ଏହିସବୁ ରାଜ୍ୟରେ ଖୋଲିବ ସ୍କୁଲ
Advertisement

ଏହିସବୁ ରାଜ୍ୟରେ ଖୋଲିବ ସ୍କୁଲ

କୋରୋନା ସଂକଟ ମଧ୍ୟରେ ଧୀରେଧୀରେ ସ୍ୱାଭାବିକ ହେଉଛି ଦେଶ। ଗତ ୧ ତାରିଖ ପରଠାରୁ ଦେଶରେ ଲାଗୁ ହୋଇଛି ଅନଲକ-୪। ଅନଲକ ୪ ଗାଇଡଲାଇନ ଅନୁଯାୟୀ ଦେଶରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଜି ସ୍କୁଲ ଖୋଲିବ। ତେବେ ଏହି ସବୁ ସ୍କୁଲ ଗୁଡ଼ିକ ଆସାମ, ଜାମ୍ମୁ କାଶ୍ମୀର, ହରିଆଣା ଓ କର୍ଣ୍ଣାଟକ ପ୍ରମୁଖ ରାଜ୍ୟରେ ସ୍କୁଲ ଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ସେପ

ଏହିସବୁ ରାଜ୍ୟରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: କୋରୋନା ସଂକଟ ମଧ୍ୟରେ ଧୀରେଧୀରେ ସ୍ୱାଭାବିକ ହେଉଛି ଦେଶ। ଗତ ୧ ତାରିଖ ପରଠାରୁ ଦେଶରେ ଲାଗୁ ହୋଇଛି ଅନଲକ-୪। ଅନଲକ ୪ ଗାଇଡଲାଇନ ଅନୁଯାୟୀ ଦେଶରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଜି ସ୍କୁଲ ଖୋଲିବ। ତେବେ ଏହି ସବୁ ସ୍କୁଲ ଗୁଡ଼ିକ ଆସାମ, ଜାମ୍ମୁ କାଶ୍ମୀର, ହରିଆଣା ଓ କର୍ଣ୍ଣାଟକ ପ୍ରମୁଖ ରାଜ୍ୟରେ ସ୍କୁଲ ଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ସେପଟେ ଅନ୍ୟ ପ୍ରମୁଖ ରାଜ୍ୟ ଗୁଡ଼ିକରେ କୋରୋନା ସ୍ଥିତି ସଂକଟାପନ୍ନ ରହିଥିବାରୁ ଉକ୍ତ ସ୍କୁଲ ଖୋଲିବ ନାହିଁ ବୋଲି ଜଣାପଡ଼ିଛି। 

ଏଠାରେ କହି ରଖୁଛୁ କି, ଅନଲକ ୪ରେ ସ୍କୁଲ ଗୁଡ଼ିକୁ ଆଜି ଠାରୁ ଅର୍ଥାତ ୨୧ ତାରିଖ ଠାରୁ ଆଂଶିକ ଭାବେ ଖୋଲାଯିବକୁ ଅନୁମତି ପ୍ରଦାନ କରାଯାଇଛି। ଗୃହ ମନ୍ତ୍ରଣାଳୟର ଗାଇଡ଼ଲାଇନ ଅନୁଯାୟୀ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଖୋଲାଯାଇ ପାରିବ। ସେପଟେ ସ୍କୁଲକୁ ପିଲାମାନଙ୍କୁ ଛାଡ଼ିବା ପାଇଁ ଅଭିଭାବକଙ୍କ ଅନୁମତି ନିତାନ୍ତ ଜରୁରୀ। ତେବେ ଏହି ଆଶ୍ୱସ୍ତି କଣ୍ଟେନମେଣ୍ଟ ଜୋନ ପାଇଁ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। 

ଗୃହମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଏସଓପି ଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ସ୍କୁଲରେ ମାତ୍ର ୫୦ ପ୍ରତିଶତ ଶିକ୍ଷକଙ୍କୁ ଅନୁମତି ମିଳିବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ମଧ୍ୟ ବାଧ୍ୟତା ମୁଳକ ହେବ ନାହିଁ। ସ୍କୁଲରେ ସାମାଜିକ ଦୂରତା, ସାନିଟାଇଜର, କୋଭିଡ଼ ୧୯ର ନିୟମ ଆଦି କଡ଼ାକଡ଼ି ଭାବେ ଲାଗୁ କରାଯିବ। ସ୍କୁଲ ଖୋଲାଯିବା ସମୟରେ ସ୍ପୋର୍ଟସ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବନାହିଁ। 

ସେପଟେ ଅଭିଭାବକମାନେ ଲିଖିତ ଆକାରରେ ସେମାନଙ୍କର ଅନୁମତି ପ୍ରଦାନ କରିବା ପରେ ହିଁ ପିଲାମାନେ ସ୍କୁଲ ଆସିପାରିବେ। କୋରୋନାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାର ନୀତିନିୟମକୁ ଲାଗୁ କରାଯିବ। ଅତିକମରେ ୬ ଫୁଟର ଦୁରତାରେ ଶ୍ରେଣୀଗୃହ ମଧ୍ୟରେ ବ୍ୟବଧାନ ରହିବ। ତେବେ କେଉଁ ରାଜ୍ୟର କଣ ନୀତିନିୟମ କରିଛନ୍ତି ଥରେ ନଜର ପକାନ୍ତୁ। 

ହରିଆଣା: ଆଜିଠାରୁ ସ୍କୁଲ ଆରମ୍ଭ ହେବ। କେନ୍ଦ୍ରର ସମସ୍ତ ଗାଇଡ଼ଲାଇନ ଅନୁଯାୟୀ ସ୍କୁଲରେ ପାଠପଢା ଆରମ୍ଭ ହେବ। 

ଆସାମ: ଆଜି ଠାରୁ ସ୍କୁଲ ଆରମ୍ଭ ହେବ। ସବିଶେଷ ଏସଓପି ଜାରି କରାଯାଇଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ କାର୍ଯ୍ୟ ଦିବସ ରହିଥିବା ବେଳେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଭିନ୍ନ କାର୍ଯ୍ୟଦିବସ ଲାଗୁ କରିବାକୁ ଆସାମରେ ନିୟମ ଜାରି କରାଯ଼ାଇଛି। 

ଜମ୍ମୁ କାଶ୍ମୀର: କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ସୋମଠାରୁ ସ୍କୁଲ କାର୍ଯ୍ୟ ଆରମ୍ଭ ହୋଇଛି। 

ଚଣ୍ଡିଗଢ଼: ଆଂଶିକ ଭାବେ ଆଜି ରାଜ୍ୟରେ ସ୍କୁଲ ଖୋଲାଯାଇଛି। ଗୋଟିଏ ଶ୍ରେଣୀରେ କେବଳ ୧୫ ଜଣ ପିଲାଙ୍କୁ ବସିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। 

ନାଗାଲାଣ୍ଡ: ସ୍କୁଲରେ ପାଠପଢା ଆଜି ଠାରୁ ଆରମ୍ଭ ହୋଇଛି। 

ମେଘାଳୟ: ଆଜି ଠାରୁ ସ୍କୁଲ ଗୁଡ଼ିକ ସ୍ୱାଭାବିକ ହେଉଛି। 

ଆନ୍ଧ୍ରପ୍ରଦେଶ: ଆଜିଠାରୁ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ

ମହାରାଷ୍ଟ୍ର: ସର୍ବାଧିକ କୋରୋନା ସଂକ୍ରମିତ ରାଜ୍ୟ ହୋଇଥିବାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି। 

ଉତ୍ତରପ୍ରଦେଶ: କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ। ଶିକ୍ଷାମନ୍ତ୍ରୀ ନିଶ୍ଚିତ କରିଛନ୍ତି କି, କୋରୋନା ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାରେ ଏଠାରେ ସ୍କୁଲ ଖୋଲାଯାଇନାହିଁ। 

ଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ ସ୍କୁଲ ନ ଖୋଲିବାକୁ ସ୍ଥାନୀୟ ସରକାର ନିଷ୍ପତ୍ତି ନେଇଛନ୍ତି। 

ଗୁଜୁରାଟ: ରାଜ୍ୟ ସରକାର ଦିପାବଳୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 

ମଧ୍ୟପ୍ରଦେଶ: ଆଂଶିକ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଲାସ ହେବ ନାହିଁ। 

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ମଧ୍ୟ ସ୍କୁଲ ବର୍ତ୍ତମାନ ବନ୍ଦ ରଖାଯାଇଛି।