ଦେଶରେ ୭୫ ଦିନ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ
Advertisement

ଦେଶରେ ୭୫ ଦିନ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଭାରତରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଏବେ ବି ଜାରି ରହିଛି । ସେପଟେ ଦେଶରେ ଲଗାତାର କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଜି ହ୍ରାସ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜା

ଦେଶରେ ୭୫ ଦିନ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଏବେ ବି ଜାରି ରହିଛି । ସେପଟେ ଦେଶରେ ଲଗାତାର କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଜି ହ୍ରାସ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୪୭୧ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ବଡ଼ କଥା ହେଉଛି ଦେଶରେ ୭୫ ଦିନ ପରେ ଏତେ କମ୍ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୨୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ୫୨୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, 'ଡେଲଟା ପ୍ଲସ୍'କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୫ ଲକ୍ଷ ୭୦ ହଜାର ୪୭୧ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୮୨ ଲକ୍ଷ ୮୦ ହଜାର ୪୭୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୯ ଲକ୍ଷ ୧୩ ହଜାର ୩୬୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୭୭ ହଜାର ୩୧ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି

ଆଜି ଦେଶରେ କ୍ରମାଗତ ୩୩ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୨୫ କୋଟି ୯୦ ଲକ୍ଷ କୋରୋନା ଟିକାର ଡୋଜ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ୩୮ କୋଟି ୧୩ ଲକ୍ଷ ୭୫ ହଜାର ୯୮୪ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୫୧ ହଜାର ୩୫୮ କୋରୋନା ନମୁନା ପରୀକ୍ଷା କରାଯାଇଥିଲା ।