ଭାରତରେ କୋରୋନା ଔଷଧର ମୂଲ୍ୟ ୧୦୦୦ ଟଙ୍କା!
Advertisement
Article Detail0/zeeodisha/odisha790719

ଭାରତରେ କୋରୋନା ଔଷଧର ମୂଲ୍ୟ ୧୦୦୦ ଟଙ୍କା!

 ଏହା ସହିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ କହିବା ଅନୁସାରେ ଆସନ୍ତା ବର୍ଷ ଫେବୃଆରୀରେ କୋରୋନାରେ ଏକ ସ୍ୱଦେଶୀ ଟୀକା ମିଳିବ। 

ଭାରତରେ କୋରୋନା ଔଷଧର ମୂଲ୍ୟ ୧୦୦୦ ଟଙ୍କା!

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଜାରି ରହିଛି କୋଭିଡ୧୯ (Covid19)ପ୍ରକୋପ । ବିଶ୍ୱ ମହାମାରୀ କୋରୋନା ଭାଇରସକୁ (Corona Virus)ହଟାଇବା ଔଷଧ କେବେ ମିଳିବ ତାହା ଉପରେ ପ୍ରତି ମୁହୂର୍ତ୍ତରେ ନଜର ରଖୁଛନ୍ତି ବିଶ୍ୱବାସୀ। କୋଭିଡ୧୯ ଔଷଧ (Covid19 Medicine)କେବେ ଉପଲବ୍ଧ ହେବ ତାହାକୁ ନେଇ ଉଠୁଥିବା ପ୍ରଶ୍ନର ଏବେ ମିଳିବାକୁ ଯାଉଛି।

କୋରୋନା ଔଷଧ କେବେ ଉପଲବ୍ଧ ହେବ ସେ ନେଇ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ (Pune Serum Institute)ପକ୍ଷରୁ ବୟାନ ରଖିଯାଇଛି। ଏନେଇ ଏହି ସଂସ୍ଥା ପକ୍ଷରୁ କୁହାଯାଇଛି  ଆସନ୍ତା ବର୍ଷ ଫେବୃଆରୀରେ କୋଭିଡ୧୯ ଔଷଧ ଉପଲବ୍ଧ ହେବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଏବଂ ବୟୋଜ୍ୟୋଷ୍ଠ ଲୋକଙ୍କୁ ଏହି ଔଷଧ ପରୀକ୍ଷାମୂଳକ ଭାବେ ପ୍ରଦାନ କରାଯିବ। ଏହି ଔଷଧର ମୂଲ୍ୟ ୧୦୦୦ ଟଙ୍କା ରହିବ। ଯଦି ଏହାର ପ୍ରୟୋଗ ସଫଳ ହୁଏ ତାହେଲେ ୩ ମାସ ମଧ୍ୟରେ ଆପଣଙ୍କୁ ଏହି ଔଷଧ ମିଳିଯିବ।      

ଭାରତ ସମେତ ବିଶ୍ୱରେ ଅନେକ କୋରୋନା ଟୀକା ଉଦ୍ଭାବନ (Corona Vaccine Invention)କାର୍ଯ୍ୟ ଚାଲିଛି। ଏନେଇ ଋଷିଆ (Russia)ପକ୍ଷରୁ କୁହାଯାଇଛି ଏହାର କୋରୋନା ଔଷଧ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଏବଂ ଏହା ବର୍ତ୍ତମାନ ଭାରତରେ ପରୀକ୍ଷା ପାଇଁ ଅନୁମୋଦିତ ହୋଇଛି। ଏହା ସହିତ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ (American pharmaceutical Company)ଫାଇଜର (Pfizer)ଏବଂ ବ୍ରିଟେନ (Britain)ଭିତ୍ତିକ କମ୍ପାନୀ ଆଷ୍ଟ୍ରା ଜେନେଙ୍କା (AstraZeneca)ମଧ୍ୟ ଏହି ଔଷଧ  ପ୍ରସ୍ତୁତ କରିବାକୁ ଦାବି କରିବା ସହ ଏହା ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି କହିଛନ୍ତି। ଭାରତର ୩ଟି କମ୍ପାନୀ ପକ୍ଷରୁ ମଧ୍ୟ ଚାଲିଥିବା ପରୀକ୍ଷା ବିଭିନ୍ନ ପର୍ଯ୍ୟାୟରେ ରହିଛି।

ରତ ବାୟୋଟେକ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ରହିଛି, ଏହାର ଫଳାଫଳ ସକରାତ୍ମକ ରହିଛି। ଏହା ସହିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ କହିବା ଅନୁସାରେ ଆସନ୍ତା ବର୍ଷ ଫେବୃଆରୀରେ କୋରୋନାରେ ଏକ ସ୍ୱଦେଶୀ ଟୀକା ମିଳିବ। ପ୍ରଥମେ ଏହି ଔଷଧର ଏକ ମାତ୍ରାକୁ ସ୍ୱାସ୍ଥ୍ୟକର୍ମୀ ଏବଂ ବୃଦ୍ଧଙ୍କୁ ଦିଆଯିବ। ଏପ୍ରିଲରେ ସାଧାରଣ ଲୋକଙ୍କୁ ଏହି ଟୀକା ମିଳିବ।ଏହି ଆବଶ୍ୟକୀୟ ଟୀକାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ରହିବ। ଆସନ୍ତା ୨୦୨୪ ସୁଦ୍ଧା ଦେଶର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ଜଣାଇଛନ୍ତି ସିଇଓ ପୁନୱାଲା। 

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି (PM Modi)କୋରୋନା ଟୀକା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ କରୋନା ଟୀକାର ସଫଳତା, ଏହାର ବଣ୍ଟନ, କ୍ରୟ ସମେତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଅନ୍ୟପଟେ ଏମ୍ସ (AIIMS)ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ କୋରୋନା ଟୀକା ଆସିବାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଆମକୁ ଟିକା ପାଇଁ ଆସନ୍ତା କିଛି ମାସ ଅପେକ୍ଷା କରିବାକୁ ପଡିବ। ହେଲେ ବର୍ତ୍ତମାନ ବହୁତ ସତର୍କତାର ଆବଶ୍ୟକତା ରହିଛି କାରଣ ଶୀତ ଆରମ୍ଭ ହୋଇସାରିଛି। ଏହି ସମୟରେ ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୟୁରୋପୀୟ ଦେଶରେ ଏହାର ପ୍ରକୋପ ଦେଖିବାକୁ ମିଳି ସାରିଲାଣି।