Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି
Advertisement

Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି

ବର୍ତ୍ତମାନ ଏହି ସାମୁଦ୍ରିକ ଝଡ ମୁମ୍ବାଇ ଉପକୂଳରୁ ୧୨୦ କିମି ଦୂରରେ ରହିଛି।

Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା "ତଉକତେ" ସାମୁଦ୍ରିକ ଝଡ଼ର ପ୍ରଭାବ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ବିଭିନ୍ନ ରାଜ୍ୟରେ ଅନୁଭୂତ ହୋଇଛି। ଗତକାଲି ଗୋଆରେ ଏହାର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ସୋମବାର ଏହାର ପ୍ରଭାବ ଗୁଜୁରାଟରେ ଅନୁଭୂତ ହେବାର ରହିଛି।

ସାମୁଦ୍ରିକ ଝଡ଼ "ତଉକତେ" (Cyclone Tauktae) ପ୍ରଭାବକୁ ନଜରରେ ରଖି ଗୋଆ (Goa) ପରେ ଗୁଜୁରାଟ (Gujrat) ପାଇଁ ହାଇ ଆଲର୍ଟ (High Alert) ଜାରି କରାଯାଇଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ସୋମବାର ସନ୍ଧ୍ୟାରେ ଏହି ସାମୁଦ୍ରିକ ଝଡ ଗୁଜୁରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ମଙ୍ଗଳବାର ୧୮ ତାରିଖ ସକାଳେ "ତଉକତେ" ବାତ୍ୟା ପୋରବନ୍ଦର (Porbandar) ଠାରୁ ଭାବନଗର (Bhavnagar) ଜିଲ୍ଲାର ମହୁଆ ମଧ୍ୟରେ ଅତିକ୍ରମ କରିବ।   

ଅନ୍ୟପଟେ ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ମୁମ୍ବାଇରେ (Mumbai) ବର୍ଷା ହୋଇଯାଇଛି। ଯଦି ଏହା ଲାଗି ରହେ ତାହେଲେ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଉଠିବ। ଏପରିକି ମୁମ୍ବାଇ ଉପକୂଳରେ ଉଚ୍ଚ ଲହରୀ (High Tide) ଉଠିବା ନେଇ ପୂର୍ବରୁ ସର୍ତକତା ଜାରି ହୋଇସାରିଛି। ଆଇଏମଡି ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଗୁଜୁରାଟର ପୋରବନ୍ଦର ଅଞ୍ଚଳରେ ପହଞ୍ଚିବ "ତଉକତେ"। 

Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae

ବର୍ତ୍ତମାନ ଏହି ସାମୁଦ୍ରିକ ଝଡ ମୁମ୍ବାଇ ଉପକୂଳରୁ ୧୨୦ କିମି ଦୂରରେ ରହିଛି। ଏହାକୁ ନଜରରେ ରଖି ପଶ୍ଚିମ ମହାରାଷ୍ଟ୍ର (Western Maharashtra) ଉପକୂଳବର୍ତ୍ତୀ ଜିଲ୍ଲା ରାୟଗଡରେ (Raigad) ରେଡ ଆଲର୍ଟ (Red Alert) ଜାରି ହୋଇଛି। ଏହା ସହିତ ମୁମ୍ବାଇ (Mumbai), ଥାନେ (Thane), ପାଲଘର (Palghar) ଆଦି ଜିଲ୍ଲାରେ ଅରେଞ୍ଜ ଆଲର୍ଟ (Orange Alert) ଜାରି ହୋଇଛି। ଆଇଏମଡି ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ "ତଉକତେ" ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇସାରିଛି। ପୂର୍ବ ମଧ୍ୟ ଆରବ ସାଗରରେ ମଧ୍ୟାନ୍ନ ସମୟରୁ ଘଣ୍ଟାପ୍ରତି ୨୦ କିମି ବେଗରେ ଏହା ଉତ୍ତର-ପଶ୍ଚିମ-ଉତ୍ତର ଦିଗରେ ଅଗ୍ରସର ହେଉଛି।      

Also Read: Cyclone Tauktae: ମୁକାବିଲା ପାଇଁ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର

କେରଳ (Kerala), କର୍ଣ୍ଣାଟକ (Karnataka), ଗୋଆ ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ତାଣ୍ଡବ ମଚାଇସାରିଛି "ତଉକତେ"। ଏହାର ପ୍ରଭାବରେ ଏହି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ପବନ ହେବା ସହ ସମୁଦ୍ରରେ ଅଧିକ ଉଚ୍ଚତା ବିଶିଷ୍ଟ ଲହରୀ ସୃଷ୍ଟି ହୋଇଛି। ଏପରିକି ଏ ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହାର ପ୍ରକୋପକୁ ନଜରରେ ରଖି ସମୁଦ୍ର ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି। ପାଣିପାଗ ବିଭାଗ ଚେତାବନୀ ପାଇବା ପରେ ମହାରାଷ୍ଟ୍ରର ୪୫୨୬ ଏବଂ ଗୁଜୁରାଟର ୨୨୫୮ ମାଛ ଧରା ଡଙ୍ଗା ବନ୍ଦରର ସୁରକ୍ଷିତ ସ୍ଥାନରେ ପହଞ୍ଚି ସାରିଛନ୍ତି।   

Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed

"ତଉକତେ" ପ୍ରଭାବରେ ମହାରାଷ୍ଟ୍ରର ମୁମ୍ବାଇ, ଉତ୍ତର କୋଙ୍କଣ, ଥାନେ, ପାଲଘର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ରାଜ୍ୟର ଏହି ଅଞ୍ଚଳକୁ ଛାଡି ଅନ୍ୟ ସ୍ଥାନରେ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗୁଜୁରାଟର ଅନ୍ୟ ସ୍ଥାନ ସମେତ ଡାମନ-ଡିଉ (Daman-Diu) କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ (Yellow Alert) ଜାରି ହୋଇସାରିଛି। ମଙ୍ଗଳବାର ପର୍ଯ୍ୟନ୍ତ ଘଣ୍ଟାପ୍ରତି ୧୫୦-୧୬୦ କିମି ବେଗରେ ପବନ ବହିବ।