ଏବେ ଚୀନକୁ ମିଳିବନି ନିସ୍ତାର: ଆକାଶ ମାର୍ଗରେ ଜବାବ ଦେବାକୁ ଜୁଲାଇ ୨୭ରୁ ରାଫେଲ ଉଡାଇବ ଆଇଏଏଫ
Advertisement

ଏବେ ଚୀନକୁ ମିଳିବନି ନିସ୍ତାର: ଆକାଶ ମାର୍ଗରେ ଜବାବ ଦେବାକୁ ଜୁଲାଇ ୨୭ରୁ ରାଫେଲ ଉଡାଇବ ଆଇଏଏଫ

ଆସନ୍ତା ୨୭ ତାରିଖରୁ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ରାଫେଲ ଯୁଦ୍ଧ ବିମାନ ।

ଏବେ ଚୀନକୁ ମିଳିବନି ନିସ୍ତାର: ଆକାଶ ମାର୍ଗରେ ଜବାବ ଦେବାକୁ ଜୁଲାଇ ୨୭ରୁ ରାଫେଲ ଉଡାଇବ ଆଇଏଏଫ

ନୂଆଦିଲ୍ଲୀ: ଗତ ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ ପ୍ରତିଦ୍ୱନ୍ଦୀ ଚୀନକୁ ମୁହଁତୋଡ ଜବାବ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ସତର୍କ ହୋଇଉଠିଛି ଭାରତ । ଜଳ, ସ୍ଥଳ କିମ୍ବା ବାୟୁ ମାର୍ଗ ଚୀନ ସେନା(chinese army) ଅର୍ଥାତ ଡ୍ରାଗନ ଆର୍ମୀ(dragon army) ବିରୁଦ୍ଧରେ ଯେ କୌଣସି ସ୍ଥିତିରେ ମୁକାବିଲା କରିବା ପାଇଁ ଆକ୍ସନ ମୁଡରେ ରହିଛନ୍ତି ଦେଶର ତିନି ସେନାବାହିନୀ ।

ଏହି କ୍ରମରେ ସାମ୍ଭାବ୍ୟ ଯୁଦ୍ଧକାଳୀନ ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ବାୟୁସେନା-ଆଇଏଏଫ(IAF-Indian Air Force)।ଶକ୍ତି ବଢାଇବାକୁ ଯାଇ ଚତୁର୍ଥ ପିଢି(fourth generation) ଯୁଦ୍ଧ ବିମାନ(fighter jet) ରାଫେଲ(rafale) ଉଡାଇବାକୁ ଯାଉଛି ଆଇଏଏଫ । ଚଳିତ ମାସ ୨୭ ତାରିଖରେ ଭାରତୀୟ ବାୟୁସେନାର ସାମିଲ ହେବକୁ ଯାଉଛି ଫ୍ରାନ୍ସ ଭିତ୍ତିକ ଡାସଲ୍ଟ ଆଭିଏସନ(france based dassault aviation) ନିର୍ମିତ ୬ଟି ରାଫେଲ ଯୁଦ୍ଧ ବିମାନ ।  

ଗତ ମେ ମାସରେ ଏହା ବାୟୁସେନାରେ ସାମିଲ ହେବାର ଥିଲା । ମାତ୍ର  ବିଶ୍ୱ ମହାମାରୀ କୋରାନା କାରଣରୁ ଆଇଏଏଫକୁ ଏହାର ହସ୍ତାନ୍ତରଣ ବିଳମ୍ବିତ ହୋଇଥିଲା । ଏହାର ପ୍ରଥମ ଉଡାଣ ଜଣେ ଫ୍ରାନ୍ସ ପାଇଲଟଙ୍କ ସହୟତାରେ ଭାରତୀୟ ବାୟୁସେନାର ଜଣେ କମାଣ୍ଡିଂ ଅଫିସର କରିବେ । ଏହି ଯୁଦ୍ଧ ବିମାନ ଉଡାଇବାକୁ ନେଇ ଆଇଏଫର ପ୍ରଥମ ପାଇଲଟ ବ୍ୟାଚ ଫ୍ରାନ୍ସସ୍ଥିତ ବାୟୁସେନା ଘାଟିରେ ପ୍ରଶିକ୍ଷଣ ପୂବାକରିଛି । ସାମ୍ପ୍ରତିକ କୋରାନା ପରିସ୍ଥିତି କାରଣରୁ ଦ୍ୱିତୀୟ ପ୍ରଶିକ୍ଷଣ ଆରମ୍ଭ କରିନାହିଁ। ଉଭୟ ଫ୍ରାନ୍ସ ଏବଂ ଭାରତରେ କୋରୋନା ମୁକାବିଲା ନେଇ ଜାରି ହୋଇଥିବା କଟକଣାକୁ କୋହଳ କରିବା ପରେ ଏହି ଟ୍ରେନିଂ ଆରମ୍ଭ କରାଯିବ ।      

ବିଶ୍ୱ ମହାମାରୀ କୋରାନ ସଂକଟ ସମୟରେ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତରଣକୁ ନେଇ ଗତ ଜୁନ ୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତାଙ୍କର ଫ୍ରାନ୍ସ ପ୍ରତିପକ୍ଷ ଫ୍ଲୋରନ୍ସ ପାର୍ଲେଙ୍କ ସହ ଆଲୋଚନା କରିଥିଲେ ।   

ଏହି ବିମାନର ପ୍ରଥମ ସ୍କ୍ୱାଡ୍ରନ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ସ୍ଥାପିତ ହେବ | ପ୍ରାୟ ୫୮ ହଜାର କୋଟି ଟଙ୍କା ବ୍ୟୟରେ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ସେପ୍ଟେମ୍ବର ବର୍ଷ ୨୦୧୬ ସେପ୍ଟମ୍ବର ମାସରେ ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷାର ହୋଇଥିଲା ।

ଏହି ଯୁଦ୍ଧ ବିମାନ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ। ୟୁରୋପୀୟ କ୍ଷେପଣାସ୍ତ୍ର ନିର୍ମାତା-ଏମବିଡିଏ(MBDA) ମେଟେର ବିୟଣ୍ଡ ଭିଜୁଆଲ ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ(meteor beyond visual range air-to-air missile) ଏବଂ ଏସସିଏଏଲପି (SCALP) ଏୟାର-ଟୁ-ଗ୍ରାଉଣ୍ଡ କ୍ରୁଜ୍ କ୍ଷେପଣାସ୍ତ୍ର(air-to-ground cruise missile) ରାଫେଲ ଯୁ୍ଦ୍ଧ ବିମାନର ମୁଖ୍ୟ ଅସ୍ତ୍ର।

ଆକାଶ ମାର୍ଗରେ ହେଉଥିବା ଯୁଦ୍ଧରେ ପରିବର୍ତ୍ତିନ ଆଣିବା ଲାଗି ବିଭିଆର ଏୟାର-ଟୁ-ଏୟାର ମିସାଇଲ(BVR air to air missile) ହେଉଛି ନୂତନ ପିଢିର ଅସ୍ତ୍ର । ଯାହାକୁ ଏମବିଡିଏ ଦ୍ୱାରା ବିକଶିତ କରାଯିବା ସହ ବ୍ରିଟେନ, ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ସ୍ପେନ୍ ଏବଂ ସ୍ୱୀଡେନ ଆଦି ଦେଶର ଏହାର ଉପଯୋଗ କରୁଛନ୍ତି ।

କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟତୀତ ରାଫେଲ ଜେଟରେ ଅନେକ ଭାରତୀୟ ଜ୍ଞାନକୌଶଳ ସଂଯୋଗ କରାଯିବ । ଯାହା ମଧ୍ୟରେ ରହିଛି ଇସ୍ରାଏଲ ଭିତ୍ତିକ ହେଲମେଟ-ମାଉଣ୍ଟେଡ୍ ଡିସପ୍ଲେ(Israel helmet-mounted display), ରାଡାର ୱାର୍ଣିଂ ରସିଭର(radar warning receiver), ଲୋ-ବ୍ୟାଣ୍ଡ ଜାମର(low-band jammer), ୧୦ ଘଣ୍ଟିଆ ଫ୍ଲାଇଟ୍ ଡାଟା ରେକର୍ଡିଂ(10-hour flight data recording), ଇନଫ୍ରା-ରେଡ୍ ସର୍ଚ୍ଚ( infra-red search ) ଏବଂ ଟ୍ରାକିଂ ସିଷ୍ଟମ (tracking system)।  

ଏହି ଯୁଦ୍ଧ ବିମାନକୁ ସ୍ୱାଗତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଏବଂ ପାଇଲଟଙ୍କ ତାଲିମ ସହ ପ୍ରସ୍ତୁତ ରହିଛି ଆଇଏଏଫ। ରାଫେଲର ଦ୍ୱିତୀୟ ସ୍କ୍ୱାଡ୍ରନ୍ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରେ ସ୍ଥାପିତ ହେବ। ଦୁଇଟି ବେସରେ ଆଶ୍ରୟସ୍ଥଳ, ହ୍ୟାଙ୍ଗର ଏବଂ ରକ୍ଷଣାବେକ୍ଷଣ ସୁବିଧା ଭଳି ଭିତ୍ତିଭୂମି ବିକାଶ ପାଇଁ ଆଇଏଫ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଫ୍ରାନ୍ସରୁ ଆସିବାକୁ ୩୬ଟି ରାଫେଲ ଜେଟ ମଧ୍ୟରୁ ୩୦ଟି ଯୁଦ୍ଧ ପାଇଁ ଏବଂ ୬ଟି ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯିବ। ପ୍ରଶିକ୍ଷଣକାରୀ ବିମାନ(trainner plane)ଯୁଗ୍ମ ଆସନ ହେବ ଏବଂ ସେଗୁଡ଼ିକରେ ଯୁଦ୍ଧ ବିମାନର ପ୍ରାୟ ସମସ୍ତ ବୈଶିଷ୍ଟ୍ୟ ରହିବ ।