କଥିତ କୋଇଲା ସଂକଟକୁ ନେଇ ଲୋକେ ବିଭିନ୍ନ ପ୍ରକାରର ଅଜବ ଧରଣର କାର୍ଯ୍ୟ କରିବାରୁ ବିରତ ରହୁନାହାଁନ୍ତି।
Trending Photos
ନୂଆଦିଲ୍ଲୀ: ବିଗତ କିଛି ଦିନ ଦେଶରେ କଥିତ କୋଇଲା ସଂକଟ କାରଣରୁ ସୃଷ୍ଟି ହେବାକୁ ଥିବା ସାମ୍ଭାବ୍ୟ ବିଜୁଳି ସଂକଟକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ସୋସିଆଲ ମିଡିଆ ଜରିଆରେ ମଧ୍ୟ ଏ ପ୍ରସଙ୍ଗରେ ଲୋକମାନେ ବିଭିନ୍ନ ପ୍ରକାର ମୀମ୍ସ ସେୟାର କରୁଛନ୍ତି। କୋଇଲା ଅଭାବକୁ ନେଇ ବିଗତ ଏକ ସପ୍ତାହ ଧରି ରାଜନେତାଙ୍କ ବୟାନବାଜି ଜାରି ରହିଛି।
ବର୍ତ୍ତମାନ ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାରର ଅଜବ ଧରଣର କାର୍ଯ୍ୟ କରିବାରୁ ବିରତ ରହୁନାହାଁନ୍ତି। ଏପରିକି ଜଣେ ବ୍ୟକ୍ତି ଅନଲାଇନ୍ ସପିଂ ଆପ୍ ମାଧ୍ୟରେ କୋଇଲା ଖୋଜିଥିଲେ।
Also Read: ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ? ସାମ୍ନାକୁ ଆସିଲା ମୁଖ୍ୟ କାରଣ
ଏକ ଅନଲାଇନ୍ ସପିଂ ଆପ ଜରିଆରେ କୋଇଲା ଖୋଜୁଥିବା ବେଳେ ଜଣେ ବ୍ୟକ୍ତି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଅଭିନୀତ 'କୋୟଲା' ଫିଲ୍ମ (Koyla Film) ଡିଭିଡି (DVD) ପାଇଥିଲେ। ସବୁଠାରୁ କୌତୂହଳର ବିଷୟ ହେଉଛି ସେଠାରେ ଏହି ଚଳଚ୍ଚିତ୍ରର ଡିଭିଡି ଉପଲବ୍ଧ ନଥିଲା। ବର୍ତ୍ତମାନ ଏହାର ସ୍କ୍ରିନସଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
କଥିତ କୋଇଲା ସଂକଟକୁ ନେଇ ସାମାଜିକ ଗଣମାଧ୍ୟମ ଫେସବୁକ ବ୍ୟବହାରକାରୀ ମଧ୍ୟ ଅଜବ ଧରଣର ମନ୍ତବ୍ୟ ଦେଉଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତି ଏହା ମନେରଖିବା ଆବଶ୍ୟକ ରାମ ରାଜ୍ୟରେ ଆଲୋକ ନଥିଲା। ଅନ୍ୟପଟେ ବର୍ତ୍ତମାନ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲେଖା ଅଛି, 'କୋଇଲା ମାତ୍ର ୪ ଦିନ ପାଇଁ ବାକି ଅଛି ଏବଂ ଏହି ଖବର ୭ ଦିନ ଧରି ପ୍ରସାରିତ ହେଉଛି। ଏପରି ଚମତ୍କାର କେବଳ ଭାରତରେ ହୋଇଥାଏ ବୋଲି ବ୍ୟବହାରୀଜଣକ କହିଛନ୍ତି।
ଏହି ସମୟରେ କିଛି ଲୋକ ଶାହାରୁଖ ଖାନଙ୍କ ଅଭିନୀତ 'କୋଇଲା' ଫିଲ୍ମର ଚିତ୍ର ଭାଇରାଲ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ମୋବାଇଲକୁ ୧୦୦ ପ୍ରତିଶତ ଚାର୍ଜିଂ କର, ମୁଁ ଶୁଣିଛି ଯେ କୋଇଲା କେବଳ କିଛି ଦିନ ପାଇଁ ବାକି ଅଛି। କୋଇଲା ସଙ୍କଟ ଉପରେ ବିଭିନ୍ନ ପ୍ରକାରର ମୀମ୍ସ ଟ୍ୱିଟର ସମେତ ସମସ୍ତ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।