କୋରୋନା ଟିକାର ଉଭୟ ଓ ବୁଷ୍ଟର୍ ଡୋଜ୍ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର, ମିଳିଥାଏ ଏହି ବଡ଼ ଲାଭ
Advertisement
Article Detail0/zeeodisha/odisha1149665

କୋରୋନା ଟିକାର ଉଭୟ ଓ ବୁଷ୍ଟର୍ ଡୋଜ୍ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର, ମିଳିଥାଏ ଏହି ବଡ଼ ଲାଭ

ଏହି ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ଓମିକ୍ରୋନରେ ସଂକ୍ରମିତ ୧୭ ପ୍ରତିଶତ ଲୋକ ନିଜର ଗନ୍ଧ ବାରି ପାରିବାର ଶକ୍ତି ହରାଇଛନ୍ତି, ଅନ୍ୟପଟେ ଡେଲଟା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୩ ପ୍ରତିଶତ ସେମାନଙ୍କର ଆଘ୍ରାଣ ଶକ୍ତି ହରାଇଥିଲେ । ଏହି ଅଧ୍ୟୟନ ଚଳିତ ମାସ ଶେଷରେ ଲିସବନରେ ଥିବା ୟୁରୋପୀୟ କଂଗ୍ରେସ କ୍ଲିନିକାଲ ମାଇକ୍ରୋବିଓଲୋଜି ଓ ସଂକ୍ରାମକ ରୋଗରେ ମଧ୍ୟ ଉପସ୍ଥାପିତ ହେବ ।

କୋରୋନା ଟିକାର ଉଭୟ ଓ ବୁଷ୍ଟର୍ ଡୋଜ୍ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର, ମିଳିଥାଏ ଏହି ବଡ଼ ଲାଭ

ନୂଆଦିଲ୍ଲୀ: ଦୁନିଆର କିଛି ଭାଗରେ ପୁଣି ଥରେ କୋରୋନା ମାମଲା (Coronavirus Cases) ବଢ଼ିବାରେ ଲାଗିଛି । ଏହି ସମୟରେ ଶୁକ୍ରବାର ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଯେଉଁ ଲୋକମାନେ ଟିକା (Covid-19 Vaccine) ଗ୍ରହଣ କରିଛନ୍ତି ଓ କୋଭିଡ -19 ବିରୋଧରେ ବୁଷ୍ଟର ଡୋଜ୍ (Booster Dose)  ଦିଆଯାଇଛି, ସେମାନେ ଡେଲଟା ଭାରିଆଣ୍ଟ (Delta Variant) ଅପେକ୍ଷା ଓମିକ୍ରନ ଭାରିଆଣ୍ଟ (Omicron Variant) ରୁ ୩ ଦିନ ପୂର୍ବରେ ଠିକ୍ ହୋଇଯାଆନ୍ତି । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଓମିକ୍ରନ୍ ଥିବା ବ୍ୟକ୍ତିମାନେ ସେମାନଙ୍କର ଗନ୍ଧ ବାରିବାର ଶକ୍ତି ହରାଇବାର ସମ୍ଭାବନା କମ୍ ଥାଏ । ଏହା ମଧ୍ୟ ନିଶ୍ଚିତ କରିଛି ଯେ ଓମିକ୍ରନ୍ କମ୍ ଗୁରୁତର ଅଟେ ।

ଓମିକ୍ରନ୍ ଓ ଡେଲଟା କିପରି ଲୋକଙ୍କୁ ଅସୁସ୍ଥ କରେ ତାହାର ପାର୍ଥକ୍ୟ ଜାଣିବା ପାଇଁ ଅନୁସନ୍ଧାନକାରୀମାନେ ZOE ନାମକ ଏକ ମାଗଣା ସ୍ମାର୍ଟଫୋନ୍ ଆପ୍ ବ୍ୟବହାର କରିଥିଲେ । ଏହା ଉପରେ ବ୍ରିଟେନରେ ୧୬-୯୯ ବର୍ଷ ବୟସ ପର୍ଯ୍ୟନ୍ତ ୬୩,୦୦୦ରୁ ଅଧିକ ଟିକାକରଣ ହୋଇଥିବା ବ୍ୟକ୍ତି ଜୁନ୍ ୨୦୨୧ରୁ ଜାନୁୟାରୀ ୨୦୨୧୨ ମଧ୍ୟରେ ସେମାନଙ୍କର କୋଭିଡ୍-19 ଲକ୍ଷଣ ବିଷୟରେ ଆତ୍ମ-ରିପୋର୍ଟ ଦେଇଥିଲେ ।

ଯେଉଁମାନେ ଟିକା ଓ ବୁଷ୍ଟର ଡୋଜର ଦୁଇଟି ଡୋଜ ଗ୍ରହଣ କରିଥିଲେ, ଓମିକ୍ରନର ଲକ୍ଷଣ ୪.୪ ଦିନ ଚାଲିଥିବାବେଳେ ଡେଲ୍ଟାର ଲକ୍ଷଣ ୭.୭ ଦିନ ରହିଥିଲା । ଏଥିରେ ୩.୩ ଦିନର ବ୍ୟବଧାନ ଥିଲା । ଲାନସେଟ୍ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କେବଳ ଦୁଇଟି ଡୋଜ ନେଇଥିଲେ କିନ୍ତୁ କୌଣସି ବୁଷ୍ଟର୍ ସଟ୍ ନେଇ ନଥିଲେ । ସେମାନଙ୍କ ମଧ୍ୟରେ ଓମିକ୍ରନର ଲକ୍ଷଣ ୮.୩ ଦିନରେ ଭଲ ହୋଇଯାଇଥିଲା । ଯେଉଁଠାରେ ଡେଲଟା ପାଇଁ ଏହି ସମୟ ୯.୬ ଦିନ ଥିଲା ।

ଏହା ବି ପଢ଼ନ୍ତୁ:-ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାକୁ ନେଇ ଏପରି କିଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଏହା ବି ପଢ଼ନ୍ତୁ:-ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା

ଏହା ବି ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ

କେତେ ଲୋକ ସେମାନଙ୍କର ଗନ୍ଧ ବାରି ପାରିବାର ଶକ୍ତି ହରାଇଲେ?

ଏହି ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ଓମିକ୍ରୋନରେ ସଂକ୍ରମିତ ୧୭ ପ୍ରତିଶତ ଲୋକ ନିଜର ଗନ୍ଧ ବାରି ପାରିବାର ଶକ୍ତି ହରାଇଛନ୍ତି, ଅନ୍ୟପଟେ ଡେଲଟା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୩ ପ୍ରତିଶତ ସେମାନଙ୍କର ଆଘ୍ରାଣ ଶକ୍ତି ହରାଇଥିଲେ । ଏହି ଅଧ୍ୟୟନ ଚଳିତ ମାସ ଶେଷରେ ଲିସବନରେ ଥିବା ୟୁରୋପୀୟ କଂଗ୍ରେସ କ୍ଲିନିକାଲ ମାଇକ୍ରୋବିଓଲୋଜି ଓ ସଂକ୍ରାମକ ରୋଗରେ ମଧ୍ୟ ଉପସ୍ଥାପିତ ହେବ ।

ଅବଶ୍ୟ, ଓମିକ୍ରନ୍ ଥିବା ଲୋକଙ୍କ ଗଳାରେ ଯନ୍ତ୍ରଣା ହେବାର ଆଶଙ୍କା ୫୫ ପ୍ରତିଶତ ବୃଦ୍ଧି ପାଇଥିଲା । ସ୍ୱର ଭାରି ହେବାର ସମ୍ଭାବନା ୨୪ ପ୍ରତିଶତ ଅଧିକ ଥିଲା । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଓମିକ୍ରନ୍ ରୋଗୀମାନଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ୨୫ ପ୍ରତିଶତ କମ୍ ।