Sanjay Singh: ଆପ ସାଂସଦ ସଂଜୟ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ଼ କଲା ED
Advertisement
Article Detail0/zeeodisha/odisha1899485

Sanjay Singh: ଆପ ସାଂସଦ ସଂଜୟ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ଼ କଲା ED

AAP MP Sanjay Sing: ବୁଧବାର ସକାଳେ ଇଡି଼ର ଏକ ଟିମ୍ ଆମ୍ ଆଦମୀ ପାର୍ଟି  ସାଂସଦ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲା । ଏହି ଟିମ୍ ସକାଳ ୭ଟାରେ ସାଂସଦଙ୍କ ବାସଭବନରେ ପହଞ୍ଚି ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଛାନଭିନ୍ କରିଥିଲା । 

ସୌ(ସୋସିଆଲ ମିଡିଆ)

Delhi Liquor Scam Case: ଆପ ସାଂସଦଙ୍କ ଘରେ ଇଡ଼ି ରେଡ଼ (ED) । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆମ୍ ଆଦମୀ ପାର୍ଟି ସାଂସଦ ସଂଜୟ ସିଂହଙ୍କ (Sanjay Singh) ଘରେ ରେଡ଼ କରାଯାଇଛି । ଏଥିରେ ଇଡ଼ିର ବହୁ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ଇଡି଼ର ଏକ ଟିମ୍ ଆମ୍ ଆଦମୀ ପାର୍ଟି  ସାଂସଦ ସଞ୍ଜୟ ସିଂଙ୍କ (AAP MP Sanjay Singh) ଘରେ ପହଞ୍ଚିଥିଲା । ଏହି ଟିମ୍ ସକାଳ ୭ଟାରେ ସାଂସଦଙ୍କ ବାସଭବନରେ ପହଞ୍ଚି ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଛାନଭିନ୍ କରିଥିଲା । ଇଡ଼ି (Enforcement Directorate) ରେଡ଼ ନେଇ ନିଜେ ସାଂସଦ ସଂଜୟ ସିଂହ ଗଣମାଧ୍ୟମକୁ ଜଣାଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ମଧ୍ଯ ଇଡି଼ ପକ୍ଷରୁ ସଞ୍ଜୟ ସିଂଙ୍କ ଘରେ ଚଢଉ କରାଯାଇଥିଲା। ସେହି ସମୟରେ ତାଙ୍କ ସହଯୋଗୀଙ୍କ ଘର ସମେତ କାର୍ଯ୍ୟାଳୟରେ ସର୍ଚ୍ଚ ଅପରେସନ୍ ହୋଇଥିଲା। ତେବେ ସଞ୍ଜୟ ସିଂ ଲଗାତର ଭାବେ ଇଡି (ED) ଓ ସିବିଆଇର (CBI) ନଜରରେ ରହିଛନ୍ତି । ଏନେଇ ସଂଜୟ ସିଂହ ଅଭିଯୋଗ କରିଛନ୍ତି ଯେ, ‘ଅନୁସନ୍ଧାନକାରୀ ଏଜେନ୍ସି ମାଧ୍ୟମରେ ସରକାର ବିରୋଧୀ ଦଳର ନେତାମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ନେତାଙ୍କୁ ଚୁପ କରିବା ନେଇ ଏକା ଏକ ଷଡ଼ଯନ୍ତ୍ର ଅଟେ’ ।

ଦିଲ୍ଲୀ ମଦ ନୀତି (Delhi Liquor Scam) ପ୍ରସଙ୍ଗରେ ସାଂସଦଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢଉ କରିଛି ଇଡ଼ି । ମଦ ସ୍କାମରେ ଇଡି଼ ପକ୍ଷରୁ ଦାଖଲ ଚାର୍ଜସିଟରେ ତିନୋଟି ସ୍ଥାନରେ ସଞ୍ଜୟ ସିଂଙ୍କ ନାମ ରହିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସଞ୍ଜୟ ସିଂ ଇଡି ରାଡାରରେ ରହିଛନ୍ତି । ସେପଟେ ଇଡି ରେଡ଼ ଯୋଗୁଁ ସଂଜୟ ସିଂହଙ୍କ ତାଇୱାନ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି ।

ଇଡି ସୂତ୍ର ଅନୁଯାୟୀ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ସାକ୍ଷୀ କରାଯାଇଛି। ଏହାପରେ ହିଁ ଅନୁସନ୍ଧାନକାରୀ ସଂସ୍ଥା ଆପ ସାଂସଦଙ୍କ ଘରେ ଚଢଉ କରିଛି । ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ରାଘବ ମାଗୁନ୍ତାଙ୍କୁ (Raghav Magunta) ସରକାରୀ ସାକ୍ଷୀ କରାଯାଇଛି। ରାଘବ ହେଉଛନ୍ତି YSR କଂଗ୍ରେସ ସାଂସଦ ମାଗୁନ୍ତା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ । ଅନ୍ୟପଟେ କୋର୍ଟ ଦୀନେଶ ଆରୋରାଙ୍କୁ ( Dinesh Arora) ମଧ୍ଯ ସରକାରୀ ସାକ୍ଷୀ ହେବାକୁ ଅନୁମତି ଦେଇଥିଲା । ଦିଲ୍ଲୀ ମଦ ସ୍କାମ ମନି ଲଣ୍ଡରିଂ ମାମଲାରେ (Delhi liquor money laundering) ରାଘବ ଓ ଦୀନେଶ ଆରୋରା ଜାମିନରେ ଅଛନ୍ତି । ଏହାପୂର୍ବରୁ ଅରବିନ୍ଦୋ ଫାର୍ମା ନିର୍ଦ୍ଦେଶକ ଶରଦ ରେଡ୍ଡୀ ଦିଲ୍ଲୀ ଏହି ମାମଲାରେ ସରକାରୀ ସାକ୍ଷୀ ଥିଲେ। ଦିଲ୍ଲୀର ମଦ ସ୍କାମ ମନି ଲଣ୍ଡରିଂ ମାମଲାରେ ଏ ପର୍ଯ୍ୟନ୍ତ ତିନି ଜଣ ସରକାରୀ ସାକ୍ଷୀ ହୋଇଛନ୍ତି।

Also Read-Sikkim Cloud Burst: ସିକିମରେ ବାଦଲଫଟା ବର୍ଷା, ୨୩ ଯବାନ ନିଖୋଜ

Also Read-Gold Price Update: ୧୦୦୦ ଟଙ୍କାରୁ ଅଧିକ ଶସ୍ତା ହେଲା ସୁନା ଭରି, ଜାଣିନିଅନ୍ତୁ କେତେ ରହିଛି ଦର