ଇନ୍ଦିରା ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀଙ୍କୁ ତୁଳନା କଲା କଂଗ୍ରେସ, ସେୟାର କଲା ଏହି ଫଟୋ
Advertisement

ଇନ୍ଦିରା ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀଙ୍କୁ ତୁଳନା କଲା କଂଗ୍ରେସ, ସେୟାର କଲା ଏହି ଫଟୋ

National Herald case: ଇଡି ଅଧିକାରୀ ସୋନିଆ ଗାନ୍ଧୀ (Sonia Gandhi)ଙ୍କୁ ପଚରାଉଚରା ମଧ୍ୟରେ କଂଗ୍ରେସ ଦଳ ଇନ୍ଦିରା ଗାନ୍ଧୀ (Indira Gandhi) ଓ ରାହୁଲ ଗାନ୍ଧୀଙ୍କ (Rahul Gandhi) ଦୁଇଟି ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଏଥିରେ ଏହା ଲେଖାଯାଇଛି - ଇତିହାସ ପୁନରାବୃତ୍ତି ହେଉଛି ।

ରାହୁଲ ଗାନ୍ଧୀ (ଫାଇଲ ଫଟୋ)

National Herald case: ଗୋଟିଏ ପଟେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi)ଙ୍କୁ ଇଡି କାର୍ଯ୍ୟାଳୟରେ ପଚରାଉଚରା ପ୍ରକ୍ରିୟା ଜାରି ରହିଛି । ସମାନ କ୍ରମରେ ମଙ୍ଗଳବାର ଦିନ ଇଡି (Enforcement Directorate) ଅଧିକାରୀ ସୋନିଆ ଗାନ୍ଧୀଙ୍କୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ (Congress) ଦଳ ଏହାକୁ ବିରୋଧ କରି ରାସ୍ତାରେ ସତ୍ୟାଗ୍ରହ (Satyagraha) କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ (Rahul Gandhi) ସୋନିଆ ଗାନ୍ଧୀଙ୍କ ସମର୍ଥନରେ ଏକ ରୋଡ୍ ମାର୍ଚ୍ଚ ମଧ୍ୟ କରିଥିଲେ । ରାହୁଲ ଅଭିଯୋଗ କରିଛନ୍ତି ଯେ ସରକାର ତାଙ୍କୁ ବିରୋଧ କରିବାକୁ ଅଟକାଉଛନ୍ତି । ଏହାସହ କଂଗ୍ରେସ ଦଳ ଇନ୍ଦିରା ଗାନ୍ଧୀ (Indira Gandhi) ଓ ରାହୁଲ ଗାନ୍ଧୀଙ୍କ ଦୁଇଟି ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଏଥିରେ ଲେଖାଯାଇଛି - ଇତିହାସ ପୁନରାବୃତ୍ତି ହେଉଛି ।

ନ୍ୟାସନାଲ ହେରାଲ୍ଡରେ ଅର୍ଥ ହେରଫେର ମାମଲାରେ ଇଡି ସୋନିଆ ଗାନ୍ଧୀଙ୍କୁ ଡକାଇ ପଚରାଉଚରା କରୁଛି । ଅନ୍ୟପକ୍ଷରେ, ସୋନିଆ ଗାନ୍ଧୀଙ୍କୁ ଇଡି ଅଧିକାରୀଙ୍କ ପଚରାଉଚରାକୁ ବିରୋଧ କରି କଂଗ୍ରେସ ଦଳର ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ବିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ । ଏହା ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା ।

ପୋଲିସ ହେପାଜତକୁ ନେବା ପରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଏକଛତ୍ରବାଦୀ ଶାସନ କରୁଥିବା ଅଭିଯୋଗ କରିଛନ୍ତି । ରାହୁଲ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସଂସଦ ଭିତରେ ଆଲୋଚନା କରିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ ଓ ବିରୋଧ ସମୟରେ ନେତାମାନଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପୂର୍ବରୁ ରାହୁଲ ଅଭିଯୋଗ କରିଛନ୍ତି ଯେ ମୋଦି ଜୀ ହେଉଛନ୍ତି ରାଜା ଓ ଭାରତରେ ପୋଲିସ୍ ରାଜ୍ ଚାଲିଛି ।"

fallback

ଅନ୍ୟପକ୍ଷରେ କଂଗ୍ରେସ ଦଳ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ କୋଲାଜରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଫଟୋ ସେୟାର କରିଛି । ଏହା ସହିତ, କ୍ୟାପସନରେ ଏପରି କିଛି ଲେଖାଯାଇଛି, "ଜଞ୍ଜିର ବଢ଼ା କର ସାଧ ମୁଝେ । ହାଁ ହାଁ ଦୁର୍ଯ୍ୟଧନ! ବାନ୍ଧ ମୁଝେ ତୋ ଆୟ ହେ, ଜଞ୍ଜିର ବଡ଼ି କ୍ୟା ଲୟା ହେ? ଇତିହାସ ଦୋହରା ରହା ହେ ...।" 

ଏହା ବି ପଢ଼ନ୍ତୁ: ସଙ୍କଟରେ ରାଜସ୍ଥାନର ଗେହଲୋଟ୍ ସରକାର; ହାତ ଛାଡି ପାରନ୍ତି ପାଇଲଟଙ୍କ ୬ ବିଧାୟକ!

ଏହା ବି ପଢ଼ନ୍ତୁ: କାହା କଥାରେ ମୋଦି ସରକାର କ୍ଷୀର, ଛେନା, ଚାଉଳ ଉପରେ ଲଗାଇଛନ୍ତି GST ? ରାଜ୍ୟସଭାରେ ଦେଲେ ଜବାବ