ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରେ ଥିଲେ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଥିଲା।
Trending Photos
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ। ଛତିଶଗଡ଼ରୁ ଅପହୃତ ଯବାନଙ୍କୁ ଛାଡ଼ିଲେ ମାଓବାଦୀ । ଆଜି ଅପରାହ୍ଣରେ ରାକେଶ୍ୱର ସିଂ ମାନହାସ ମାଓବାଦୀଙ୍କ କବଳରୁ ମୁକୁଳିଥିବା ଜଣାପଡ଼ିଛି । ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରେ ଥିଲେ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଥିଲା।
ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଂଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ (Naxals)ମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ପଟରୁ ଜୋରଦାର ଗୁଳିବର୍ଷା ହୋଇଥିଲା । ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ଘଟଣାରେ ୩୦ ଜଣ ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଏହି ଗୁଳିବିନିମୟ ପରଠାରୁ କୋବ୍ରା ଯବାନ ( CoBRA jawan) ରାକେଶ୍ୱର ସିଂହ ମନହାସ ( Rakeshwar Singh Manhas)ନିଖୋଜ ଥିଲେ । ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇ ଖବର ଆସିଥିଲା । ଗତକାଲି ମାଓବାଦୀ (Maoist) ମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ ।
Also Read: କୋରୋନାର ନୂଆ ଷ୍ଟ୍ରେନ, ଆତଙ୍କ ଖେଳାଉଛି ନୂଆ ଲକ୍ଷଣ
ହେଲେ ଏହାରି ମଧ୍ୟରେ ସରକାରଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ମଧ୍ୟ ଜୋରଦାର ଚର୍ଚ୍ଚା ଲାଗିରହିଥିଲା । ହେଲେ ଆଜି ଅପରାହ୍ଣରେ ତାଙ୍କୁ ମାଓବାଦୀ ମାନେ ଛାଡ଼ିଦେଇଥିବା ଜଣାପଡ଼ିଛି । ତେବେ ଏହି ଆକ୍ରମଣ ପରେ ଅନେକ କିଛି ସୂଚନା ସାମ୍ନାକୁ ଆସିଥିଲା। ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏନେଇ ମିଳିଥିବା ରିପୋର୍ଟ ଅନୁସାରେ ବିଗତ କିଛି ଦିନ ଧରି ଛତିଶଗଡର (Chhattisgarh), ବିଜାପୁର (Bijapur), ସୁକମା (Sukma), କାଙ୍କେର (Kanker) ଆଦି ଜିଲ୍ଲାରେ ପ୍ରାୟ ୨୦୦-୩୦୦ ନକ୍ସଲ କ୍ୟାମ୍ପ (Naxlite Camp) କରି ରହୁଛନ୍ତି। ଏପରିକି ଅନେକ ନକ୍ସଲ ଡିଭିଜନାଲ କମାଣ୍ଡର (Naxalite Divisional Commander) ଏଠାକୁ ଆସୁଥିବା ଜଣାପଡିଛି।