ଫିତା କାଟି ବିଜେପି କାର୍ଯ୍ୟାଳୟ ଉଦଘାଟନ କଲେ କଂଗ୍ରେସ ବିଧାୟକ, କହିଲେ...
Advertisement

ଫିତା କାଟି ବିଜେପି କାର୍ଯ୍ୟାଳୟ ଉଦଘାଟନ କଲେ କଂଗ୍ରେସ ବିଧାୟକ, କହିଲେ...

ବିରୋଧି ପକ୍ଷର ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏ ଘଟଣା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ କହିଛନ୍ତି ଧୋକ୍କା ଦେଇ ମୋତେ ଏଠାକୁ ଡକାଯାଇଥିଲା । ମୁଁ ଜଣଙ୍କର ବାପ, ଦୁଇ ଜଣଙ୍କ ନୁହେଁ । 

ଫିତା କାଟି ବିଜେପି କାର୍ଯ୍ୟାଳୟ ଉଦଘାଟନ କଲେ କଂଗ୍ରେସ ବିଧାୟକ, କହିଲେ...

ଭୋପାଳ: ରାଜନୀତିରେ ସକ୍ରିୟ ଥିବା ରାଜନେତା ଦଳୀୟ ଶୃଙ୍ଖଳାକୁ ସମ୍ମାନ ଜଣାଇ ସବୁବେଳେ ନିଜ ଦଳ ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଯଦି କୌଣସି ରାଜନେତା ଏହାକୁ ଭଙ୍ଗ କରିଥିବାର ଅଭିଯୋଗ ଆସେ ତାଙ୍କ ବିରୁଦ୍ଧରେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ହେଲେ ସଦ୍ୟ ମଧ୍ୟ ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା ।

ରାଜ୍ୟର ବୈତୁଲ ସଂସଦୀୟ କ୍ଷେତ୍ର ଅଧିନସ୍ଥ (Betul Parliamentary Constituency) ଘୋଡାଡୋଙ୍ଗରୀ ବିଧାନସଭା ଆସନରୁ (Ghoradongri Assembly Constituency) ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ବିଧାୟକ ବ୍ରହ୍ମା ଭଲାବୀ (Congress MLA Brahma Bhalavi) ଶାହାପୁର ଠାରେ ବିରୋଧି ବିଜେପି ମଣ୍ଡଳ କାର୍ଯ୍ୟାଳୟକୁ (BJP Mandal Office) ଫିତା କାଟି ଉଦଘାଟନ କରିଛନ୍ତି।

ବିରୋଧି ପକ୍ଷର ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏ ଘଟଣା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ କହିଛନ୍ତି ଧୋକ୍କା ଦେଇ ମୋତେ ଏଠାକୁ ଡକାଯାଇଥିଲା । ମୁଁ ଜଣଙ୍କର ବାପ, ଦୁଇ ଜଣଙ୍କ ନୁହେଁ । 

ମଙ୍ଗଳବାର ବୈତୁଲ ଜିଲ୍ଲାର ଶାହପୁର ଠାରେ ବିରୋଧି ବିଜେପିର ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦଳର ଅନେକ ବରିଷ୍ଠ ନେତା । ହେଲେ ଯେତେବେଳେ କଂଗ୍ରେସ ବିଧାୟକ ପହଞ୍ଚିଲେ, ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିରୋଧି ଦଳର କାର୍ଯ୍ୟାଳୟକୁ କଂଗ୍ରେସ ବିଧାୟକ ଉଦଘାଟନ କରିବାକୁ ନେଇ ବିବାଦ ଉପୁଜିଥିଲା । 

ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ କହିଛନ୍ତି  ମୋତେ ଧୋକ୍କା ଦେଇ ଏଠାକୁ ଅଣାଯାଇଛି । ରାଜ୍ୟରେ କ୍ଷମତାସୀନ ବିଜେପି ଦଳରେ ସାମିଲ ହେବା ଲାଗି ପ୍ରସ୍ତାବ ଦେଇଥିଲା । ଏଥିପାଇଁ ୫୦ କୋଟି ଦେବାକୁ କହିଥିଲେ । ଯେତେ ଟଙ୍କା ଦେଲେ ମଧ୍ୟ ମୁଁ ବିରୋଧି ଦଳରେ ମିଶିବି ନାହିଁ । ମୁଁ ଜଣଙ୍କର ବାପ, ଦୁଇ ଜଣଙ୍କ ନୁହେଁ ବୋଲି କହିଛନ୍ତି ବିଧାୟକ ।