ଦଶହରାରେ ଖୁସି ଖବର! ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଦେଶୀ ଟିକା, ଅନୁମତି ଦେଲା DCGI
Advertisement
Article Detail0/zeeodisha/odisha1005430

ଦଶହରାରେ ଖୁସି ଖବର! ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଦେଶୀ ଟିକା, ଅନୁମତି ଦେଲା DCGI

ପବିତ୍ର ସପ୍ତମୀରେ ଦେଶାବାସୀଙ୍କୁ ମିଳିଛି ଖୁସିଖବର। ଟ୍ରାଏଲ ରିପୋର୍ଟ ପ୍ରଦାନର ସପ୍ତାହେ ମଧ୍ୟରେ ଭାରତ ବାୟୋଟେକ (Bharat Biotech) ର ପିଲାଙ୍କ ପାଇଁ ପ୍ରସ୍ତୁତ କୋଭାକ୍ସିନ କୋରୋନା ଟିକା (Corona Vaccine) କୁ ମଞ୍ଜୁରୀ ମିଳିଛି। ଏହି ଟିକା ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଟିକାକରଣକୁ ନେଇ ଆସିଲା ଖୁସି ଖବର। ଖୁବଶୀଘ୍ର ଦେଶରେ ୨ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ହେବ। ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ମଙ୍ଗଳବାର DCGI ଅନୁମତି ଦେଇଛି। ଗତ ସପ୍ତାହରେ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ ଦାଖଲ କରିଥିଲା।

ପବିତ୍ର ସପ୍ତମୀରେ ଦେଶାବାସୀଙ୍କୁ ମିଳିଛି ଖୁସିଖବର। ଟ୍ରାଏଲ ରିପୋର୍ଟ ପ୍ରଦାନର ସପ୍ତାହେ ମଧ୍ୟରେ ଭାରତ ବାୟୋଟେକ (Bharat Biotech) ର ପିଲାଙ୍କ ପାଇଁ ପ୍ରସ୍ତୁତ କୋଭାକ୍ସିନ କୋରୋନା ଟିକା (Corona Vaccine) କୁ ମଞ୍ଜୁରୀ ମିଳିଛି। ଏହି ଟିକା ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ। ତେବେ ଛୋଟ ପିଲାଙ୍କୁ ଦିଆଯିବା ପାଇଁ DCGIରୁ ଅନୁମତି ମିଳିଥିବା ତଥା ଭାରତରେ ପ୍ରସ୍ତୁତ ଟିକା ମଧ୍ୟରେ COVAXIN ପ୍ରଥମ। କୋଭାକ୍ସିନକୁ ଅନୁମତି ମିଳିବା ପରେ ଖୁବଶୀଘ୍ର ଛୋଟ ପିଲାଙ୍କ ଟିକାକରଣ ହୋଇପାରେ।

Also Read: ସପ୍ତମୀରେ ସଙ୍କଟ! ଆଜି ଏହି ସବୁ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ

ଗତ ସପ୍ତାହରେ DCGIକୁ COVAXINର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏହି ଟିକାକୁ ପ୍ରାୟ ୧୦୦୦ ପିଲାଙ୍କଠାରେ ପରୀକ୍ଷଣ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ୫୨୫ ପିଲାଙ୍କୁ COVAXIN ଟିକା ଦିଆଯାଇଥିଲା। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଯେଉଁଭଳି ୨୮ ଦିନ ବ୍ୟବଧାନରେ ଟିକା ଦିଆଯାଉଛି। ଠିକେ ସେହିଭଳି ଏହି ଟିକା ମଧ୍ୟ ୨୮ ଦିନ ବ୍ୟବଧାନରେ ଦିଆଯାଇପାରିବ।

AIIMSର ଡାକ୍ତର ସଞ୍ଜୟ ରାଏଙ୍କ କହିବା ଅନୁସାରେ, କୋଭାକ୍ସିନକୁ ତିନୋଟି ସ୍ତରରେ ଟ୍ରାଏଲ କରାଯାଇଛି। ଶିଶୁ ଓ କିଶୋରଙ୍କ ଠାରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିବା ଡାକ୍ତର ସଞ୍ଜୟ କହିଛନ୍ତି। ପ୍ରଥମ ସ୍ତରରେ ୧୨ରୁ ୧୮ ବର୍ଷର କିଶୋର କିଶୋରୀ ଥିଲେ। ଦ୍ୱିତୀୟ ସ୍ତରରେ ୬ରୁ ୧୨ ବର୍ଷର ପିଲା ଓ ତୃତୀୟ ସ୍ତରରେ ୨ରୁ ୬ ବର୍ଷର ଶିଶୁଙ୍କୁ ରଖାଯାଇଥିଲା।

Also Read: କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍ 

 

ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତ ସରକାର ତିନୋଟି କୋରୋନା ଟିକା - Covidshield, Sputnik V ଓ Covaxinକୁ ଅନୁମତି ଦେଇଛନ୍ତି। ପୂର୍ବରୁ ୭ରୁ ୧୧ ବର୍ଷର ପିଲାଙ୍କ ଠାରେ ଟ୍ରାଏଲ ପାଇଁ Serum Instituteକୁ DCGI ଅନୁମତି ଦେଇଛି। Zydus Cadilaର DNA ଆଧାରିତ କୋରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସବୁ ଟିକା ବଜାରରେ ଉପଲବ୍ଧ ହୋଇନାହିଁ।