ଏହି କାରଣରୁ କୋରୋନା ଯୋଗୁଁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟ ହାର ଅଧିକ
Advertisement

ଏହି କାରଣରୁ କୋରୋନା ଯୋଗୁଁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟ ହାର ଅଧିକ

ନେଦରଲ୍ୟାଣ୍ଡର ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଏହି ଅଧ୍ୟୟନର ସହ-ଲେଖକ ଆଡ୍ରିଏନ୍ ଭୁର୍ସ କୁହନ୍ତି, ଆମର ଅନୁସନ୍ଧାନ କୋଭିଡ-19 ରୋଗୀଙ୍କୁ ଉପରୋକ୍ତ ଔଷଧ ବନ୍ଦ କରିବାକୁ ପରାମର୍ଶ ଦେଉନାହିଁ । ଯେପରି ପୂର୍ବର ଅନେକ ଅଧ୍ୟୟନରୁ ଏହା କୁହାଯାଇଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ ମହିଳାଙ୍କ ତୁଳନାରେ ପୁରୁଷଙ୍କ ରକ୍ତରେ ଏପରି ଅଣୁ ସଂଖ୍ୟା ଅଧିକ ଅଛି, ଯାହା ସହଜରେ କୋରୋନା ଭୂତାଣୁ ବାହକ ହୋଇଯାଏ । ଏହି ଅଧ୍ୟୟନ ମାଧ୍ୟମରେ ପୁରୁଷମାନେ ମହିଳାଙ୍କ ଅପେକ୍ଷା କୋରୋନା ଭୂତାଣୁ କାହିଁକି ସଂକ୍ରମିତ ହେଉଛନ୍ତି ? ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର କାହିଁକି ଅଧିକ ? ତାହା ବର୍ତ୍ତମାନ ବୁଝିବା ସହଜ ହେବ । ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ହୃଦଘାତ ଯୋଗୁଁ ଇସିଇ ଓ ଅନ୍ୟାନ୍ୟ ଔଷଧ ସେବନ କରୁଥିବା ରୋଗୀଙ୍କ ରକ୍ତରେ କୋରୋନା ଭୂତାଣୁ ପାଇଁ ବାହକ ACE-2 ଏନଜାଇମର ମାତ୍ରା କମ୍ ଥାଏ ।

ନେଦରଲ୍ୟାଣ୍ଡର ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଏହି ଅଧ୍ୟୟନର ସହ-ଲେଖକ ଆଡ୍ରିଏନ୍ ଭୁର୍ସ କୁହନ୍ତି, ଆମର ଅନୁସନ୍ଧାନ କୋଭିଡ-19 ରୋଗୀଙ୍କୁ ଉପରୋକ୍ତ ଔଷଧ ବନ୍ଦ କରିବାକୁ ପରାମର୍ଶ ଦେଉନାହିଁ । ଯେପରି ପୂର୍ବର ଅନେକ ଅଧ୍ୟୟନରୁ ଏହା କୁହାଯାଇଛି । ପୂର୍ବରୁ ହୋଇଥିବା ଅଧ୍ୟୟନରେ କୁହାଯାଇଥିଲା ଯେ, ଉପରୋକ୍ତ ଔଷଧ ସେବନ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ରକ୍ତ ପ୍ଲାଜାରେ ACE2 ପରିମାଣ ବଢ଼ିଥାଏ । ଯାହାଦ୍ୱାରା କୋରୋନା ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ବଢ଼ିଥାଏ । ଆମର ଅଧ୍ୟୟନ ଅନୁଯାୟୀ, ଏହା ସେପରି ନୁହେଁ । ତଥାପି ଆମେ କେବଳ ପ୍ଲାଜାରେ ACE2ର ସାନ୍ଦ୍ରତା ଉପରେ ଅଧ୍ୟୟନ କରିଛୁ । ହୃଦୟ ଟିସୁ ଓ ଅନ୍ୟାନ୍ୟ ଟିସୁରେ ଏହି ଏନଜାଇମର ପରିମାଣ ଅଧ୍ୟୟନରେ ସାମିଲ କରାଯାଇ ନାହିଁ ।

ଭୁର୍ସ କହିଛନ୍ତି ଯେ, ACE2 ହେଉଛି କୋଷଗୁଡ଼ିକର ଉପରେ ଥିବା ରିସେପ୍ଟର । ଏଗୁଡିକ କରୋନା ଭୂତାଣୁ ସହିତ ଜଡ଼ି ଯାଇଥାଏ । ଆଉ ଭିତରର ଭୂତାଣୁ ପ୍ରବେଶ କରି ସୁସ୍ଥ କୋଷକୁ ଅସୁସ୍ଥ କରିବାରେ ସାହାଯ୍ୟ କରନ୍ତି । ଫୁସଫୁସରେ ACE2 ରିସେପ୍ଟର ବହୁତ ଅଧିକ ରହିଛି । ତେଣୁ କୋଭିଡ-19 ରୋଗୀଙ୍କୁ ହେଉଥିବା ଶ୍ୱାସକ୍ରିୟା ଓ ଫୁସଫୁସ ସମସ୍ୟାରେ ଏହି ରିସେପ୍ଟରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ବିଶ୍ୱାସ କରାଯାଏ ।