କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ
Advertisement

କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ ମୋଟ ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି ।

କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଦିନକୁ ଦିନ ଉଗ୍ର ହେବାକୁ ଲାଗିଛି । ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ସଂକ୍ରମିତ ଏହି ମହାମାରୀ ଯୋଗୁଁ ଜୀବନ ହରାଇଛନ୍ତି । ପ୍ରତିଦିନ ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୪୮,୪୨୧ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୪୨୦୫ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଗୋଟିଏ ଦିନରେ ସାମ୍ନାକୁ ଆସିଥିବା ସର୍ବାଧିକ ମୃତ୍ୟୁ ସଂଖ୍ୟା । ତେବେ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରୁ ୩,୫୫,୩୩୮ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ମେ ୭ରେ ୪୧୮୭ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ

ସେପଟେ ମେ ୧୧ ପର୍ଯ୍ୟନ୍ତ ସାରା ଦେଶରେ ୧୭ କୋଟି ୫୨ ଲକ୍ଷ ୩୫ ହଜାର ୯୯୧ କୋରୋନା ଟିକାର ଡୋଜ ଲାଗିସାରିଛି । ପୂର୍ବ ଦିନରେ ୨୪ ଲକ୍ଷ ୪୬ ହଜାର ୬୭୪ ଟିକା ଲାଗିଥିଲା । ଅନ୍ୟପଟେ ମେ ୧୧ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୩୦.୭୫ କୋଟି କୋରୋନା ପରୀକ୍ଷା କରାଯାଇଛି । ପୂର୍ବ ଦିନରେ ୧୯.୮୩ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୧୭ ପ୍ରତିଶତରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା WHO, କହିଲା...

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ ମୋଟ ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩୭ ଲକ୍ଷ ୪ ହଜାର ୯୯ ସକ୍ରିୟ କୋରୋନା ମାମଲା ରହିଛି । ବର୍ତ୍ତମାନ ଯାଏ ମୋଟ ୨ ଲକ୍ଷ ୫୪ ହଜାର ୧୯୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ କୋରୋନା ମୃତ୍ୟୁ ହାର ୧.୦୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୩ ପ୍ରତିଶତରୁ କମ୍ ରହିଛି । ସକ୍ରିୟ ମାମଲା ୧୬ ପ୍ରତିଶତରୁ ଅଧିକ ହୋଇଯାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ଲଗାତାର ଦ୍ୱିତୀୟ ଦିନ ମୁମ୍ବାଇରେ ଦୁଇ ହଜାରରୁ କମ୍ ନୂଆ ମାମଲା 

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କୋଭିଡ-19ର ନୂତନ ମାମଲା ହ୍ରାସ ପାଇବାରେ ଲାଗିଛି ଏବଂ ମଙ୍ଗଳବାର ୧,୭୧୭ ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୫୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ନୂତନ ମାମଲା ଆସିବା ପରେ ମୁମ୍ବାଇରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬,୭୯,୯୮୬କୁ ବୃଦ୍ଧି ପାଇଥିବାବେଳେ ଏହି ମହାମାରୀରୁ ଏପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୩,୯୪୨କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ରାଜଧାନୀ ଶତାବ୍ଦୀ ପରେ ଏହି ଟ୍ରେନଗୁଡ଼ିକ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ମହାରାଷ୍ଟ୍ର ବିଷୟରେ କହିବାକୁ ଗଲେ, ମଙ୍ଗଳବାର ୪୦,୯୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୧,୭୯,୯୨୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସଂକ୍ରମଣ ହେତୁ ୭୯୩ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହି ମହାମାରୀରୁ ରାଜ୍ୟରେ ଏପର୍ଯ୍ୟନ୍ତ ୭୭,୧୯୧ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୩୭,୨୩୬ ନୂତନ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା ।