ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା
Advertisement

ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା

ଜିନୋମ କ୍ରମର ସାହାଯ୍ୟରେ ବୈଜ୍ଞାନିକମାନେ କୋରୋନା ଭୂତାଣୁର ପରିବର୍ତ୍ତନକୁ ବୁଝିପାରନ୍ତି । ପ୍ରତ୍ୟେକ ରାଜ୍ୟରୁ ୫ ପ୍ରତିଶତ ନମୁନାର ଜିନୋମ କ୍ରମ ହେବା ଆବଶ୍ୟକ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ମାତ୍ର ୩ ପ୍ରତିଶତ ମଧ୍ୟ ହୋଇପାରୁ ନାହିଁ ।

ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା

ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୮ କୋଟିରୁ ଅଧିକ କୋରୋନା ଭୂତାଣୁ ନମୁନା ପରୀକ୍ଷା (Coronavirus Sample Test) କରାଯାଇଛି, କିନ୍ତୁ ଏଥିମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨୮ ହଜାରର ଜିନୋମ କ୍ରମ (Genome Sequencing) ହୋଇପାରିଛି  । ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଭୂତାଣୁ (COVID-19) ର ୧୨୦ରୁ ଅଧିକ ମ୍ୟୁଟେସନ୍ (Coronavirus Mutation) ମିଳିଛି, ସେଥିମଧ୍ୟରୁ ୮ଟି ବିପଦପୂର୍ଣ୍ଣ ଅଟେ । ତଥାପି, ବୈଜ୍ଞାନିକମାନେ ବର୍ତ୍ତମାନ ୧୪ଟି ମ୍ୟୁଟେସନର ଅନୁସନ୍ଧାନରେ ନିୟୋଜିତ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ବିଦାୟ ମିଲଖା ସିଂହ: ପ୍ରଥମ ଧାବକ ଯିଏ ଦୌଡୁନଥିଲେ, ଉଡୁଥିଲେ

ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଯେଉଁ ବିପଦଜ୍ଜନକ ଭାରିଆଣ୍ଟର ନାଁ କୁହାଯାଇଛି, ସେଗୁଡ଼ିକ ହେଉଛି ଆଲଫା, ବିଟା, ଗାମା, ଡେଲଟା ପ୍ଲସ୍, କାପା, ଇଟା ଏବଂ ଲୋଟା । ଏହି ସମସ୍ତ ଭାରିଏଣ୍ଟଗୁଡିକ ଦେଶରେ ଦେଖିବାକୁ ମିଳିଛି । ଏହି ଭାରିଆଣ୍ଟରେ କେତେକଙ୍କର ଅଧିକ ମାମଲା ଅଛି ତ କାହାର କମ୍ ଅଛି । ସମଗ୍ର ଦେଶରେ ୨୮ ଲ୍ୟାବରେ ସେମାନଙ୍କର ସିକ୍ୱେଂସିଙ୍ଗ ଚାଲିଛି । ଭାରିଆଣ୍ଟର ପ୍ରାରମ୍ଭିକ ରିପୋର୍ଟର ଫଳାଫଳଗୁଡିକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି । ସୂଚନାନୁସାରେ, ଭାରତରେ ଡେଲ୍ଟା ସହିତ କାପା ଭାରିଏଣ୍ଟ ମଧ୍ୟ ରହିଛି । ଗତ ୬୦ ଦିନ ମଧ୍ୟରେ ୭୬ ପ୍ରତିଶତ ନମୁନାରେ ଏହାର ପୃଷ୍ଟି ହୋଇସାରିଛି ।

ଅଧିକ ପଢ଼ନ୍ତୁ:-ଦେଶରେ ୭୪ ଦିନ ପରେ ସବୁଠାରୁ କମ୍ କୋରୋନା ମାମଲା ଚିହ୍ନଟ, ଏତିକି ସଂକ୍ରମିତଙ୍କ ମୃତ୍ୟୁ

ଜିନୋମ କ୍ରମର ସାହାଯ୍ୟରେ ବୈଜ୍ଞାନିକମାନେ କୋରୋନା ଭୂତାଣୁର ପରିବର୍ତ୍ତନକୁ ବୁଝିପାରନ୍ତି । ପ୍ରତ୍ୟେକ ରାଜ୍ୟରୁ ୫ ପ୍ରତିଶତ ନମୁନାର ଜିନୋମ କ୍ରମ ହେବା ଆବଶ୍ୟକ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ମାତ୍ର ୩ ପ୍ରତିଶତ ମଧ୍ୟ ହୋଇପାରୁ ନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ ଏପର୍ଯ୍ୟନ୍ତ ୨୮ ହଜାର ୪୩ ନମୁନାର ଜିନୋମ କ୍ରମରେ କରାଯାଇସାରିଛି, ଯେଉଁଥିରେ ଡେଲଟା ପ୍ଲସ୍ (Delta Plus) ଏବଂ କାପା (Kappa) ର ଗୁରୁତର ମ୍ୟୁଟେସନ ବା ପରିବର୍ତ୍ତନ ମିଳିଛି । ବୈଜ୍ଞାନିକମାନେ ଡେଲଟା ପ୍ଲସ୍, ବିଟା, ଏବଂ ଗାମା ପରିବର୍ତ୍ତନକୁ ସବୁଠାରୁ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି । ଏହି ପରିବର୍ତ୍ତନଗୁଡିକ ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ମଣିଷର ଆଣ୍ଟିବଡି ଉପରେ ଆକ୍ରମଣ କରିଥାଏ । କୋରୋନା ଭୂତାଣୁର ମ୍ୟୁଟେସନ ପାଇଁ ବୈଜ୍ଞାନିକମାନଙ୍କ ଅଧ୍ୟୟନ ଚାଲିଛି ।

ଅଧିକ ପଢ଼ନ୍ତୁ:-ତିନିମାସ ପରେ ଦେଶରେ ଆସିପାରେ କୋରୋନାର ତୃତୀୟ ଲହର, ଚେତାବନୀ ଦେଲେ ବିଶେଷଜ୍ଞ

ଏଠାରେ କହି ରଖୁଛୁ ଯେ, ଗତ ୬୦ ଦିନ ମଧ୍ୟରେ ୭୬ ପ୍ରତିଶତ ନମୁନାରେ ଡେଲ୍ଟା ଭାରିଆଣ୍ଟ ମିଳିଛି । ଏଥି ସହିତ, ୮ ପ୍ରତିଶତ ନମୁନାରେ କାପା ଭାରିଆଣ୍ଟ ଦେଖିବାକୁ ମିଳିଛି । କୋରୋନା ବାରମ୍ବାର ଦ୍ରୁତ ଗତିରେ ନିଜର ରୂପ ପରିବର୍ତ୍ତନ କରୁଛି । ଏହା ବ୍ୟତୀତ ୫ ପ୍ରତିଶତ ନମୁନାରେ ଆଲଫା ଭାରିଆଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।