ଆସନ୍ତା ମଙ୍ଗଳବାର ଘଣ୍ଟା ପ୍ରତି ୧୫୦-୧୬୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି।
Trending Photos
ନୂଆଦିଲ୍ଲୀ: ମେ ୧୬ ତାରିଖ ରବିବାର ଉପୂକୂଳବର୍ତ୍ତୀ ଗୋଆ ଅଞ୍ଚଳରେ ଅନୁଭୂତ ହୋଇଛି ସାମୁଦ୍ରିକ ଝଡ଼ 'ତଉକତେ' ପ୍ରଭାବ। ବର୍ତ୍ତମାନ ଏହି ଝଡ ଭୟାନକ ବାତ୍ୟାରେ ପରିଣତ ହୋଇସାରିଛି। ପ୍ରଥମେ ଗୋଆ ଆଉ ଏବେ ଗୁଜୁରାଟ ଆଡକୁ ମୁହାଁଇଛି 'ତଉକତେ'। ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ଏ ଝଡ଼ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ରବିବାର ଗୋଆ ଉପକୂଳରେ (Goa Coast) ଅନୁଭୂତ ହୋଇଥିଲା 'ତଉକତେ' (Cyclone Tauktae) ପ୍ରଭାବ। ଯାହା ଫଳରେ ଏହି ରାଜ୍ୟରେ ପ୍ରବଳ ବର୍ଷା ପବନ ହୋଇଥିଲା। ଗୋଆ ପରେ ଏବେ ଗୁଜୁରାଟ (Gujarat Coast) ଆଡକୁ ମୁହାଁଇଛି ଏହି ସାମୁଦ୍ରିକ ଝଡ଼। ଆସନ୍ତାକାଲି ସନ୍ଧ୍ୟାରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD)।
Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed
ଏହାର ପ୍ରକୋପକୁ ନଜରରେ ରଖି ଗୁଜୁରାଟ ସମେତ ଡାମନ-ଡିଉ (Daman & Diu) କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି। ମେ ୧୭ ତାରିଖ ସୋମବାର ସନ୍ଧ୍ୟାରେ 'ତଉକତେ' ଗୁଜୁରାଟ ଉପକୂଳରେ ଦାଖଲ ହେବ। ମଙ୍ଗଳବାର ୧୮ ତାରିଖରେ ଏହା ରାଜ୍ୟର ପୋରବନ୍ଦର (Porbandar) ଠାରୁ ଭାବନଗର (Bhavnagar) ଜିଲ୍ଲା ଅଧିନସ୍ଥ ମହୁୱା ମଧ୍ୟରେ ଉପକୂଳ ଅଞ୍ଚଳକୁ ପାର କରିବ।
ଆସନ୍ତା ମଙ୍ଗଳବାର ଘଣ୍ଟା ପ୍ରତି ୧୫୦-୧୬୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଏପରିକି ପବନର ବେଗ ଘଣ୍ଟା ପ୍ରତି ୧୭୫ ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଏହି ସମୟରେ ମହାରାଷ୍ଟ୍ର (Maharshtra), ଗୋଆ (Goa), କର୍ଣ୍ଣାଟକ (Karnataka) ପ୍ରଭୃତି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ୭୦-୮୦ ସର୍ବାଧିକ ୯୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି।
Also Read: ଜୁନ ୩ରେ ଭୟଙ୍କର ଝଡରେ ପରିଣତ ହେବ 'ନିସାର୍ଗା'
ଉତ୍ତର-ପୂର୍ବ ଆରବ ସାଗର (North-East Arabian Sea) ସମେତ ଗୁଜୁରାଟର ପୋରବନ୍ଦର, ଗିର ସୋମନାଥ, ଜୁନାଗଡ ଅମେରଲି ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ରାଜ୍ୟ ଅଣ ଉପକୂଳବର୍ତ୍ତୀ ସ୍ଥାନରେ ଘଣ୍ଟା ପ୍ରତି ୧୫୦-୧୬୦ ସର୍ବାଧିକ ୧୭୫ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ସାମୁଦ୍ରିକ ଝଡ଼ 'ତଉକତେ' ପ୍ରଭାବରେ ଜୁନାଗଡ ଠାରେ ୩ ମିଟର ଏବଂ ଡିଉ ଗିର ସୋମନାଥ, ଅମରେଲି, ଭରୁଚ, ଭାବନଗର, ଆଣନ୍ଦ, ସୁରତ ନିକଟସ୍ଥ ସମୁଦ୍ରରେ ୧-୨.୫ ମିଟର ଉଚ୍ଚତା ବିଶିଷ୍ଟ ଲହରୀ ଉଠିବା ନେଇ ପୂର୍ବାନୁମାନ କରିଛି ଆଇଏମଡି।