ପେନସନଭୋଗୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟ ସରକାର ନେଲେ ଏହି ବଡ଼ ପଦକ୍ଷେପ
Advertisement
Article Detail0/zeeodisha/odisha1120114

ପେନସନଭୋଗୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟ ସରକାର ନେଲେ ଏହି ବଡ଼ ପଦକ୍ଷେପ

Old Pension Scheme: ୟୁପି ନିର୍ବାଚନ (UP Elections 2022) ରେ ​​ପୁରୁଣା ପେନସନ୍ ଯୋଜନାକୁ ପୁନଃ ଲାଗୁ କରିବାର ପ୍ରସଙ୍ଗ ମଧ୍ୟ ବହୁତ ବଡ଼ ଥିଲା । ନିର୍ବାଚନ ପୂର୍ବରୁ ୟୁପିରେ ସରକାର (UP Government) ଗଠନ ପରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ସମାଜବାଦୀ ପାର୍ଟି (Samajwadi Party:SP) ର ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ପ୍ରତିଶୃତି ଦେଇଥିଲେ । ସେବେଠାରୁ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ୱ ଲାଭ କରିଛି । ତେବେ ଏହାପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ​​ପୁରୁଣା ପେନସନ ପୁନଃ ଲାଗୁ କରିବା ପାଇଁ ଦାବି ମଧ୍ୟ ଉଠିସାରିଛି । ବାସ୍ତବରେ, ୨୦୦୩ରେ କେନ୍ଦ୍ର ସରକାର (Central Government) ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ନୂତନ ଯୋଜନାକୁ ପୁନଃ ଲାଗୁ କରିଥିଲେ ।

ପେନସନଭୋଗୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟ ସରକାର ନେଲେ ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: Old Pension Scheme: ଛତିଶଗଡ (Chhattisgarh) ରେ ପୁରୁଣା ପେନସନ ଯୋଜନା (Old Pension Scheme) ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୁଧବାର ବଜେଟ୍ ସମୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh Chief Minister Bhupesh Baghel) ଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରେ ୧ ଜାନୁଆରୀ ୨୦୦୪ରେ ଓ ପରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ନୂତନ ପେନସନ୍ ସ୍କିମ୍ (NPS) ସ୍ଥାନରେ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି ।

ଏହା ସହ ରାଜସ୍ଥାନ (Rajasthan) ପରେ ଛତିଶଗଡ ହେଉଛି ପୁରୁଣା ପେନସନ୍‌ ଯୋଜନା (Old Pension Scheme) କାର୍ଯ୍ୟକାରୀ କରିଥିବା ଦ୍ୱିତୀୟ ରାଜ୍ୟ । ଏହାପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan Chief Minister Ashok Gehlot) ଫେବୃଆରୀ ୨୩ରେ ନିଜର ଚତୁର୍ଥ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଘୋଷଣା କରିଛନ୍ତି ଯେ, ରାଜ୍ୟର କଂଗ୍ରେସ ସରକାର (Congress Government) NPS ସ୍ଥାନରେ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ସ୍କିମ୍ (OPS) କାର୍ଯ୍ୟକାରୀ କରିବ ।

ଆସନ୍ତା ବର୍ଷ ଛତିଶଗଡ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ କଂଗ୍ରେସ ଶାସିତ ରାଜସ୍ଥାନ ଓ ଏହା ପରେ ଛତିଶଗଡ ପୁରୁଣା ପେନସନ୍‌ ଯୋଜନାର ପୁନଃ ଲାଗୁ କରିବାର ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛି। ତେବେ ରାଜସ୍ଥାନ ଓ ଛତିଶଗଡ ସରକାରଙ୍କ ଘୋଷଣା ପରେ ବର୍ତ୍ତମାନ ବିଜେପି (BJP) ଶାସିତ ରାଜ୍ୟଗୁଡିକ ମଧ୍ୟ ଚାପରେ ଅଛନ୍ତି । ବାସ୍ତବରେ, ଏହି ରାଜ୍ୟଗୁଡିକରେ ମଧ୍ୟ କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନାକୁ ପୁନଃ ଲାଗୁ କରିବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ରେକର୍ଡ ସ୍ତରରେ ପହଞ୍ଚିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଏହା ବି ପଢ଼ନ୍ତୁ:-ମମତା ବି ମାନିଲେ ବିଜେପିର କୌଣସି ବିକଳ୍ପ ନାହିଁ

ଏହା ବି ପଢ଼ନ୍ତୁ:-ଯଦି ୟୁପି ଏକଜିଟ୍ ପୋଲ୍ ସତ ହୁଏ ତ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ପାଇଁ ରହିଛି ୪ଟି ଖୁସି ଖବର

ସେହିପରି ୟୁପି ନିର୍ବାଚନ (UP Elections 2022) ରେ ​​ପୁରୁଣା ପେନସନ୍ ଯୋଜନାକୁ ପୁନଃ ଲାଗୁ କରିବାର ପ୍ରସଙ୍ଗ ମଧ୍ୟ ବହୁତ ବଡ଼ ଥିଲା । ନିର୍ବାଚନ ପୂର୍ବରୁ ୟୁପିରେ ସରକାର (UP Government) ଗଠନ ପରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ସମାଜବାଦୀ ପାର୍ଟି (Samajwadi Party:SP) ର ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ପ୍ରତିଶୃତି ଦେଇଥିଲେ । ସେବେଠାରୁ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ୱ ଲାଭ କରିଛି । ତେବେ ଏହାପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ​​ପୁରୁଣା ପେନସନ ପୁନଃ ଲାଗୁ କରିବା ପାଇଁ ଦାବି ମଧ୍ୟ ଉଠିସାରିଛି । ବାସ୍ତବରେ, ୨୦୦୩ରେ କେନ୍ଦ୍ର ସରକାର (Central Government) ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ନୂତନ ଯୋଜନାକୁ ପୁନଃ ଲାଗୁ କରିଥିଲେ ।