Model Murder: ଫ୍ରିଜରୁ ମିଳିଲା ୨ ମାସର ଗର୍ଭବତୀ ମଡ଼େଲଙ୍କ ମୃତଦେହ
Advertisement
Article Detail0/zeeodisha/odisha1935071

Model Murder: ଫ୍ରିଜରୁ ମିଳିଲା ୨ ମାସର ଗର୍ଭବତୀ ମଡ଼େଲଙ୍କ ମୃତଦେହ

Maleesha Mooney : ବିଦେଶରେ ଶ୍ରଦ୍ଧା ହତ୍ୟାକାଣ୍ତର ପୁନରାବୃର୍ତ୍ତି । ଫ୍ରିଜରୁ ଉଦ୍ଧାର ହେଲା ଚର୍ଚ୍ଚିତ ମଡ଼େଲଙ୍କ ମୃତଦେହ । ଆମେରିକା ଲସ୍ ଆଞ୍ଜେଲ୍ସର (Los Angeles) ଏକ ଆପାର୍ଟମେଣ୍ଟରେ ଏକ ମଡେଲ୍ ମୃତଦେହ ଉଦ୍ଧାର କରାଯାଇଛି। ଲସ୍ ଆଞ୍ଜେଲସରେ ଫ୍ରିଜ ମଧ୍ଯରୁ ଉଦ୍ଧାର ହୋଇଛି ମଡେଲଙ୍କ ମୃତଦେହକୁ । 

ସୌ(ସୋସିଆଲ ମିଡିଆ)

Los Angeles Model Murder: ବିଦେଶରେ ଶ୍ରଦ୍ଧା ହତ୍ୟାକାଣ୍ତର ପୁନରାବୃର୍ତ୍ତି । ଫ୍ରିଜରୁ ଉଦ୍ଧାର ହେଲା ଚର୍ଚ୍ଚିତ ମଡ଼େଲଙ୍କ ମୃତଦେହ । ଆମେରିକା ଲସ୍ ଆଞ୍ଜେଲ୍ସର (Los Angeles) ଏକ ଆପାର୍ଟମେଣ୍ଟରେ ଏକ ମଡେଲ୍ ମୃତଦେହ ଉଦ୍ଧାର କରାଯାଇଛି। ଲସ୍ ଆଞ୍ଜେଲସରେ ଫ୍ରିଜ ମଧ୍ଯରୁ ଉଦ୍ଧାର ହୋଇଛି ମଡେଲଙ୍କ ମୃତଦେହକୁ । ରିପୋର୍ଟ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା କୁହାଯାଇଛି । ଏପରି କି, ମଡ଼େଲ ଜଣଙ୍କ ଦୁଇ ମାସର ଗର୍ଭବତୀ ଥିବା ପୋଷ୍ଟମର୍ଟମରୁ ଜଣାପଡିଛି । ମୃତ ମହିଳାଙ୍କ ନାମ ମେଲିସା ମୁନି (Maleesha Mooney) ଅଟେ । ମେଲିସାଙ୍କ ଭଉଣୀ ମଡେଲ ଜୋର୍ଡିନ ପଲିନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମେଲିସା ସବୁବେଳେ ମାଆ ହେବାର ସ୍ୱପ୍ନ ଦେଖିଥିଲେ । ମୃତ୍ୟୁ ବେଳକୁ ସେ ଦୁଇମାସ ଗର୍ଭବତୀ ଥିଲେ। ମୁଁ କଳ୍ପନା ମଧ୍ୟ କରିପାରୁ ନାହିଁ ମୋ ଭଉଣୀ ସହ କ’ଣ ହୋଇଛି । ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରିରୀକ ନିର୍ଯାତନା ଦିଆଯାଇଛି’।

ରିପୋର୍ଟ ଅନୁଯାୟୀ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଲିସାଙ୍କ ମୃତଦେହ ମିଳିଥିଲା । ଶବ ଉଦ୍ଧାର ବେଳେ ତାଙ୍କ ମୁହଁରେ ପଟି ଲାଗିଥିବା ବେଳେ ହାତ ଓ ଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଏଥିରୁ ଅନୁମାନ କରାଯାଉଛି ଯେ, ମୃତ୍ୟୁ ପୂର୍ବରୁ ମେଲିସାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ମଡ଼େଲଙ୍କ ଶରୀରରେ ବେନଜୋଏଲେକଗୋନାଇନ୍‌, କୋକେଥାଇଲନ୍‌ ଓ ଇଥାନଲର ମିଶ୍ରଣ ମିଳିଥିବା ଜଣାପଡିଛି । ବ୍ୟବଚ୍ଛେଦ ବେଳେ ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଗଳା ଚିପି ହତ୍ୟା କରିଥିବା ଜଣାପଡ଼ିଛି ।ଅନ୍ୟପଟେ ମେଲିସାଙ୍କ ମୋବାଇଲ୍ ଫୋନ୍ ଓ  ମ୍ୟାକବୁକ୍‌ ସହ ଜଡ଼ିତ ଥିବା iCloud ରେ ଏକ ଆଲର୍ଟ ଥିବା ପୋଲିସ କହିଛି । ମହିଳାଙ୍କ ମୃତ୍ୟୁ ପଛରେ କାହା ହାତ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଏହା ବି ପଢନ୍ତୁ-Kerala Blast: ପ୍ରାର୍ଥନା ଚାଲିଥିବା ବେଳେ କନଭେନସନ ହଲରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ଏକାଧିକ ଆହତ