ରାହୁଲ ଗାନ୍ଧୀଙ୍କ ୱାୟନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା; SFI କୁ ଦାୟୀ କଲା କଂଗ୍ରେସ
Advertisement
Article Detail0/zeeodisha/odisha1231547

ରାହୁଲ ଗାନ୍ଧୀଙ୍କ ୱାୟନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା; SFI କୁ ଦାୟୀ କଲା କଂଗ୍ରେସ

Rahul Gandhi Office Vandalised: ଏକ ଟ୍ୱିଟ୍‌ରେ ଭାରତୀୟ ଯୁବ କଂଗ୍ରେସ ଅଭିଯୋଗ କରିଛି ଯେ 'SFI ପତାକା ନେଇଥିବା ଗୁଣ୍ଡା' ରାହୁଲ ଗାନ୍ଧୀଙ୍କ ୱାୟନାଡ କାର୍ଯ୍ୟାଳୟର କାନ୍ଥ ଉପରେ ଚଢ଼ିଥିଲେ ଓ ଏହାକୁ ଭାଙ୍ଗି ଦେଇଛନ୍ତି ।

ସାଙ୍କେତିକ ଫଟୋ

Rahul Gandhi Office Vandalised: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୱାୟନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାର ସାମ୍ନାକୁ ଆସିଛି । ଦଳ ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ଏଥି ସହ ରାହୁଲ ଗାନ୍ଧୀଙ୍କ ୱାୟନାଡ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ର ଭୂମିକା ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା ଚେୟାରଗୁଡିକ ମଧ୍ୟ ଭଙ୍ଗାରୁଜା କରାଯାଇଛି । ଅଫିସରେ ହୋଇଥିବା ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଆପଣ ନିମ୍ନରେ ଦେଖିପାରିବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଫିସ୍ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବାସ୍ତବରେ କ୍ରୋଧିତ ଜନତା କହିଛନ୍ତି ଯେ ସମସ୍ତ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ସମ୍ବନ୍ଧରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଯୋଗୁଁ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିବା ଉଚିତ୍ । ସମସ୍ତ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନଗୁଡିକରେ ଏକ କିଲୋମିଟର ଇକୋ-ସମ୍ବେଦନଶୀଳ ଜୋନ୍ (ESZ) ବାଧ୍ୟତାମୂଳକ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ୱାୟନାଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ନିନ୍ଦା କରିଛନ୍ତି । ଏହା ସହିତ ସେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି । ଏଥି ସହିତ କଂଗ୍ରେସ ନେତା କେସି ଭେନୁଗୋପାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ୱାୟନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ କହିଛନ୍ତି ଯେ ମୁଁ ଭାବୁଛି ସୀତାରାମ ୟେଚୁରୀ ଆବଶ୍ୟକୀୟ ପଦକ୍ଷେପ ନେବେ ।

କେସି ଭେନୁଗୋପାଲ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଛି । ଏହା ସ୍ପଷ୍ଟ ଭାବେ ସିପିଏମ୍ ନେତୃତ୍ୱ ଦ୍ୱାରା ଏକ ଷଡ଼ଯନ୍ତ୍ର । ଗତ 5 ଦିନରୁ ଇଡି ତାଙ୍କୁ ପଚରାଉଚରା କରୁଛି, ମୁଁ ଭାବୁଛି ସୀତାରାମ ୟେଚୁରୀ ଆବଶ୍ୟକ ପଦକ୍ଷେପ ନେବେ ।

ଏହା ବି ପଢ଼ନ୍ତୁ: ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁର୍ମୁ; ଆପଣ ଜାଣନ୍ତି କି ଦେଶର ଏହି ରାଜ୍ୟ ନିର୍ବାଚନରେ ନେବ ନାହିଁ ଭାଗ?

ଏହା ବି ପଢ଼ନ୍ତୁ: ସମର୍ଥନ ପାଇଁ ସୋନିଆ, ମମତା ଓ ପାୱାରଙ୍କୁ ଫୋନ୍ କଲେ ମୁର୍ମୁ; ଜାଣନ୍ତୁ କ'ଣ ମିଳିଲା ଜବାବ