ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବ କଂଗ୍ରେସ! ସାମ୍ନାକୁ ଆସିଲା ଏହି ବଡ ଅପଡେଟ୍
Advertisement

ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବ କଂଗ୍ରେସ! ସାମ୍ନାକୁ ଆସିଲା ଏହି ବଡ ଅପଡେଟ୍

Rajya Sabha Election 2022: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ (Priyanka Gandhi) ରାଜ୍ୟସଭାକୁ ପଠାଇବାକୁ କିଛି ନେତା ଦାବି କରିଛ ନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗ୍ରହଣ କରିବେ ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ରାଜ୍ୟସଭା ପ୍ରାର୍ଥୀଙ୍କ ନାମକୁ ନେଇ କଂଗ୍ରେସରେ (Congress) ତୀବ୍ର ଚର୍ଚ୍ଚା ମଧ୍ୟରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ (Priyanka Gandhi Vadra) ରାଜ୍ୟସଭାକୁ ପଠାଇବାର ସମ୍ଭାବନା ଉପରେ ବିତର୍କ ଚାଲିଛି । ବଡ ପ୍ରଶ୍ନ ହେଉଛି ଏ ବାବଦରେ ନିଷ୍ପତ୍ତି ନିଆଯିବ କି, କଂଗ୍ରେସ ଦଳ ଏଥର ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବ କି?

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦଳର କିଛି ନେତା ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଏଥର ରାଜ୍ୟସଭାକୁ ପଠାଇବା ସପକ୍ଷରେ ଅଛନ୍ତି ଏବଂ ଏ ସମ୍ପର୍କରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପାଖରେ ମଧ୍ୟ ଲବି କରିଛନ୍ତି । ଏହି ଦଳର ନେତାମାନେ ଯୁକ୍ତି ବାଢ଼ିଛନ୍ତି ଯେ ଲୋକସଭା ନିର୍ବାଚନ ବର୍ତ୍ତମାନ ବହୁ ଦୂରରେ ଏବଂ ଏଭଳି ପରିସ୍ଥିତିରେ ଯଦି ପ୍ରିୟଙ୍କା ଗାନ୍ଧୀଙ୍କ ପରି ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବକ୍ତା ସଂସଦରେ ଉପସ୍ଥିତ ଥାଆନ୍ତି, ତେବେ ବିଜେପିକୁ ଟକ୍କର ଦେବା ପାଇଁ ଅନେକ କ୍ଷେତ୍ରରେ ସହଜ ହେବ ।

ଖବର ମୁତାବକ ଖୁବ୍ ଶୀଘ୍ର ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ମଧ୍ୟ ବୃଦ୍ଧି ପାଇବ । ସୂଚନାନୁସାରେ, ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଓକିଲାତି କରୁଥିବା କିଛି ନେତା ମଧ୍ୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏହି ପରାମର୍ଶ ଦେଇଛନ୍ତି, କିନ୍ତୁ ତାଙ୍କ ପକ୍ଷରୁ ବର୍ତ୍ତମାନ ସ୍ଥିତି ସ୍ପଷ୍ଟ ହୋଇନାହିଁ ।

କହିରଖୁଛୁ ଯେ ରାଜ୍ୟସଭା ପ୍ରାର୍ଥୀ ସମ୍ପର୍କରେ କଂଗ୍ରେସ ଅନେକ ନାମ ଉପରେ ଆଲୋଚନା କରୁଛି । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍, ଦଳର ସାଧାରଣ ସମ୍ପାଦକ ଅଜୟ ମାକେନ୍, ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ଦାୟିତ୍ୱରେ ଥିବା ରଣଦୀପ ସୁର୍ଜେୱାଲା, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ, ରାଜସ୍ଥାନର ପୂର୍ବତନ ସାଂସଦ ଜିତେନ୍ଦ୍ର ସିଂ, ପୂର୍ବତନ ସାଂସଦ ବଦ୍ରି ରାମ ଜାକର, କୁଲଦୀପ ବିଷ୍ଣୋଇ ଅଛନ୍ତି । ଏହା ସହ ଅଜିତ କୁମାର ଏବଂ ସୁବୋଧ କାନ୍ତ ସହାୟଙ୍କ ପରି ନେତାଙ୍କ ନାମ ସାମିଲ ଅଛି । ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶଙ୍କ ନାମ ପୂର୍ବରୁ ସ୍ଥିର ହୋଇସାରିଛି । 

ଏହା ବି ପଢ଼ନ୍ତୁ: ପିଏମ ମୋଦି ଏହି ଦିନ ପଠାଇବେ PM Kisan ର ଏକାଦଶ କିସ୍ତି; ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାମ

ଏହା ବି ପଢ଼ନ୍ତୁ: Disproportionate Assets Case: ହରିୟାଣା ପୂର୍ବତନ ସିଏମ୍ ଚୌଟାଲାଙ୍କୁ ଚାରି ବର୍ଷ ଜେଲ୍, ୫୦ ଲକ୍ଷ ଟଙ୍କା ଜରିମାନା