ବାଂଲାଦେଶକୁ ଔକାତ ଦେଖାଇଦେଲା ଚୀନ, କୋରୋନା ଟୀକା ପରୀକ୍ଷଣ ପାଇଁ ମାଗିଲା ଟଙ୍କା
Advertisement

ବାଂଲାଦେଶକୁ ଔକାତ ଦେଖାଇଦେଲା ଚୀନ, କୋରୋନା ଟୀକା ପରୀକ୍ଷଣ ପାଇଁ ମାଗିଲା ଟଙ୍କା

ଏନେଇ ଚୀନ ପକ୍ଷରୁ ବାଂଲାଦେଶ ଉଦ୍ଦେଶ୍ୟରେ କୁହାଯାଇଛି କୋରୋନା ଟୀକାର ପରୀକ୍ଷଣ ମାଗଣା କରାଯିବ ନାହିଁ । ଏଥିଲାଗି ଅର୍ଥ ଦେବାକୁ ହେବ । ଟଙ୍କା ପରୀକ୍ଷଣ କାର୍ଯ୍ୟ ଆଗକୁ ବଢିବ ବୋଲି ଚୀନୀ ପକ୍ଷରୁ କୁହାଯାଇଛି । 

ବାଂଲାଦେଶକୁ ଔକାତ ଦେଖାଇଦେଲା ଚୀନ, କୋରୋନା ଟୀକା ପରୀକ୍ଷଣ ପାଇଁ ମାଗିଲା ଟଙ୍କା

ନୂଆଦିଲ୍ଲୀ: ଚୀନ (China) ପ୍ରରୋଚନାରେ ଭାରତ (India) ଠାରୁ ଧିରେ ଧିରେ ଦୂରେଇ ଯାଉଥିବା ବାଲାଂଦେଶ (Bangladesh) କୁ ଲାଗିଛି ତଗଡା ଝଟକା । ଚୀନକୁ ଦକ୍ଷିଣ ଏସୀୟାରେ ମହାଶକ୍ତି ବୋଲି ବିଚାର କରୁଥିବା ବାଲାଂଦେଶକୁ ଏବେ ମିଳିଛି ଏକ ଶିକ୍ଷା । ପାରସ୍ପରିକ ସହଯୋଗକୁ ବଢାଇ ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହେବା ଲାଗି ବାଲାଂଦେଶକୁ ସ୍ୱପ୍ନ ଦେଖାଉଥିବା ଚୀନ ଏବେ ନିଜର ପ୍ରକୃତ ରୂପ ଦେଖାଇଛି । 

କୋରୋନା ଟୀକା ପରୀକ୍ଷା ମାମଲାରେ ଏବେ ବାଲାଂଦେଶକୁ ଶକ୍ତ ଝଟକା ଦେଇଛି ଚୀନ । ଯାହାକୁ ସହଜେ ଭୁଲିପାରିବେ ନାହିଁ ବାଂଲାଦେଶ ସରକାର । ବିଶ୍ୱ ମହାମାରୀର (World Pandemic) କୋରୋନାର ମୁକାବିଲା ଲାଗି ଆବଶ୍ୟକ ହେଉଥିବା ଟୀକା (Corona Vaccine) ପରୀକ୍ଷା ଲାଗି ବାଲାଂଦେଶ ଠାରୁ ପଇସା ମାଗିଛି ଚତୁର ଚୀନ ।

ଏନେଇ ଚୀନ ପକ୍ଷରୁ ବାଂଲାଦେଶ ଉଦ୍ଦେଶ୍ୟରେ କୁହାଯାଇଛି କୋରୋନା ଟୀକାର ପରୀକ୍ଷଣ ମାଗଣା କରାଯିବ ନାହିଁ । ଏଥିଲାଗି ଅର୍ଥ ଦେବାକୁ ହେବ । ଟଙ୍କା ପରୀକ୍ଷଣ କାର୍ଯ୍ୟ ଆଗକୁ ବଢିବ ବୋଲି ଚୀନୀ ପକ୍ଷରୁ କୁହାଯାଇଛି । ପ୍ରକୃତ କଥା ହେଉଛି ଚୀନର ସିନୋବେକ କମ୍ପାନୀ ଟଙ୍କା କାରବାରକୁ ନେଇ ବାଂଲାଂଦେଶରେ ଚାଲିଥିବା କୋରୋନା ଭାଇରସ ଟୀକା ପରୀକ୍ଷଣକୁ ବନ୍ଦ ରଖିଛି ।  

ଏନେଇ ସିନୋବେକ କମ୍ପାନୀ ପକ୍ଷରୁ ବାଂଲାଦେଶ ସରକାରଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଆମେ ଚୀନରେ କୋରୋନା ଟୀକା ପରୀକ୍ଷଣ କାର୍ଯ୍ୟ ମାଗଣାରେ କରୁନାହିଁ । ଯଦି ନିଜ ଦେଶରେ ବାଂଲାଦେଶ ସରକାର କୋରୋନା ଟୀକା ପରୀକ୍ଷଣ କାର୍ଯ୍ୟ ଜାରି ରହିବାକୁ ଚାହାଁନ୍ତି ତାହେଲେ ଟଙ୍କା ଦେବାକୁ ହେବ ।  ବର୍ତ୍ତମାନ ଏହି ପ୍ରସଙ୍ଗରେ ବାଂଲାଦେଶ ସରକାରଙ୍କ ପକ୍ଷରୁ କୌଣସି ମତାମତ ରଖାଯାଇନାହିଁ ।