ବ୍ୟସ୍ତ ବହୁଳ ATCର ଏବେ ସ୍ଥିତି କଣ ?
Advertisement
Article Detail0/zeeodisha/odisha806992

ବ୍ୟସ୍ତ ବହୁଳ ATCର ଏବେ ସ୍ଥିତି କଣ ?

ଲକଡାଉନ (lockdown) ପୂର୍ବରୁ ବିଶ୍ୱର ଯେଉଁ ଏୟାର ଟ୍ରାଫିକ କଣ୍ଟ୍ରୋଲର (Air Traffic Controller-ATC) ବ୍ୟସ୍ତ ରହୁଥିଲା ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା ।

ବ୍ୟସ୍ତ ବହୁଳ ATCର ଏବେ ସ୍ଥିତି କଣ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କୋରୋନା ମହାମାରୀ (Corona Pandemic) ସହିତ ଲଢେଇ ଜାରି ରଖିଛି । ସମଗ୍ର ବିଶ୍ୱରେ ୭ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇ ସାରିଲେଣି । ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଦେହାନ୍ତ ହୋଇ ସାରିଲାଣି । ତେବେ ଚୀନରୁ (China) ଦେଖାଦେଇଥିବା ଏହି କୋରୋନା ଭାଇରସ (Corona) ଚଳିତ ବର୍ଷର ଅର୍ଦ୍ଧାଧିକ ସମୟ ପାଇଁ ସମଗ୍ର ବିଶ୍ୱକୁ ଏକ ପ୍ରକାର ଠପ କରିଦେଇଥିଲା । ଏହି ସମୟରେ ସମଗ୍ର ବିଶ୍ୱରେ ଲକଡାଉନ (Lockdown) ଲାଗୁ କରାଯାଇଥିଲା । ଏହି ଲକଡାଉନ ସମୟରେ ଘରୋଇ ତଥା ଅନ୍ତର୍ଜାତୀୟ ଉଡ଼ାଣ (International Flight) ମଧ୍ୟ ବାତିଲ ହୋଇଯାଇଥିଲା । ଫଳରେ ସମଗ୍ର ବିଶ୍ୱକୁ ବାନ୍ଧି ରଖୁଥିବା ଏହି ଯୋଗସୂତ୍ର ସତେ ଯେପରି ଏକ ରକମ ଛିଡ଼ି ଯାଇଥିଲା । 

ଲକଡାଉନ (lockdown) ପୂର୍ବରୁ ବିଶ୍ୱର ଯେଉଁ ଏୟାର ଟ୍ରାଫିକ କଣ୍ଟ୍ରୋଲର (Air Traffic Controller-ATC) ବ୍ୟସ୍ତ ରହୁଥିଲା ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା । ବ୍ୟସ୍ତ ବହୁଳ ବିମାନ ବନ୍ଦର (Busiest Airport) ଗୁଡ଼ିକ ଆକାଶ ସମ୍ପୂର୍ଣ୍ଣ ଭାବେ ବିମାନ ମୁକ୍ତ ହୋଇ ପଡ଼ିଥିଲା । ହାତ ଗଣତି କାର୍ଗୋ ବିମାନ (Cargo Flight) ଗୁଡ଼ିକର ଉଡ଼ାଣ ବ୍ୟତୀତ ପ୍ରାୟତଃ ସମସ୍ତ ବିମାନର ଉଡ଼ାଣ ବାତିଲ ହୋଇ ଯାଇଥିଲା । 

ଅଧିକ ପଢନ୍ତୁ: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!

ସମଗ୍ର ବିଶ୍ୱରେ ଆମେରିକା (USA), କାନାଡ଼ା (Canada), ୟୁରୋପ (Europe), ପୂର୍ବ ଏସିଆର କିଛି ରାଷ୍ଟ୍ରର ବିମାନବନ୍ଦର ଗୁଡ଼ିକ ଟ୍ରାଫିକ କଣ୍ଟ୍ରୋଲ ଗୁଡ଼ିକର ବେଶ ବ୍ୟସ୍ତବହୁଳ । ହଜାର ହଜାର ସଂଖ୍ୟାରେ ବିମାନଗୁଡ଼ିକୁ ନିୟନ୍ତ୍ରଣ କରିଥାଏ ଏହି ଏୟାର ଟ୍ରାଫିକ କଣ୍ଟ୍ରୋଲର । ତେବେ ଲକଡାଉନ ପୂର୍ବରୁ ଏହି ଟ୍ରାଫିକ କଣ୍ଟ୍ରୋଲର ଗୁଡ଼ିକ ବେଶ ବ୍ୟସ୍ତ ରହୁଥିଲା । 

fallback

ବିଶେଷ କରି ଆମେରିକା (USA), କାନାଡ଼ା (Canada) ଓ ୟୁରୋପୀୟ (Europian Country) ରାଷ୍ଟ୍ରରେ ଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲ ଗୁଡ଼ିକ ବ୍ୟସବହୁଳ ରହିଥାଏ । ଏୟାର ଟ୍ରାଫିକ ରାଡାରର ମିଳିଥିବା ସୂତ୍ର ଏହି ତିନି ପାଶ୍ଚାତ୍ୟ ରାଷ୍ଟ୍ର (Developed Country) ସହିତ ଅନ୍ୟ ରାଷ୍ଟ୍ର ଗୁଡ଼ିକରେ ଦୈନିକ ପ୍ରାୟ ୧,୪୫,୦୦୦ ବିମାନ ଚଳାଚଳ କରିଥାଏ । ଏହି ସଂଖ୍ୟ ମଧ୍ୟରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ରହିଥାଏ । ତେବେ ଲକଡାଉନ ସମୟରେ ଏହି ବିମାନ ସଂଖ୍ୟା ମାତ୍ର ୬୯ ହଜାରକୁ ଖସି ଆସିଥିଲା । ମୋଟ ୬୯୫୦୮ ଟି ବିମାନ ସମଗ୍ର ବିଶ୍ୱରେ ଉଡ଼ାଣ ଭରିଥିବା ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ୩୬ ହଜାର କେବଳ କମର୍ସିଆଲ ଫ୍ଲାଇଟ ଓ କାର୍ଗୋ ବିମାନ ରହିଥିଲା । ସେପଟେ ସମଗ୍ର ବିଶ୍ୱର ବ୍ୟସ୍ତବହୁଳ ବିମାନ ବନ୍ଦର ଆଟଲାଣ୍ଟା ହାର୍ଟସଫାଏଡ଼ ଜ୍ୟାକସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ବିମାନ ଚଳାଚଳ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଥିଲା । 

ଅଧିକ ପଢନ୍ତୁ: କୋରୋନା ଟିକାକରଣକୁ ନେଇ କେନ୍ଦ୍ରର ଗାଇଡଲାଇନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସେହିପରି ଭାରତ କଥା ଯଦି ଦେଖାଯାଏ ତେବେ ଭାରତର ବିମାନ ଚଳାଚଳ କଥା ଦେଖାଯାଏ, ତେବେ ଲକଡାଉନ ପୂର୍ବରୁ ଦେଶରେ ପ୍ରାୟ ୩ ହଜାର ଘରୋଇ ବିମାନ ଉଡ଼ାଣ ଭରିଥିଲା । ଏହା ସହିତ ଶତାଧିକ ସଂଖ୍ୟାରେ ଦେଶର ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଜାହାଜରୁ ଉଡ଼ାଣ ଭରିଥାଏ । ତେବେ ଏହି ୩ ହଜାର ବିମାନ ସଂଖ୍ୟା ଖସି ଆସି ଲକଡାଉନ ସମୟରେ ଶୂନରେ ପହଞ୍ଚିଥିବା ବେଳେ ଏହା ଏବେ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି । 

fallback

ଲକଡାଉନ ପରେ ଭରତୀୟ ATCର ସ୍ଥିତି

ବିଗତ ଜୁଲାଇ ମାସ ଠାରୁ ଦେଶରେ ଲକଡାଉନ ନିୟମରେ କୋହଳ ହେବା ପରଠାରୁ ଦେଶରେ ଘରୋଇ ଉଡ଼ାଣକୁ ଅନୁମତି ମିଳିଛି । ଫଳରେ ଦେଶରେ ସ୍ୱାଭାବିକ ହେଉଛି ଏହି ଉଡ଼ାଣ । ଏହା ସହିତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ଓ ତାମିଲନାଡ଼ୁରେ ଏବେ ମଧ୍ୟ ସୀମିତ ଜାହାଜ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । କାରଣ ଏହି ସବୁ ରାଜ୍ୟରେ କୋରୋନା ସ୍ଥିତି ସଂଗୀନ ଥିବାରୁ ବିମାନ ଉଡାଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି । ତେବେ ଦେଶରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଭଳି ବ୍ୟସ୍ତ ବହୁଳ ବିମାନ ବନ୍ଦର ଗୁଡ଼ିକରେ ମଧ୍ୟ ବିମାନ ଚଳାଚଳ କମ ରହିଛି । 

ଅଧିକ ପଢନ୍ତୁ: 'ଆନ୍ଦୋଳନକୁ ବିକି ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ'

ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି କୋରୋନା କାଳରେ ସ୍ୱାଭାବିକ ହେଉଛି । ପୁନର୍ବାର ଧୀରେଧୀରେ ପୂର୍ବବସ୍ଥାକୁ ଫେରୁଛି ଏହି ବିମାନବନ୍ଦର ଗୁଡ଼ିକ । ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକ ବନ୍ଦ ରହିଥିବା ବେଳେ ଏବେ ସ୍ୱାଭାବିକ ହେଉଛି । ଆମେରିକା, ୟୁରୋପ, କାନାଡା, ପୂର୍ବ ଏସିଆ ରାଷ୍ଟ୍ର ଗୁଡ଼ିକର ବ୍ୟସ୍ତ ବହୁଳ ବିମାନ ବନ୍ଦରରେ ପୁନର୍ବାର ବିମାନ ଅବତରଣ ଓ ଉଡ଼ାଣ ଆରମ୍ଭ ହୋଇଛି ।