୮୦୦ ବର୍ଷ ପରେ ଦେଖାଯିବ ମହାଜାଗତିକ ଦୃଶ୍ୟ
Advertisement
Article Detail0/zeeodisha/odisha811841

୮୦୦ ବର୍ଷ ପରେ ଦେଖାଯିବ ମହାଜାଗତିକ ଦୃଶ୍ୟ

ବୃହସ୍ପତି-ଶନି ଗ୍ରହ ୨୦ ବର୍ଷ ବ୍ୟବଧାନରେ ଏକ ସରଳରେଖା ଅବସ୍ଥାନ କରିଥାନ୍ତି। ହେଲେ ଏଥର ଉଭୟ ଗ୍ରହ ନିକଟତର ହେବା ଏକ ବିରଳ ଘଟଣା। ଏହା କୌତୁହଳର ବିଷୟ କାରଣ ପୃଥିବୀବାସୀ ଏହି ଦୁଇଟି ଗ୍ରହକୁ ଆକାଶରେ ଏକାଠି ଦେଖିପାରିବେ।

୮୦୦ ବର୍ଷ ପରେ ଦେଖାଯିବ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ହେବା ପୂର୍ବରୁ ସୌରମଣ୍ଡଳରେ ଏକ ବିରଳ ଜାଗତିକ ଘଟଣା ଘଟିବାକୁ ଯାଉଛି। ଏ ବର୍ଷ ବଡ ଦିନ (Christmas Day) ସମୟରେ ଆକାଶରେ ଏପରି ଏକ ଘଟଣା ପ୍ରାୟ ୮୦୦ ବର୍ଷ ପରେ ଘଟିବାକୁ ଯାଉଛି। ଏନେଇ ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ଚଳିତ ମାସ ୨୧ ତାରିଖରେ ଆକାଶରେ ଖ୍ରୀଷ୍ଟମାସ ତାରା (Christmas Star) ଦୃଶ୍ୟମାନ ହେବ। 

ଏହି ଦିନ ବୃହସ୍ପତି (Jupiter) ଏବଂ ଶନି (Saturn) ଗ୍ରହ ଗୋଟିଏ ସରଳରେଖାରେ ଅବସ୍ଥାନ କରିବେ। ଆଜି ଦୃଶ୍ୟାମାନ ହେବାକୁ ଯାଉଥିବା ଖ୍ରୀଷ୍ଟମାସ ତାରାକୁ 'ବେଥେଲହାମ ଷ୍ଟାର' (Bethlehem Star) ମଧ୍ୟ କୁହାଯାଏ। ପ୍ରାୟ ୮୦୦ ବର୍ଷ ପର୍ଯ୍ୟନ୍ତ ଏହି ୨ଟି ଗ୍ରହ ପୃଥିବୀ ନିକଟତର ହୋଇଛନ୍ତି। 

ରାୟସ ୟୁନିଭରସିଟିର ଜ୍ୟୋତିର୍ବିଜ୍ଞାନୀ ପ୍ୟାଟ୍ରିକ ହାର୍ଟିଗନ ଫୋବର୍ସ ପତ୍ରିକାକୁ କହିଛନ୍ତି ବୃହସ୍ପତି-ଶନି ଗ୍ରହ ୨୦ ବର୍ଷ ବ୍ୟବଧାନରେ ଏକ ସରଳରେଖା ଅବସ୍ଥାନ କରିଥାନ୍ତି। ହେଲେ ଏଥର ଉଭୟ ଗ୍ରହ ନିକଟତର ହେବା ଏକ ବିରଳ ଘଟଣା। ଏହା କୌତୁହଳର ବିଷୟ କାରଣ ପୃଥିବୀବାସୀ ଏହି ଦୁଇଟି ଗ୍ରହକୁ ଆକାଶରେ ଏକାଠି ଦେଖିପାରିବେ।

Also Read: ଦୁର୍ଲଭ ଖଗୋଳୀୟ ଘଟଣା! ଚମକପ୍ରଦ ତାରାରେ ହେଉଥିବା ସୁପରନୋବା ବିସ୍ଫୋରଣକୁକୁ ରେକର୍ଡ କଲା ନାସା

ଜ୍ୟୋତିର୍ବିଜ୍ଞାନୀ ହର୍ଟିଗାନ୍ କହିଛନ୍ତି ଏହି ବିରଳ ଘଟଣା ପୂର୍ବରୁ ମାର୍ଚ୍ଚ ୪ ତାରିଖ ୧୨୨୬ ମସିହାରେ ଘଟିଥିଲା ​​ଏବଂ ସେହି ସମୟରେ ଆକାଶରେ ଖ୍ରୀଷ୍ଟମାସ ତାରକା ଥିଲା। ଡିସେମ୍ବର ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟାସ୍ତ ହେବାର ୪୫ ମିନିଟ ପରେ ଆକାଶର ଦକ୍ଷିଣ-ପଶ୍ଚିମ ଦିଗରେ ଟେଲିସ୍କୋପ ଏହି ଘଟଣାକୁ ଦେଖିହେବ। ଏହା ମଧ୍ୟ କୁହାଯାଉଛି ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସପ୍ତାହ ସାରା ଦେଖାଯିବ। ପୁଣି ଏହି ଖ୍ରୀଷ୍ଟମାସ ତାରକା ୨୦୮୦ ମସିହାରେ ଦେଖାଯିବ।

Also Read: ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!

 

ହୁର୍ଟିଗାନ୍ ଆହୁରି କହିଛନ୍ତି ବୃହସ୍ପତି-ଶନି ଗ୍ରହ ଗ୍ରୀଷ୍ମ ଋତୁରୁ ପୃଥିବୀର ଆକାଶରେ ପରସ୍ପର ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଡିସେମ୍ବର ୧୬-୨୫ ମଧ୍ୟରେ ଉଭୟ ପୂର୍ଣ୍ଣିମା ମଧ୍ୟରେ ଅତି ନିକଟତର ହେବେ। ଡିସେମ୍ବର ୨୧ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଉଭୟ ଗ୍ରହ ଏକ ଦ୍ୱୈତ ଗ୍ରହ ପରି ଦେଖାଯିବେ।