତିମ ଧାର୍ଯ୍ୟ ପରିମାଣ ପ୍ରାୟ ବର୍ଗଫୁଟ ପ୍ରତି ୧,୪୨୩ ଟଙ୍କା ସ୍ଥିର କରାଯାଇଥିଲା ଯାହା ନିକଟବର୍ତ୍ତୀ ଅଞ୍ଚଳର ବର୍ତ୍ତମାନର ବଜାର ମୂଲ୍ୟଠାରୁ ବହୁତ କମ୍ ଅଟେ ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ

'୧୮ ମାର୍ଚ୍ଚ ୨୦୨୧ରେ କରାଯାଇଥିଲା ବିକ୍ରିନାମା'

ଚମ୍ପତ ରାୟ କହିଛନ୍ତି ଯେ, ଯେଉଁ ଭୂଖଣ୍ଡକୁ ନେଇ ବିବାଦ ଉପୁଜିଛି, ସେହି ଜମି ରେଳ ଷ୍ଟେସନ ନିକଟରେ ଏକ ପ୍ରମୁଖ ସ୍ଥାନ । ଟ୍ରଷ୍ଟ ଦ୍ୱାରା କିଣାଯାଇଥିବା ସମସ୍ତ ଜମି ଖୋଲା ବଜାରଠାରୁ ବହୁତ କମ୍ ମୂଲ୍ୟରେ କିଣାଯାଇଛି । ଜମି କିଣିବା ପାଇଁ ବର୍ତ୍ତମାନ ବିକ୍ରେତାମାନଙ୍କ ସହ ବର୍ଷ ପୂର୍ବେ ଯେଉଁ ମୂଲ୍ୟରେ ଚୁକ୍ତି ବା ଅଗ୍ରିମେଣ୍ଟ ହୋଇଥିଲା, ସେହି ଜମିକୁ ସେ ମାର୍ଚ୍ଚ ୧୮, ୨୦୨୧ରେ ବିକ୍ରିନାମା ଦଲିଲର ପଞ୍ଜିକରଣ କରାଯାଇଥିଲା ।

'ଜମିର ମୂଲ୍ୟ ଉପରେ ସହମତି ହେବା ପରେ ଏହି ଚୁକ୍ତି କରାଯାଇଥିଲା'

ରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଟ୍ୱିଟ୍ କରି କହିଛନ୍ତି ଯେ, ଜମିର ମୂଲ୍ୟ ଉପରେ ସହମତି ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୂର୍ବ ଚୁକ୍ତିନାମା ପୂରଣ କରିବା ଆବଶ୍ୟକ ଥିଲା, ସେତେବେଳେ ଯାଇ ସଂପୃକ୍ତ ଜମି ତୀର୍ଥ କ୍ଷେତ୍ରକୁ ପ୍ରାପ୍ତ ହୋଇପାରିଥାନ୍ତା ।

ଅଧିକ ପଢ଼ନ୍ତୁ:-ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି

'ବ୍ୟାଙ୍କରୁ ସିଧାସଳଖ ଆକାଉଣ୍ଟକୁ ସମସ୍ତ ଦେୟ ପ୍ରଦାନ କରାଯିବ'

ଟ୍ରଷ୍ଟର ସାଧାରଣ ସମ୍ପାଦକ କହିଛନ୍ତି ଯେ ପ୍ରଥମ ଦିନରୁ ତୀର୍ଥ କ୍ଷେତ୍ରର ସମସ୍ତ ଦେୟ ସିଧାସଳଖ ବ୍ୟାଙ୍କରୁ ଆକାଉଣ୍ଟରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ ଜମିର କ୍ରୟ ପ୍ରକ୍ରିୟାରେ ସମାନ ନିଷ୍ପତ୍ତି ପାଳନ କରାଯାଇଛି । ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି ଯେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସମସ୍ତ ଟିକସ ଇତ୍ୟାଦି ପ୍ରଦାନ କରାଯିବ ।

'ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି'

ଚମ୍ପତ ରାୟ କହିଛନ୍ତି ଯେ 'ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର' ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶ୍ରୀ ରାମ ଜନ୍ମଭୂମି ମନ୍ଦିରକୁ ଏକ ଭବ୍ୟ ରୂପ ପ୍ରଦାନ କରିବା ପାଇଁ, ବାକି ପରିସରକୁ ସବୁ କ୍ଷେତ୍ରରେ ସୁରକ୍ଷିତ ଏବଂ ଦର୍ଶନକାରୀମାନଙ୍କ ପାଇଁ ସୁବିଧାଜନକ କରିବା ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କାର୍ଯ୍ୟ କରୁଛି ।

ରାମ ଭକ୍ତମାନେ ମିଥ୍ୟା ପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ- ଚମ୍ପତ ରାୟ 

ଚମ୍ପତ ରାୟ ତାଙ୍କ ଶେଷ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ, ଅଭିଯୋଗର ଭାଷାରେ ବକ୍ତବ୍ୟ ଦେଇଥିବା ବ୍ୟକ୍ତିମାନେ ଅଭିଯୋଗ ଆଣିବା ପୂର୍ବରୁ ତୀର୍ଥ କ୍ଷେତ୍ରର କୌଣସି ଅଧିକାରୀଙ୍କ ସହ ସଠିକ ତଥ୍ୟ ପାଇଁ ସମ୍ପର୍କ କରିନାହାଁନ୍ତି । ଯେଉଁ କାରଣରୁ ସମାଜରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛିନ । ସମସ୍ତ ଶ୍ରୀ ରାମ ଭକ୍ତଙ୍କୁ ଏପରି ପ୍ରଚାରରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି ।

କିପରି କରାଯାଇଛି ଜମି କ୍ରୟ?

ଜମିର କିଣାବିକା ମାମଲା ସହ ଜଡିତ ଜଣେ ବ୍ୟକ୍ତିଙ୍କ ଅନୁଯାୟୀ, ଅଯୋଧ୍ୟାରେ ବାଗ ବିଲେସି ସ୍ଥିତ ୧୨,୦୮୦ ବର୍ଗ ମିଟର ଜମି ହରିଶ ପାଠକ ଓ କୁସୁମ ପାଠକଙ୍କ ଥିଲା । ସେମାନେ ୨୦୧୯ରେ ସୁଲତାନ ଅନସାରୀ, ରବି ମୋହନ ତିୱାରୀ, ଇଚ୍ଛା ରାମ, ମନୀଷ କୁମାର, ରବିନ୍ଦ୍ର କୁମାର, ବଳରାମ ଯାଦବ ଏବଂ ଅନ୍ୟ ତିନିଜଣଙ୍କ ନାମରେ ରେଜିଷ୍ଟର୍ଡ କରିଥିଲେ । ଏହି ଜମି ପାଇଁ ଚୁକ୍ତି ୨୬.୫୦ କୋଟି ଟଙ୍କା ପାଇଁ ଚୂଡାନ୍ତ ହୋଇଥିଲା ।

ଏହାର ସରକାରୀ ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ୨.୮୦ କୋଟି ଟଙ୍କା ହରୀଶ ପାଠକ ଓ କୁସୁମ ପାଠକଙ୍କ ଖାତାକୁ ଟ୍ରାନ୍ସଫର କରି ୮୦ କାଠା ଜମିକୁ ରେଜିଷ୍ଟ୍ରି କରାଯାଇଛି । ଅବଶିଷ୍ଟ ୧୦୦ କାଠା ଜମି ଅଗ୍ରିମେଣ୍ଟ ଧାରକ ନିଜ ସହମତିରେ ଦୁଇ ଜଣଙ୍କ ନାଁରେ ଲେଖିଦେଇଥିଲେ । ଯେଉଁମାନଙ୍କଠାରୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ୧୮.୫୦ କୋଟିରେ ରେଜିଷ୍ଟର୍ଡ କରିନେଇଛି ।