ବଡ଼ ଖବର: ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଏହିଦିନଠୁ ଦିଆଯିବ କୋରୋନା ଟିକା
Advertisement
Article Detail0/zeeodisha/odisha1073168

ବଡ଼ ଖବର: ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଏହିଦିନଠୁ ଦିଆଯିବ କୋରୋନା ଟିକା


୧୨ ରୁ ୧୫ ବର୍ଷର ପିଲାମାନେ କୋରୋନା ଟିକା ପାଇଁ DCGI ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ଲାଭ କରିଛି। 

ବଡ଼ ଖବର: ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଏହିଦିନଠୁ ଦିଆଯିବ କୋରୋନା ଟିକା

ନୂଆଦିଲ୍ଲୀ: କୋରୋନା ମାମଲା ବଢୁଥିବା ବେଳେ ଏବେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହୋଇସାରିଛି ସେହିପରି ଏବେ ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଟୀକାକରଣ ମଧ୍ୟ ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ଖବର ଅନୁଯାୟୀ, ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ମାର୍ଚ୍ଚ ମାସ ଠାରୁ ଟୀକାକରଣରେ ସାମିଲ କରାଯିବ । NTAGI ଅର୍ଥାତ୍ ନ୍ୟାସନାଲ ଟେକ୍ନିକାଲ ପରାମର୍ଶଦାତା ସଂଘର ବୈଠକରେ ଏହାକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ହୋଇପାରେ ।

୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କର ଟୀକାକରଣ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି, ଯାହା ପରେ ୧୨ ବର୍ଷରୁ ୧୫ ବର୍ଷ ମଧ୍ୟରେ ପିଲାମାନଙ୍କର ଟୀକାକରଣ (Corona Vaccination) ଆରମ୍ଭ ହୋଇପାରିବ। ଏଥିପାଇଁ ଟିକା ମଧ୍ୟ ଉପଲବ୍ଧ ରହିଛି। ୧୨ ରୁ ୧୫ ବର୍ଷର ପିଲାମାନେ କୋରୋନା ଟିକା ପାଇଁ DCGI ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ଲାଭ କରିଛି। 

Also Read: ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍

୧୨ ରୁ ୧୫ ବର୍ଷ ବୟସ୍କଙ୍କୁ ଭାରତ ବାୟୋଟେକ୍ (Bharat Biotech)  ଦ୍ୱାରା ନିର୍ମିତ କୋଭାକ୍ସିନ୍ ଟିକା ଦିଆଯାଇପାରେ । ବର୍ତ୍ତମାନ ଏହି ଟିକା ୧୫ ରୁ ୧୮ ବର୍ଷ ବୟସ୍କଙ୍କୁ ଦିଆଯାଉଛି । କୋଭିଡ ଟାସ୍କ ଫୋର୍ସର ଚେୟାରମ୍ୟାନ୍ କହିଛନ୍ତି ଯେ ୧୫ ରୁ ୧୮ ବର୍ଷ ବୟସର ଏକ ଆନୁମାନିକ ୭.୪ କୋଟି ଜନସଂଖ୍ୟା ମଧ୍ୟରୁ ୩.୪୫ କୋଟିରୁ ଅଧିକ କୋଭାକ୍ସିନ ର ପ୍ରଥମ ଡୋଜ ଦିଆଯାଇଛି ଏବଂ ସେମାନଙ୍କୁ ଦ୍ୱିତୀୟ ଡୋଜ ୨୮ ଦିନ ପରେ ଦିଆଯିବ।

Also Read: ପ୍ରବଳ ଥଣ୍ଡା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ତାଙ୍କ କହିବା କଥା ଏହି ବର୍ଗର ବୟସ୍କମାନେ ଅତି ଉତ୍ସାହର ସହ ଏହି ବର୍ଗ ଟୀକାକରଣରେ ଭାଗ ନେଉଛନ୍ତି । ତାକୁ ନଜରରେ ଦେଖିଲେ ତେବେ ଜାନୁଆରୀ ମାସ ଶେଷ ସୁଦ୍ଧା ପ୍ରଥମ ଡୋଜ ସରୁଥିବା ବେଳେ ଫେବ୍ରୁଆରୀ ଶେଷକୁ ଦ୍ୱିତୀୟ ଡୋଜ୍ ସମାପ୍ତ ହୋଇପାରିବ ଯାହା ଫଳରେ ମାର୍ଚ୍ଚ ମାସରୁ ୧୨ ରୁ ୧୫ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇପାରିବ। ସରକାରୀ ସୂଚନାନୁସାରେ, ଏବେସୁଦ୍ଧା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୩.୪୫ କୋଟିରୁ ଅଧିକ ପିଲାଙ୍କୁ ପ୍ରଥମ ଡୋଜ୍ (First Dose) ଦିଆସରିଛି।